ମଣ୍ଡଳୀ ଉପରେ ଶାଉଲଙ୍କ ଦୌରାତ୍ମ୍ୟ
1ଶାଉଲ, ସ୍ତିଫାନଙ୍କ ହତ୍ୟାରେ ଏକମତ ଥିଲେ। ସେହି ଦିନ ଯିରୂଶାଲମ ସହରରେ ଥିବା ମଣ୍ଡଳୀ ପ୍ରତି ଅତିଶୟ ତାଡ଼ନା ଘଟିଲା; ସେଥିରେ ପ୍ରେରିତମାନଙ୍କ ଛଡ଼ା ଅନ୍ୟସମସ୍ତେ ଯିହୂଦିୟା ପ୍ରଦେଶ ଓ ଶମିରୋଣ ଅଞ୍ଚଳ ସମୂହର ଚାରିଆଡ଼େ ଛିନ୍ନଭିନ୍ନ ହୋଇଗଲେ। 2ତଥାପି କେତେକ ଭକ୍ତ ଲୋକମାନେ ସ୍ତିଫାନଙ୍କୁ ସମାଧି ଦେଇ ତାହାଙ୍କ ନିମନ୍ତେ ବହୁତ ବିଳାପ କଲେ। 3କିନ୍ତୁ ଶାଉଲ ଘରେ ଘରେ ପଶି ବିଶ୍ୱାସୀ ପୁରୁଷ ଓ ସ୍ତ୍ରୀଲୋକମାନଙ୍କୁ ଟାଣିଆଣି କାରାଗାରରେ ନିକ୍ଷେପ କରି ମଣ୍ଡଳୀକୁ ଧ୍ୱଂସ କରିବାକୁ ଲାଗିଲେ।


