ଈଶ୍ୱରଙ୍କଠାରେ ଇସ୍ରାଏଲର ନିରାପତ୍ତା
24ପୁଣି, ଇସ୍ରାଏଲ ବଂଶର ଚତୁର୍ଦ୍ଦିଗସ୍ଥିତ ଯେଉଁ ଲୋକମାନେ ସେମାନଙ୍କୁ ଅବଜ୍ଞା କଲେ, ସେମାନଙ୍କ ମଧ୍ୟରୁ କୌଣସି ଲୋକ ସେମାନଙ୍କର ଶୂଳଜନକ କାନକୋଳି କଣ୍ଟା ଅଥବା ବ୍ୟଥାଦାୟକ କଣ୍ଟକ ଆଉ ନୋହିବ; ତହିଁରେ ଆମ୍ଭେ ଯେ ପ୍ରଭୁ, ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।
25ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଯେଉଁ ଗୋଷ୍ଠୀଗଣ ମଧ୍ୟରେ ଇସ୍ରାଏଲ ବଂଶ ଛିନ୍ନଭିନ୍ନ ହୋଇଅଛନ୍ତି, ସେମାନଙ୍କ ମଧ୍ୟରୁ ଯେତେବେଳେ ଆମ୍ଭେ ସେମାନଙ୍କୁ ସଂଗ୍ରହ କରିବା ଓ ନାନା ଦେଶୀୟମାନଙ୍କ ସାକ୍ଷାତରେ ସେମାନଙ୍କ ମଧ୍ୟରେ ପବିତ୍ର ରୂପେ ପ୍ରତିପନ୍ନ ହେବା, ସେତେବେଳେ ଆମ୍ଭେ ନିଜ ଦାସ ଯାକୁବକୁ ଯେଉଁ ଦେଶ ଦେଇଥିଲୁ, ସେମାନେ ଆପଣାମାନଙ୍କର ସେହି ଦେଶରେ ବାସ କରିବେ। 26ପୁଣି, ସେମାନେ ତହିଁ ମଧ୍ୟରେ ନିରାପଦରେ ବାସ କରିବେ; ହଁ, ଆମ୍ଭେ ସେମାନଙ୍କର ଅବଜ୍ଞାକାରୀ ଚତୁର୍ଦ୍ଦିଗସ୍ଥିତ ସକଳ ଲୋକଙ୍କ ଉପରେ ଦଣ୍ଡାଜ୍ଞା ସଫଳ କଲା ଉତ୍ତାରେ ସେମାନେ ଗୃହ ନିର୍ମାଣ କରିବେ ଓ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରିବେ, ଆଉ ନିରାପଦରେ ବାସ କରିବେ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଅଟୁ, ଏହା ସେମାନେ ଜାଣିବେ।”


