ଯିହୋଶୂୟଙ୍କ ଦ୍ୱାରା ପରାଜିତ ରାଜାଗଣ

7ଯର୍ଦ୍ଦନ ଏପାରି ପଶ୍ଚିମ ଦିଗରେ ଲିବାନୋନର ସମସ୍ଥଳୀସ୍ଥିତ ବାଲ୍‍ଗାଦ୍‍ଠାରୁ ସେୟୀରଗାମୀ ହାଲକ୍‍ ପର୍ବତ ପର୍ଯ୍ୟନ୍ତ ଯିହୋଶୂୟ ଓ ଇସ୍ରାଏଲ-ସନ୍ତାନଗଣ ଦେଶୀୟ ଯେଉଁ ଯେଉଁ ରାଜାଙ୍କୁ ବଧ କଲେ 8ଓ ଯିହୋଶୂୟ ଯେଉଁ ଯେଉଁ ପର୍ବତମୟ ଦେଶ ଓ ତଳଭୂମି ଓ ପଦାଭୂମି ଓ ଅଧିତ୍ୟକା ଓ ପ୍ରାନ୍ତର ଓ ଦକ୍ଷିଣାଞ୍ଚଳସ୍ଥ ହିତ୍ତୀୟ, ଇମୋରୀୟ ଓ କିଣାନୀୟ ଓ ପରିଷୀୟ, ହିବ୍ବୀୟ ଓ ଯିବୂଷୀୟମାନଙ୍କ ଦେଶ ଅଧିକାର କରିବା ପାଇଁ ସ୍ୱ ସ୍ୱ ବିଭାଗାନୁସାରେ ଇସ୍ରାଏଲ-ବଂଶମାନଙ୍କୁ ଦେଲେ, ସେହି ସବୁ ରାଜା ଏହି; 9ଯିରୀହୋର ରାଜା, ଏକ; ବେଥେଲ୍‍ର ନିକଟସ୍ଥ ଅୟର ରାଜା 10ଯିରୂଶାଲମର ରାଜା, ଏକ; ହିବ୍ରୋଣର ରାଜା, ଏକ; 11ଯର୍ମୂତର ରାଜା, ଏକ; ଲାଖୀଶ୍‍ର ରାଜା, ଏକ; 12ଇଗ୍ଲୋନ୍‍ର ରାଜା, ଏକ; ଗେଷରର ରାଜା, ଏକ; 13ଦବୀରର ରାଜା, ଏକ; ଗେଦରର ରାଜା, ଏକ; 14ହର୍ମାର ରାଜା, ଏକ; ଅରାଦର ରାଜା, ଏକ; 15ଲିବ୍‍ନାର ରାଜା, ଏକ; ଅଦୁଲ୍ଲମର ରାଜା, ଏକ; 16ମକ୍କେଦାର ରାଜା, ଏକ; ବେଥେଲ୍‍ର ରାଜା, ଏକ; 17ତପୂହର ରାଜା, ଏକ; ହେଫରର ରାଜା, ଏକ; 18ଅଫେକର ରାଜା, ଏକ; ଲାଶାରୋଣର ରାଜା, ଏକ; 19ମାଦୋନର ରାଜା, ଏକ; ହାସୋରର ରାଜା, ଏକ; 20ଶିମ୍ରୋଣମରୋଣର ରାଜା, ଏକ; ଅକ୍‍ଷଫର ରାଜା, ଏକ; 21ତାନକ୍‍ର ରାଜା, ଏକ; ମଗିଦ୍ଦୋର ରାଜା, ଏକ; 22କେଦଶର ରାଜା, ଏକ; କର୍ମିଲସ୍ଥ ଯଗ୍ନିୟାମର ରାଜା, ଏକ; 23ଦୋର ଉପପର୍ବତସ୍ଥିତ ଦୋରର ରାଜା, ଏକ; ଗିଲ୍‍ଗଲ୍‍ସ୍ଥ ଗୋୟିମର ରାଜା, ଏକ; 24ତିର୍ସାର ରାଜା, ଏକ; ସର୍ବସୁଦ୍ଧା ଏକତିରିଶ ରାଜା।