ମନୁଷ୍ୟପୁତ୍ରଙ୍କ ପୁନରାଗମନ
(ମାଥିଉ 24:29-31; ଲୂକ 21:25-28)
24“ମାତ୍ର ସେହି ସମୟରେ ସେହି କ୍ଲେଶ ଉତ୍ତାରେ
‘ସୂର୍ଯ୍ୟ ଅନ୍ଧକାରମୟ ହେବ
ଓ ଚନ୍ଦ୍ର ଆଲୋକ ଦେବ ନାହିଁ,
25ପୁଣି, ନକ୍ଷତ୍ରମାଳା ଆକାଶରୁ ଖସି ପଡ଼ିବାକୁ ଲାଗିବେ
ଓ ଆକାଶମଣ୍ଡଳସ୍ଥ ଶକ୍ତିସମୂହ ବିଚଳିତ ହେବେ।’
26ସେତେବେଳେ ଲୋକେ ମନୁଷ୍ୟପୁତ୍ରଙ୍କୁ ମହାପରାକ୍ରମରେ ଓ ମହାମହିମା ସହ ମେଘମାଳାରେ ଆଗମନ କରିବା ଦେଖିବେ। 27ସେ ସମୟରେ ସେ ଦୂତମାନଙ୍କୁ ପ୍ରେରଣ କରି ପୃଥିବୀର ଶେଷ ସୀମାରୁ ଆକାଶର ଶେଷ ସୀମା ପର୍ଯ୍ୟନ୍ତ ଚତୁର୍ଦ୍ଦିଗରୁ ଆପଣା ମନୋନୀତ ଲୋକମାନଙ୍କୁ ଏକତ୍ର କରିବେ।”


