ଅଣଇହୁଦୀ ଗାର୍ରେ ପାଉଲ୍ତେ ସେବା ପାଡ଼୍ୟି
14ଦାଦାଲଡ଼ି ନୁ ଏଲାସ୍କ୍, ନାୟାଦ୍ ବିଶ୍ୱାସ୍, ମିଡ଼୍ ସାର୍ରେ ସାୟେତ୍ ଗୁନାମ୍ ବା ଜ୍ଞାନ୍ତଡ଼୍ ନିଣ୍ଡିମେଣ୍ଡେ ନୁ ମି ମିଲୋପେ ଶିକ୍ଷା ଇଦାନଙ୍କ୍ ପାର୍ଦ୍ତିନ୍ । 15ଇଦ୍ ଚିଟିତାଗ୍ ମିକିଂଙ୍କ୍ ବେସ୍କେ ବିଷୟ୍ ସଚେତନ୍ ମାଡ଼ାନ୍ ସେଙ୍ଗେ ଇଶ୍ୱର୍ତେ ତଡ଼୍ ନାନ୍ ଗାଡ଼୍ସ୍ ଆତ୍ତାନ୍, 16ବାତେଙ୍କ୍ଇତ୍କେ କ୍ରିଷ୍ଟ ଜିସୁନ୍ ଦାସ୍ ଇସାପ୍ତେ ଅଣଇହୁଦୀଡ଼୍ ସେଙ୍ଗେ ପାଡ଼୍ୟି ମାଡ଼ାନ୍ ମାୟ୍ଦିଙ୍କ୍ ଇଶ୍ୱର୍ ନାକିଂଙ୍କ୍ ସୁଯୋଗ୍ ଇତ୍ତନ୍ । ଇଶ୍ୱର୍ତାଦ୍ ସାୟେତ୍ କାବୁର୍ ପ୍ରଚାର୍ ମାଡ଼ାନ୍ ସେଙ୍ଗେ ନାନ୍ ୱେରଣ୍ଡ୍ ଦର୍ମଗୁରୁ ଲେକାମ୍ ପାଡ଼୍ୟି ମାଡ଼ୁତାନ୍ । ଅଣଇହୁଦିଡ଼୍ ପବିତ୍ର ଆତ୍ମା ତଡ଼୍ ଇତ୍ତାୱୁ ଜିନିଷ୍ ଲେକାମ୍ ଇଶ୍ୱର୍ତେ ବକେତ୍ ଗ୍ରହନ୍ ଆୟିଡ଼୍, ଇଦ୍ ନାୟାଦ୍ ଉଦେଶ୍ୟ । 17କ୍ରିଷ୍ଟ ଜିସୁନ୍ ତଡ଼୍ କାୟ୍ଲି ଇଶ୍ୱର୍ତେ ସେଙ୍ଗେ ଇଦ୍ ସେବା ପାଡ଼୍ୟି ମାଡ଼ମାନ୍ଦାନ୍ ମାୟ୍ଦିଙ୍କ୍ ନାନ୍ ଗର୍ବ ମାଡ଼ୁତାନ୍ । 18ଅଣଇହୁଦୀଡ଼୍କିଂଙ୍କ୍ ଇଶ୍ୱର୍ତାଦ୍ ନିୟମ୍ ପାଲନ୍ ମାଡ଼ାନ୍ ସେଙ୍ଗେ କ୍ରିଷ୍ଟ ନା ତଡ଼୍ ବାତ୍ ପାଡ଼୍ୟି ମାଡ଼୍ତଣ୍ଡ୍, ଇଦ୍ଏ ଗଟ୍ କେତ୍ତାନ୍ ସେଙ୍ଗେ ନାନ୍ ଗାଡ଼୍ସ୍ ଆତ୍ତାନ୍ । 19ଇଦ୍ ଅଣ୍ଡ୍ ମାଡ଼୍ତଣ୍ଡ୍, ବାକ୍ୟ ନୁ ପାଡ଼୍ୟି ତଡ଼୍ ନୁ ଇଶ୍ୱର୍ତେ ଆତ୍ମାତେ ଶକ୍ତିତେ । ଆଦିଙ୍କ୍ ନାନ୍ ଯିରୁଶାଲମ୍ତାଗାଙ୍କ୍ ଇଲିରିକମତାଗ୍ ଆଦାନ୍ ୱେଲେ ଆର୍ର୍ଦାଗ୍ କ୍ରିଷ୍ଟନାଦ୍ ସାୟେତ୍ କାବୁର୍ ସାୟେ ପ୍ରଚାର୍ ମାଡ଼୍ତାନ୍ । 20ବେନ୍ ପଡ଼୍ୟେତାଗ୍ ନାରୁଡ଼୍ କ୍ରିଷ୍ଟନାଦ୍ ବିଷୟ୍ କେଞ୍ଜଡ଼୍, ଆଗେ ଅନ୍ୱାଦ୍ କାବୁର୍ କେତାନାଦ୍ ନାୟାଦ୍ ଇଚ୍ଛା, ବାତେଙ୍କ୍ଇତ୍କେ ମେଣ୍ଡେଅଡ଼୍ତିଡ଼୍ ୱାଟିମାନ୍ଦାନ୍ ପାଉଣ୍ଡେସନ୍ ପର୍ର ଲୋନ୍ ମାଡ଼ାନଙ୍କ୍ ନାନ୍ ଚାଏମ୍ ଆୟନ୍ । 21ଶାସ୍ତ୍ରତାଗ୍ ବେଲା ଲେକାମିନ୍ଦେ, “ବେନଡ଼୍ ଅନ୍ୱାଦ୍ କାବୁର୍ ପାଏମ୍ ଆୟ୍ୟଡ଼୍, ଅଡ଼୍ ଉଡ଼ିତଡ଼୍; ବେନଡ଼୍ କେଞ୍ଜଡ଼୍, ଅଡ଼୍ ବୁଜେମ୍ ଆଦ୍ତଡ଼୍ ।”


