ମନ୍ଦିର ନିର୍ମାଣ ନିମନ୍ତେ ପ୍ରସ୍ତୁତି
2ଏଥିଉତ୍ତାରେ ଦାଉଦ ଇସ୍ରାଏଲ-ଦେଶସ୍ଥ ବିଦେଶୀମାନଙ୍କୁ ଏକତ୍ର କରିବାକୁ ଆଜ୍ଞା ଦେଲେ; ପୁଣି, ପରମେଶ୍ୱରଙ୍କ ଗୃହ ନିର୍ମାଣ କରିବା ପାଇଁ ଖୋଦିତ ପ୍ରସ୍ତର ପ୍ରସ୍ତୁତ କରିବାକୁ ରାଜମିସ୍ତ୍ରୀମାନଙ୍କୁ ନିଯୁକ୍ତ କଲେ। 3ଆଉ, ଦାଉଦ ଦ୍ୱାର-କବାଟର କଣ୍ଟା ନିମନ୍ତେ ଓ କବ୍ଜା ନିମନ୍ତେ ଅଧିକ ପରିମାଣର ଲୁହା ଓ ଅପରିମିତ ଅଧିକ ପରିମାଣର ପିତ୍ତଳ ପ୍ରସ୍ତୁତ କଲେ। 4ଆଉ, ଅସଂଖ୍ୟ ଏରସ କାଷ୍ଠ ପ୍ରସ୍ତୁତ କଲେ, କାରଣ ସୀଦୋନୀୟ ଓ ସୋରୀୟ ଲୋକମାନେ ଦାଉଦଙ୍କ ନିକଟକୁ ଅଧିକ ପରିମାଣର ଏରସ କାଷ୍ଠ ଆଣିଲେ। 5ଆଉ ଦାଉଦ କହିଲେ, “ମୋʼ ପୁତ୍ର ଶଲୋମନ ଅଳ୍ପ ବୟସ୍କ ଓ କୋମଳ, ପୁଣି, ସଦାପ୍ରଭୁଙ୍କ ନିମନ୍ତେ ଯେଉଁ ଗୃହ ନିର୍ମାଣ କରାଯିବ, ତାହା କୀର୍ତ୍ତି ଓ ଗୌରବ ସକାଶୁ ସମଗ୍ର ଦେଶରେ ଅତିଶୟ ପ୍ରତାପାନ୍ୱିତ ହେବ; ଏହେତୁ ମୁଁ ତହିଁ ପାଇଁ ଆୟୋଜନ କରିବି।” ଏହିପରି ଦାଉଦ ଆପଣା ମୃତ୍ୟୁୁ ପୂର୍ବେ ଅଧିକ ପ୍ରଚୁର ପରିମାଣରେ ରୂପେ ଆୟୋଜନ କଲେ।


