ଆଶେରଙ୍କ ବଂଶଧର

30ଆଶେରର ସନ୍ତାନଗଣ; ଯିମ୍ନା, ଯିଶ୍‍ବା, ଯିଶ୍‍ବି, ବରୀୟ ଓ ସେମାନଙ୍କର ଭଗିନୀ ସେରହ। 31ବରୀୟର ପୁତ୍ର ହେବର ଓ ବିର୍ଷୋତର ପିତା ମଲ୍‍କୀୟେଲ। 32ପୁଣି, ହେବର, ଯଫ୍ଲେଟ୍‍, ଶୋମର, ହୋଥମ୍‍ ଓ ସେମାନଙ୍କ ଭଗିନୀ ଶୂୟାକୁ ଜାତ କଲା। 33ଯଫ୍ଲେଟର ପୁତ୍ର ପାସକ, ବିମ୍‍ହଲ୍‍ ଓ ଅଶ୍ୱତ୍‍। ଏମାନେ ଯଫ୍ଲେଟ୍‍ର ସନ୍ତାନ। 34ଆଉ ଶେମରର ପୁତ୍ର ଅହି, ରୋହଗ, ଯିହୁବ୍ବ ଓ ଅରାମ। 35ତାହାର ଭ୍ରାତା ହେଲମର ପୁତ୍ର ଶୋଫହ, ଯିମ୍ନ, ଶେଲଶ୍‍ ଓ ଆମଲ। 36ଶୋଫହର ପୁତ୍ର ସୂହ, ହର୍ଣ୍ଣେଫର୍‍, ଶୂୟାଲ, ବେରୀ ଓ ଯିମ୍ର; 37ବେତ୍ସର, ହୋଦ୍‍, ଶମ୍ମା, ଶିଲ୍‍ଶ, ଯିତ୍ରନ୍‍ ଓ ବେରା। 38ଯେଥରର ପୁତ୍ର ଯିଫୁନ୍ନି, ପିଷ୍ପ ଓ ଅରା। 39ଆଉ ଉଲ୍ଲର ପୁତ୍ର ଆରହ, ହନ୍ନୀୟେଲ ଓ ରିତ୍ସୀୟ। 40ଏସମସ୍ତେ ଆଶେରର ସନ୍ତାନ ଓ ଆପଣା ଆପଣା ପିତୃବଂଶର ପ୍ରଧାନ, ବଛା ଓ ମହାବିକ୍ରମଶାଳୀ ଓ ଅଧିପତିମାନଙ୍କ ମଧ୍ୟରେ ପ୍ରଧାନ ଥିଲେ। ଆଉ ଯୁଦ୍ଧକାର୍ଯ୍ୟ ନିମନ୍ତେ ବଂଶାବଳୀ କ୍ରମେ ଲିଖିତ ସେମାନଙ୍କ ସଂଖ୍ୟା ଛବିଶ ହଜାର ଥିଲା।