ମନ୍ଦିରର ରକ୍ଷୀଗଣ
1ଦ୍ୱାରପାଳମାନଙ୍କ ପାଳି ପାଇଁ
କୋରହୀୟମାନଙ୍କ ମଧ୍ୟରୁ ଆସଫ-ବଂଶଜାତ କୋରିର ପୁତ୍ର ମଶେଲିମୀୟ ଥିଲା।
2ମଶେଲିମୀୟର ପୁତ୍ର ଥିଲେ; ପ୍ରଥମଜାତ ଜିଖରୀୟ, ଦ୍ୱିତୀୟ ଯିଦୀୟେଲ, ତୃତୀୟ ସବଦୀୟ, ଚତୁର୍ଥ ଯତ୍ନୀୟେଲ, 3ପଞ୍ଚମ ଏଲମ୍, ଷଷ୍ଠ ଯିହୋହାନନ୍, ସପ୍ତମ ଇଲୀହୋଐନୟ।
4ପୁଣି, ଓବେଦ୍-ଇଦୋମର ପୁତ୍ର ଥିଲେ ପ୍ରଥମଜାତ ଶମୟୀୟ, ଦ୍ୱିତୀୟ ଯିହୋଷାବଦ୍, ତୃତୀୟ ଯୋୟାହ, ଚତୁର୍ଥ ସାଖର, ପଞ୍ଚମ ନଥନେଲ; 5ଷଷ୍ଠ ଅମ୍ମୀୟେଲ, ସପ୍ତମ ଇଷାଖର, ଅଷ୍ଟମ ପିୟୁଲ୍ଲତୟ; କାରଣ ପରମେଶ୍ୱର ତାହାକୁ ଆଶୀର୍ବାଦ କଲେ। 6ମଧ୍ୟ ତାହାର ପୁତ୍ର ଶମୟୀୟର ପୁତ୍ର ଜାତ ହେଲେ, ସେମାନେ ଆପଣାମାନଙ୍କ ପିତୃବଂଶରେ କର୍ତ୍ତୃତ୍ୱ କଲେ; କାରଣ ସେମାନେ ମହାବିକ୍ରମଶାଳୀ ପୁରୁଷ ଥିଲେ।
7ଶମୟୀୟର ପୁତ୍ର ଅତ୍ନି, ରଫାୟେଲ ଓ ଓବେଦ୍, ଇଲୀଶାବଦ୍, ଏମାନଙ୍କର ଭ୍ରାତା ଇଲୀହୂ ଓ ସମଖୀୟ ପରାକ୍ରାନ୍ତ ଲୋକ ଥିଲେ। 8ଏସମସ୍ତେ ଓବେଦ୍-ଇଦୋମର ସନ୍ତାନ, ଏମାନେ ଓ ଏମାନଙ୍କ ପୁତ୍ର ଓ ଭ୍ରାତୃଗଣ ସେବାକାର୍ଯ୍ୟାର୍ଥକ ବଳରେ ବଳବାନ ଥିଲେ; ଓବେଦ୍-ଇଦୋମ ବଂଶଜାତ ବାଷଠି ଜଣ। 9ମଶେଲିମୀୟର ପୁତ୍ର ଓ ଭ୍ରାତୃଗଣ ଅଠର ଜଣ ପରାକ୍ରାନ୍ତ ଲୋକ ଥିଲେ।
10ଆଉ ମରାରି-ବଂଶଜାତ ହୋଷାର ପୁତ୍ର ଥିଲେ; ପ୍ରଧାନ ଶିମ୍ରି, କାରଣ ସେ ପ୍ରଥମଜାତ ନୋହିଲେ ହେଁ ତାହାର ପିତା ତାହାକୁ ପ୍ରଧାନ କଲା; 11ଦ୍ୱିତୀୟ ହିଲ୍କୀୟ, ତୃତୀୟ ଟବଲିୟ, ଚତୁର୍ଥ ଜିଖରୀୟ; ହୋଷାର ପୁତ୍ର ଓ ଭ୍ରାତୃଗଣ ସର୍ବସୁଦ୍ଧା ତେର ଜଣ ଥିଲେ।
12ସଦାପ୍ରଭୁଙ୍କ ଗୃହରେ ପରିଚର୍ଯ୍ୟାକରଣାର୍ଥେ ଦ୍ୱାରପାଳମାନଙ୍କ ପାଳି ଏହି ପ୍ରଧାନ ଲୋକମାନଙ୍କର ହେଲା, ଆପଣା ଭ୍ରାତୃଗଣ ତୁଲ୍ୟ ସେମାନଙ୍କର ରକ୍ଷଣୀୟ ଥିଲା। 13ପୁଣି, ସେମାନେ, ସାନ ବଡ଼, ଆପଣା ପିତୃବଂଶାନୁସାରେ ପ୍ରତ୍ୟେକ ଦ୍ୱାର ପାଇଁ ଗୁଲିବାଣ୍ଟ କଲେ। 14ତହିଁରେ ପୂର୍ବ ଦିଗର ବାଣ୍ଟ ଶେଲିମୀୟ ପକ୍ଷରେ ଉଠିଲା; ତହୁଁ ସେମାନେ ତାହାର ପୁତ୍ର ଜିଖରୀୟ ନିମନ୍ତେ ଗୁଲିବାଣ୍ଟ କଲେ, ସେ ବିଜ୍ଞ ମନ୍ତ୍ରୀ ଥିଲା; ଆଉ ଉତ୍ତର ଦିଗ ତାହାର ବାଣ୍ଟରେ ଉଠିଲା। 15ଦକ୍ଷିଣ ଦିଗ ଓବେଦ୍-ଇଦୋମ ପକ୍ଷରେ ଓ ଭଣ୍ଡାର ଗୃହ ତାହାର ପୁତ୍ରମାନଙ୍କ ପକ୍ଷରେ ଉଠିଲା। 16ଊର୍ଦ୍ଧ୍ୱଗାମୀ ପଥ ସମୀପସ୍ଥ ଶଲ୍ଲେଖତ୍ ଦ୍ୱାର ନିକଟବର୍ତ୍ତୀ ପଶ୍ଚିମ ଦିଗର ବାଣ୍ଟ ଶୁପ୍ପୀମ୍ ଓ ହୋଷା ପକ୍ଷରେ ଉଠିଲା, ତହିଁର ରକ୍ଷକମାନଙ୍କର ଏକ ଦଳ ଅନ୍ୟ ଦଳର ଅଭିମୁଖ ଥିଲା। 17ପୂର୍ବ ଦିଗରେ ଛଅ ଜଣ ଲେବୀୟ, ଉତ୍ତର ଦିଗରେ ଦିନରେ ଚାରି ଜଣ, ଦକ୍ଷିଣ ଦିଗରେ ଦିନରେ ଚାରି ଜଣ ଓ ଭଣ୍ଡାର ଗୃହ ନିମନ୍ତେ ଦୁଇ ଦୁଇ ଜଣ ରହିଲେ। 18ପଶ୍ଚିମ ଦିଗରେ ସୀମାନ୍ତବର୍ତ୍ତୀ ସ୍ଥାନ ନିମନ୍ତେ ଉଚ୍ଚ ପଥରେ ଚାରି ଜଣ ଓ ସୀମାନ୍ତବର୍ତ୍ତୀ ସ୍ଥାନରେ ଦୁଇ ଜଣ। 19କୋରହୀୟ ସନ୍ତାନଗଣ ଓ ମରାରିର ସନ୍ତାନଗଣ ମଧ୍ୟରୁ ଦ୍ୱାରପାଳମାନଙ୍କର ଏହି ସକଳ ପାଳି ଥିଲା।


