କିଣାନରେ ପ୍ରଥମ ନିସ୍ତାର ଭୋଜ
10ଇସ୍ରାଏଲ-ସନ୍ତାନଗଣ ଗିଲ୍ଗଲ୍ରେ ଛାଉଣି ସ୍ଥାପନ କଲେ; ପୁଣି ସେମାନେ ସେହି ମାସର ଚତୁର୍ଦ୍ଦଶ ଦିନ ସନ୍ଧ୍ୟା ବେଳେ ଯିରୀହୋ ପଦାରେ ନିସ୍ତାର ପର୍ବ ପାଳନ କଲେ। 11ଆଉ ନିସ୍ତାର ପର୍ବର ପରଦିନ ସେମାନେ ଦେଶର ପୁରାତନ ଶସ୍ୟ ଭୋଜନ କଲେ, ସେହି ଦିନ ତାଡ଼ିଶୂନ୍ୟ ରୁଟି ଓ ଭଜା ଶସ୍ୟ ଖାଇଲେ। 12ପୁଣି ଦେଶର ପୁରାତନ ଶସ୍ୟ ଭୋଜନ କରିବାର ପରଦିନ ମାନ୍ନା ନିବୃତ୍ତ ହେଲା; ତହୁଁ ଇସ୍ରାଏଲ-ସନ୍ତାନଗଣ ଆଉ ମାନ୍ନା ପାଇଲେ ନାହିଁ; ମାତ୍ର ସେମାନେ ସେହି ବର୍ଷ କିଣାନ ଦେଶର ଫଳ ଭୋଜନ କଲେ।


