ରାଜାଦି ମାଟା ମାନାନିକା
1ବୁଦିଦି ଲୋକ୍ ୱାଜା ଏନ୍ ମାନାନ୍ ? ମାରି ଏନ୍ ମାଟାଦି ଅର୍ତ ନେସ୍ନାନ୍ ? ଲୋକ୍ତି ବୁଦି ୱାନି ମୋକମ୍ ୱେଡ଼ିକା କିନାତ୍ ମାରି ୱାନି ମୋକମ୍ତି ରିସା ବାଦ୍ଲେ ଆନାତ୍ । 2ନିନୁ ରାଜାଦି ମାଟା ମାନାଦୁ, ନାନୁ ଇକା ୱେର୍ସିନା ମାରି ମାପୁରୁଦି ଆଗ୍ଡ଼ି ପାର୍ମାଣ୍ କିତିମାନି ଉଣ୍ତିଙ୍ଗ୍ ଆକା କିଦୁ । 3ୱାନି ଲାକ୍ତୁରାନ୍ ସସି ସନ୍ଡ୍ରେଙ୍ଗ୍ ଦାନ୍ଦା ଆମାଟ୍; ଇନି ତାଗ୍ଇ ବିସୟ୍ତି ତରନ୍ ନିଲ୍ମାଟ୍; ଇରିଙ୍ଗ୍ ଏମେକା ୱାନି ବଦା, ୱାନ୍ ଆକା କିନାନ୍ । 4ଏଣ୍ତେସ୍କି ରାଜାଦି ମାଟା ଅଦିକାର୍ତିକା; ମାରି, ନିନୁ ଇନିକା କିଜିନି, ଇକା ୱାନିଙ୍ଗ୍ ଏନ୍ ଇନ୍ଡ୍ରେଙ୍ଗ୍ ଆଟ୍ନାନ୍ ? 5ଏନ୍ ମାଟା ମାନାନାନ୍, ୱାନ୍ ଇନି ତାଗ୍ଇ ବିସୟ୍ ନେସ୍ତେଙ୍ଗ୍ ଆଟ୍ଏନ୍; ମାରି ବୁଦିଦି ମନ୍ ବେଡ଼ା ମାରି ବିସାର୍ ନେସ୍ନାନ୍; 6ଇରିଙ୍ଗ୍ ୱିଜୁ ବିସୟ୍ ଉଣ୍ତିଙ୍ଗ୍ ବେଡ଼ା ମାରି ବିସାର୍ ମାନାତ୍; ଏଣ୍ତେସ୍ ଲୋକ୍ତି ଦୁଃକ୍ ୱାନି ଉଣ୍ତିଙ୍ଗ୍ ନାଣ୍ତ ଆନାତ୍; 7ଇରିଙ୍ଗ୍ ଇନିକା ଗଟାନାତ୍, ଆକା ୱାନ୍ ନେସ୍ଏନ୍ ମାରି ଏଣ୍ତେସ୍ ୱାଜା ଆକା ଗଟାନାତ୍, ଇକା ଏନ୍ ୱାନିଙ୍ଗ୍ ୱେର୍ତେଙ୍ଗ୍ ଆଟ୍ନାନ୍ ? 8ଜିବନ୍ ଆଙ୍ଗ୍ଜି ଇଡ୍ନି ଉଣ୍ତିଙ୍ଗ୍ ଜିବନ୍ ମୁସୁକୁ ଏମେ ଲୋକ୍ତି ଅଦିକାର୍ ସିଲେତ୍; ମାରିବା ସାନି ଦିନ୍ ମୁସୁକୁ ୱାନି ଇନି ଅଦିକାର୍ ସିଲେତ୍; ମାରି ଆୟା ଜୁଦ୍ଦାନ୍ ଡ଼ିସ୍ମାଟ୍; ମାରିବା ତାଗ୍ଇମାନୁ ମିସାତି ଲୋକାଙ୍ଗ୍ ତାଗ୍ଇକା ରକିଆ କିଏତ୍ ।


