ଜିବନ୍‌ ଆରେଦିକା

1ଦାଉଦଦି ମାରିନ୍‌, ଜିରୁସାଲାମଦି ରାଜା, ଅଜାକିନି ଲୋକୁଦି ମାଟା ।

2ଅଜାକିନିକାନ୍‌ ୱେର୍‌ସିନାନ୍‌, “ୱାର୍ହିକା ନେ ୱାର୍ହିକା, ୱାର୍ହିକା ନେ ୱାର୍ହିକା, ୱିଜୁ ନେ ୱାର୍ହିକା ।”

3ଏମେ ଲୋକ୍‌ ୱେଡ଼ା ଆଡ୍‌ଗି ଏମେ ଏମେ ପାଣି କିଜି ୱାନ୍ଦ୍‌ଜିନାନ୍‌, ତାନିମାଡ଼ାନ୍ ଇନିକା ଲାବ୍ ଆଜିନାତ୍‌ ?

4ଉଣ୍ତ୍ରି ପିଡ଼ି ସନାତ୍‌ ମାରି ଉଣ୍ତ୍ରି ପିଡ଼ି ୱାନାତ୍‌; ମାତର୍‌ ଦୁନିଆ ୱିଜୁଦିନ୍ ତେବାନାତ୍ ।

5ମାରି ୱେଡ଼ା ସନାତ୍ ମାରି ୱେଡ଼ା ଆର୍‍ନାତ୍, ମାରି ନିଜେଦି ସତି ବାଡିଦୁ ଡ଼େସି ସନି ଦାନ୍ଦା ଆନାତ୍ ।

6ଗାଲି ଉଣେରି ତରିଙ୍ଗ୍ ସନାତ୍ ମାରି ଡେବିରି ତରନ୍ ୱାନାତ୍; ନିଜେଦି ସାରିଦୁ ୱିଜୁଦିନ୍‌ ତିର୍‍ବ୍‍ଜି ଗାଲି ମାରିଡ଼େସି ୱାନାତ୍ ।

7ୱିଜୁ ଗାଡେଙ୍ଗ୍‌ ସାମ୍‌ଦୁର୍‌ତୁ ସୋଲ୍‌ସି ମିସାଜିନେ, ମାରିବା ସାମ୍‌ଦୁର୍‌ ବର୍ତି ଆଏତ୍; ୱିଜୁ ଗାଡେଙ୍ଗ୍‌ ନିଜେ ନିଜେଦି ୱାତି ସାରିଦୁ ମାରିଡ଼େସି ସନେ ।

8ୱିଜୁ ପାଣି ଦାନ୍ଦାଦିକା; ଲୋକ୍‌ ଆକା ୱେର୍‌ତେଙ୍ଗ୍‌ ଆଟ୍‌ଏନ୍‌; କାଣାଗା ସୁଡ଼ୁନି ମାଡ଼ାନ୍‌ ତିର୍‌ ଆଏତ୍‌, ଇରିଙ୍ଗ୍‌ ଗିତଣି ୱେନି ମାଡ଼ାନ୍‌ ପୁରା ଆଏତ୍‌ ।

9ଆମାକା ଇନିକା ଆତାମାନାତ୍, ଆକା ନେ ଆନାତ୍ ମାରି ଏମେକା କିଆଇ ଆତାମାନାତ୍, ଆକା ନେ କିଆଇଆନାତ୍; ମାରି, ୱେଡ଼ା ଆଡ୍‌ଗି ଇନି ପୁନି ବିସୟ୍‌ ସିଲେତ୍ ।

10ସୁଡ଼ୁଦୁ, ଏମେ ମାଟା ଲକୁ ଇଜିନାର୍‌, ଆକା ପୁନିକା, ଇୟାୱାଜା ଇନି ବିସୟ୍‌ ମାନାତ୍ ? ଆକାତ୍‌ ପୁର୍ବେକାଡ଼ାଦୁ ପୁରା ଆଗ୍‌ଡ଼ିରାନ୍‌ ମାର୍ହାତ୍‌ ।

11ପୁର୍ବେକାଡ଼ାଦି ଲୋକା ବିସୟ୍‌ତାନ୍‌ ଇନିକା ଏତ୍‍ ମାନ୍‌ଏତ୍‌; ସିଲ୍‌ତିଙ୍ଗ୍ ୱାଜିନିଦିନ୍‍ତୁ ଏମେକାର୍ ଜନମ୍‌ ଆନାର୍, ୱାରି ଏତ୍‍ କିନିକା ନେ ୱାଜିନିଦିନ୍‍ତି ଲୋକା ମାନୁ ବା ତେବାଏତ୍‌ ।