ବିଧବାର ଦାନ
(ମାଥିଉ 21:1-4)
41ପରେ ସେ ଭଣ୍ଡାର ସମ୍ମୁଖରେ ବସି ଲୋକସମୂହ କିପରି ଭଣ୍ଡାରରେ ପଇସା ପକାଉଅଛନ୍ତି, ତାହା ଦେଖୁଥିଲେ। ସେତେବେଳେ ଅନେକ ଧନୀ ଲୋକ ଭଣ୍ଡାରରେ ବେଶି ପକାଇଲେ; 42ଆଉ ଜଣେ ଦରିଦ୍ର ବିଧବା ଆସି ଏକ ପାହୁଲା ମୂଲ୍ୟର ଦୁଇ କ୍ଷୁଦ୍ର ମୁଦ୍ରା ଭଣ୍ଡାରରେ ପକାଇଲା। 43ତହିଁରେ ଯୀଶୁ ଆପଣା ଶିଷ୍ୟମାନଙ୍କୁ ନିକଟକୁ ଡାକି କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଭଣ୍ଡାରରେ ମୁଦ୍ରା ପକାଉଥିବା ସମସ୍ତ ଲୋକଙ୍କ ଅପେକ୍ଷା ଏହି ଦରିଦ୍ର ବିଧବା ଅଧିକ ପକାଇଅଛି; 44କାରଣ ସମସ୍ତେ ଆପଣା ଆପଣା ଅତିରିକ୍ତ ଧନରୁ କିଛି କିଛି ପକାଇଲେ, କିନ୍ତୁ ଏ ଆପଣାର ଅନାଟନ ଅବସ୍ଥାରେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ତାହାର ଯାହା କିଛି ଥିଲା, ସେହିସବୁ ପକାଇଲା।”


