ଦେଶ ବିତରଣ ଦାୟିତ୍ୱରେ ଥିବା ନେତୃବୃନ୍ଦ

16ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 17“ଯେଉଁମାନେ ଦେଶ ବିଭାଗ କରି ତୁମ୍ଭମାନଙ୍କୁ ଦେବେ, ସେମାନଙ୍କର ନାମ ଏହି; ଇଲୀୟାସର ଯାଜକ ଓ ନୂନର ପୁତ୍ର ଯିହୋଶୂୟ। 18ପୁଣି, ତୁମ୍ଭେମାନେ ଦେଶ ବିଭାଗ କରିବା ନିମନ୍ତେ ପ୍ରତ୍ୟେକ ବଂଶରୁ ଏକ ଏକ ଅଧିପତି ଗ୍ରହଣ କରିବ। 19ପୁଣି, ସେହି ଲୋକମାନଙ୍କର ନାମ ଏହି;

ଯିହୁଦା ବଂଶୀୟ ଯିଫୁନ୍ନିର ପୁତ୍ର କାଲେବ,

20ଓ ଶିମୀୟୋନର ସନ୍ତାନମାନଙ୍କ ବଂଶୀୟ ଅମ୍ମୀହୂଦର ପୁତ୍ର ଶେମୂୟେଲ।

21ବିନ୍ୟାମୀନ୍ ବଂଶୀୟ କିଶଲୋନର ପୁତ୍ର ଇଲୀଦଦ୍‍।

22ଆଉ ଦାନ୍-ସନ୍ତାନଗଣର ବଂଶୀୟ ଜଣେ ଅଧିପତି, ଯଗ୍ଲିର ପୁତ୍ର ବୁକ୍କି।

23ଯୋଷେଫ-ସନ୍ତାନଗଣ ମଧ୍ୟରୁ; ମନଃଶି ସନ୍ତାନଗଣଙ୍କର ବଂଶୀୟ ଜଣେ ଅଧିପତି, ଏଫୋଦର ପୁତ୍ର ହନ୍ନୀୟେଲ।

24ପୁଣି, ଇଫ୍ରୟିମ-ସନ୍ତାନଗଣଙ୍କର ବଂଶୀୟ ଜଣେ ଅଧିପତି, ଶିପ୍ତନର ପୁତ୍ର କମୂୟେଲ।

25ଆଉ ସବୂଲୂନ-ସନ୍ତାନଗଣଙ୍କର ବଂଶୀୟ ଜଣେ ଅଧିପତି, ପର୍ଣ୍ଣକର ପୁତ୍ର ଇଲୀଶାଫନ୍‍,

26ଓ ଇଷାଖର-ସନ୍ତାନଗଣଙ୍କର ବଂଶୀୟ ଜଣେ ଅଧିପତି, ଅସ୍ସନର ପୁତ୍ର ପଲ୍ଟୀୟେଲ,

27ଓ ଆଶେର-ସନ୍ତାନଗଣଙ୍କର ବଂଶୀୟ ଜଣେ ଅଧିପତି, ଶଲୋମିର ପୁତ୍ର ଅହୀହୂଦ୍‍।

28ନପ୍ତାଲି-ସନ୍ତାନଗଣଙ୍କର ବଂଶୀୟ ଜଣେ ଅଧିପତି, ଅମ୍ମୀହୂଦର ପୁତ୍ର ପଦହେଲ୍।”

29କିଣାନ ଦେଶରେ ଇସ୍ରାଏଲ-ସନ୍ତାନଗଣଙ୍କ ନିମନ୍ତେ ଅଧିକାର ବିଭାଗ କରି ଦେବାକୁ ସଦାପ୍ରଭୁ ଏହି ସମସ୍ତ ଲୋକଙ୍କୁ ଆଜ୍ଞା ଦେଲେ।