ଦୀର୍ଘକାୟ ପଲେଷ୍ଟୀୟଙ୍କ ସଙ୍ଗେ ଯୁଦ୍ଧ
4ଏଥିଉତ୍ତାରେ ଗେଷରରେ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ ଲାଗିଲା; ତହିଁରେ ହୂଶାତୀୟ ସିବ୍ବଖୟ ଦୀର୍ଘକାୟ ବଂଶଜାତ ସିପ୍ପୀକୁ ବଧ କଲା, ଯେ ରଫାୟୀମର ଏକ ବଂଶଜ ଥିଲା ପୁଣି ସେମାନେ ପରାସ୍ତ ହେଲେ। 5ଏଉତ୍ତାରେ ପୁନର୍ବାର ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ ହେଲା, ତହିଁରେ ଯାୟୀରର ପୁତ୍ର ଇଲ୍ହାନନ୍ ତନ୍ତୀର ନରାଜ ତୁଲ୍ୟ ବର୍ଚ୍ଛାଧାରୀ ଗାଥୀୟ ଗଲୀୟାତର ଭ୍ରାତା ଲହମିକୁ ବଧ କଲା। 6ଏଉତ୍ତାରେ ପୁନର୍ବାର ଗାଥ୍ ନଗରରେ ଯୁଦ୍ଧ ହେଲା, ସେଠାରେ ଅତି ଦୀର୍ଘକାୟ; ପୁଣି, ପ୍ରତି ହସ୍ତ ଓ ପାଦରେ ଛଅ ଛଅ ଅଙ୍ଗୁଳି, ସର୍ବସୁଦ୍ଧା ଚବିଶ ଅଙ୍ଗୁଳିବିଶିଷ୍ଟ ଏକ ଜଣ ଥିଲା; ସେ ମଧ୍ୟ ଦୀର୍ଘକାୟ ବଂଶଜାତ। 7ପୁଣି, ସେ ଇସ୍ରାଏଲକୁ ତୁଚ୍ଛ କରନ୍ତେ, ଦାଉଦଙ୍କର ଭ୍ରାତା ଶିମୀୟର ପୁତ୍ର ଯୋନାଥନ ତାହାକୁ ବଧ କଲା। 8ଏମାନେ ଗାଥ୍ ନଗରରେ ଦୀର୍ଘକାୟ ବଂଶରେ ଜନ୍ମିଥିଲେ; ଏମାନେ ଦାଉଦଙ୍କ ହସ୍ତରେ ଓ ତାଙ୍କର ଦାସମାନଙ୍କ ହସ୍ତରେ ବଧ ହେଲେ।


