ପିତର୍ ଆରି କର୍ଣ୍ଣେଲିୟ
1କାଇସରିୟା ନଗର୍ନ୍ନିଆ କର୍ଣ୍ଣୀଲିୟ ମ୍ନିକ୍ନେ ମୁଇଂ ରେମୁଆଁ ଲେଃଗେ ମେଁ ଇଟାଲୀୟ ମ୍ନିକ୍ନେ ରୋମୀୟ ସନ୍ୟଦଲ୍ନେ ମୁଇଂ ସେନାପତି ଲେଃଗେ । 2ମେଁ ମୁଇଂ ଦାର୍ମିକ୍ ରେମୁଆଁ ଆରି ମେଁ ଡୁଆନେ ସାପା ରେମୁଆଁ ଇସ୍ପର୍କେ ବୁଟ ଡିଙ୍ଗ୍ଆର୍ଗେ । ମେଁ ଅର୍କିତ୍ ରେମୁଆଁଇଂକେ ଜାବର୍ ଦାନ୍ ବିଡିଙ୍ଗ୍ଗେ ଆରି କାଲାଆଃ ଇସ୍ପର୍ ଡାଗ୍ରା ପାର୍ତନା ଡିଙ୍ଗ୍ଆର୍ଡିଙ୍ଗ୍ଗେ । 3ମୁଇଂଦିନା ସ୍ମି ପ୍ରାୟ୍ ଞ୍ଜି ଗଣ୍ଟା ବେଲା ମେଁ ମୁଇଂ ମୁସୁଡ଼ିଙ୍ଗ୍ ମାଣ୍ଡା ବାବ୍ରେ କେକେ ଜେ ଇସ୍ପର୍ନେ ଦୁତ୍ ପାଙ୍ଗ୍ଚେ ଆମେକେ ୱାଡିଙ୍ଗ୍କେ “କର୍ଣ୍ଣୀଲିୟ ।”
4ମେଁ ବୁଟ୍ଚେ କିତଂ ଦୁତ୍ ପାକା ତାମୁଁଚେ ବାସଙ୍ଗ୍କେ, “ମାପ୍ରୁ ମେଁନେ ବାସଙ୍ଗ୍ନାଡିଙ୍ଗ୍କେ ?” କିତଂ ଦୁତ୍ ଉତର୍ ବିକେ “ଇସ୍ପର୍ ନାନେ ପାର୍ତନା ଆରି ଅର୍କିତ୍ ରେମୁଆଁଇଂକେ ଦାନ୍ ବିଃନାଡିଂକେ ଆତାନ୍ ଡିଗ୍ ମେଁ କେଲେକେ । ତେସା ମେଁ ଆନାକେ ମନେ ତ୍ଲାଗ୍ଡିଙ୍ଗ୍କେ ।” 5“ଏବେ ଯାପ୍ପ ନଗର୍ନ୍ନିଆ ନାଁ ନାଁନେ ରେମୁଆଁଇଂକେ ବେଚେ ଶିମୋନ ମ୍ନିକ୍ନେ ମୁଇଂ ରେମୁଆଁକେ ଆତ୍ବା ୱାଡୁଂ ପାଙ୍ଗ୍ଲାପା । ଆତେନ୍ ସିମନ୍ ପିତର୍ ମ୍ନିରେ ଡିଗ୍ ସ୍ନାମୁଆଁ । 6ମେଁ ମ୍ନା କେଣ୍ଡିଆ ଆଡ଼ାଡାଗ୍ରା ବାସା ଡିଙ୍ଗ୍ମ୍ୟାଃକ୍ନେ ଶିମୋନ ମ୍ନିକ୍ନେ ମୁଇଂ ଚାମାର୍ନେ ଡୁଆନ୍ନିଆ ଲେଃଡିଂକେ ।” 7ଆକେନ୍ ବାସଙ୍ଗ୍ଚେ କିତଂ ଦୁତ୍ ଲାଗ୍ଡଗେ । ଆକେନ୍ ଇଡ଼ିଙ୍ଗ୍ କର୍ଣ୍ଣେଲିଅ ମେଁ ଡୁଆନେ ମ୍ୱାୟା ଗତିରେକେ ଆରି ଆମେକେ ସେବା ଡିଙ୍ଗ୍ଡିଙ୍ଗ୍କ୍ନେ ସନ୍ୟଇଂବାନ୍ ମୁଇଂ ଦାର୍ମିକ୍ ସନ୍ୟକେ ୱାକେ । 8ମେଁ ଆମେଇଂକେ ସାପା ସାମୁଆଁ ଆମ୍ୟାଃଚେ ଯାପ୍ପନ୍ନିଆ ବେକେ ।
9ମାର୍ତଡ଼େ ମେଁଇଂ ଯାପ୍ପ ନଗର୍ଡାଗ୍ରା ୱେଚାଆର୍କେ ଆତେନ୍ବେଲା ପିତର୍ ସ୍ମି ବାର୍ଟା ବେଲା ବ୍ଲେସାଂ ଆଡ଼ାତ୍ରା ପାର୍ତନା ଡିଙ୍ଗ୍ନ୍ସା ୱେଲେଗେ । 10ଆମେକେ ଜାବର୍ କେଡ଼େସଃ ଡିଙ୍ଗ୍ଲା ମେଁ ଚଙ୍ଗ୍ନ୍ସା ଇକ୍ଚା ଡିଙ୍ଗ୍ଡିଙ୍ଗ୍ଗେ । ମେଁଇଂ ପିତର୍ ନ୍ସା ବଲେ ଡୁଏନେ ବେଲା ମେଁ ମୁଇଂ ମୁସୁଡ଼ିଙ୍ଗ୍ କେକେ । 11ମେଁ କେକେ ଜେ କିତଂଇନି ରଃୱେ ଲେଃକେ ଆରି ମୁଇଂ ମ୍ନା ତଗ୍ରିଆ ଅଁ କନ୍ ପାକାବାନ୍ ଆୱେଜଙ୍ଗ୍ଚେ ମଞ୍ଚ୍ପୁର୍ ଆଡ଼ାତ୍ରାପାକା ରେଃସ ଡୁଂପାଙ୍ଗ୍ଡିଙ୍ଗ୍କେ । 12ଆତେନ୍ ବିତ୍ରେ ମଞ୍ଚ୍ପୁର୍ନେ ନାନା ରକମ୍ନେ ପସୁ, ବଃଗିଡ଼ିଆ ଆରି କିତଂଇନିନେ ପ୍ଲିଗ୍ଇଂ ଲେଃଆର୍କେ । 13ଆରି ମେଁ ମୁଇଂ ଇଲ୍ଏଁ ଅଁକେ, “ପିତର୍ ତଃଡ଼୍ୟା ଆକେନ୍ ପସୁ ବିତ୍ରେବାନ୍ ଆଣ୍ଡିନେ ଡିଗ୍ ବାଗୁଏଃଚେ ଚଙ୍ଗ୍ ।”
14ମାତର୍ ପିତର୍ ବାସଙ୍ଗ୍କେ, “ଣ୍ଡୁ ମାପ୍ରୁ ନେଙ୍ଗ୍ ନାୟା ଣ୍ଡୁ ! ନେଙ୍ଗ୍ ଅଃନା ମେଃଡିଗ୍ ଅସୁଚି ଆରି ଅପବିତ୍ର ଜିନିସ୍ ନ୍ନାଚଙ୍ଗ୍କେ ଣ୍ଡୁ ।”
15ବାର୍ମୁଇଂତର୍ ମେଁ ଆକେନ୍ ଇଲ୍ଏଁ ଅଁକେ, “ପର୍ମେସର୍ ଆଜାକେ ପବିତ୍ର ଆଡିଙ୍ଗ୍ବକେ, ନା ଆମେକେ ଅଶୁଚି ଡାଗ୍ଚେ ଆବାସଙ୍ଗ୍ଗେ ।” 16ଞ୍ଜିତର୍ ଦେତ୍ରକମ୍ ଡିଙ୍ଗ୍କ୍ନେ ଇଡ଼ିଙ୍ଗ୍ ଆତେନ୍ ତଗ୍ରିଆକେ କିତଂଇନି ଆଡ଼ାତ୍ରା ଆରି ଗୁରାଙ୍ଗ୍ଡକେ ।
17ପିତର୍ ମେଁନେ ମୁସୁଡ଼ିଙ୍ଗ୍ନେ ଅର୍ତ ବ୍ନାଇର୍ ଏତେଚେ କାବା ଡିଙ୍ଗ୍ୱେଗେ । ଆକେନ୍ ବେଲା କର୍ଣ୍ଣୀଲିୟ ଆଜାକେ ବେବଗେ ମେଁଇଂ ଶିମୋନନେ ଡୁଆ ତୁର୍ ଅଲେଙ୍ଗ୍ଡିଙ୍ଗ୍ ଆର୍ଗେ ମେଁଇଂ ପାଙ୍ଗ୍ଚେ ର୍ଣ୍ଣସାଙ୍ଗ୍ ଡାଗ୍ରା ତୁଆଁ ଆର୍କେ । 18ମେଁଇଂ ସାଲିଆକୁକେ, ଶିମୋନ ଜାଣ୍ଡେ କି ପିତର୍ ଡାଗ୍ଚେ ଡିଗ୍ ସ୍ନାମୁଆଁ ମେଁ ଆକ୍ଅରିଆ କୁଲା ପାଙ୍ଗ୍ଲେକେ କି ?
19ପିତର୍ ଆତେନ୍ ଜାକ ମୁସୁଡ଼ିଙ୍ଗ୍ନେ ଅର୍ତ ଦ୍ରିଗ୍ନ୍ସା ଚେସ୍ଟା ଡିଙ୍ଗ୍ଡିଙ୍ଗ୍ଗେ ଅଃକେନ୍ ବେଲା ପବିତ୍ର ଆତ୍ମା ବାସଙ୍ଗ୍କେ “କେଲା ଆକ୍ଅରିଆ ଞ୍ଜିରୁଆ ରେମୁଆଁ ଆନାକେ ତୁର୍ଆର୍ଡିଙ୍ଗ୍କେ । 20ତଃଡ଼ିଆ ଆରି ଆଲ ଜାର୍ଲା । ଆତେନ୍ ରେମୁଆଁଇଂ ଏତେ ୱେନ୍ସା ମ୍ୱାର୍ମନ୍ ଆଡିଙ୍ଗ୍ଗେ ଡାଗ୍ଲା ନେଙ୍ଗ୍ ଆମେଇଂକେ ବେମ୍ୱକେ ।” 21ପିତର୍ ଆଲ ଜାର୍ଚେ ଆତେନ୍ ରେମୁଆଁଇଂକେ ବାସଙ୍ଗ୍କେ “ପେ ଆଜାକେ ତୁର୍ପେଡିଙ୍ଗ୍କେ ନେଙ୍ଗ୍ ଆତେନ୍ ରେମୁଆଁ । ପେ ମେଁସା ପାଙ୍ଗ୍ପେଲେକେ ?”
22ମେଁଇଂ ଉତର୍ ବିକେ, “ସେନାପତି କର୍ଣ୍ଣୀଲିୟ ଆନେକେ ବେବକେ । ମେଁ ମୁଇଂ ଦାର୍ମିକ୍ ରେମୁଆଁ । ମେଁ ଇସ୍ପର୍କେ ବୁଟ ମ୍ୟାଃକେ ଆରି ଜିଉଦିଇଂ ସାପାରେ ଆମେକେ ସନ୍ମାନ୍ ବିଃମ୍ୟାକେ । ଆନାକେ ମେଁ ଡୁଆ ୱାଚେ ନାନେ ବ୍ନାଇର୍ ଅଁନ୍ସା ଇସ୍ପର୍ନେ ମୁଇଂ ଦୁତ୍ ଆମେକେ ଆଦେସ୍ ବିବକେ ।” 23ତେସା ପିତର୍ ଆମେଇଂକେ ବିତ୍ରେ ୱାକେ ଆରି ଆତେନ୍ ମିଡିଗ୍ ଆତ୍ଅରିଆ ଡୁଲେଗ୍ନ୍ସା ବାସଙ୍ଗ୍କେ । ଆମାର୍ତଡ଼େ ମେଁ ତିଆର୍ ଡିଙ୍ଗ୍ଚେ ମେଇଂ ଏତେ ୱେକେ । ଆରି ଯାପ୍ପନ୍ନିଆ ବାସା ଡିଙ୍ଗ୍ଆର୍କ୍ନେ ବୟାଁଇଂ ବିତ୍ରେ ବାନ୍ ଉଡ଼ିରୁଆ ମେଇଂ ଏତେ ୱେଆର୍କେ । 24ମାର୍ତଡ଼େ ମେଁଇଂ କାଇସରିୟାଡାଗ୍ରା ୱେଚାଆର୍କେ । ଆତ୍ଅରିଆ କର୍ଣ୍ଣୀଲିୟ ନିଜର୍ ସାଙ୍ଗଇଂ ଏତେ ଆରି ଡୁଆ ଡାଗ୍ରାନେ ବନ୍ଦୁ କୁଟୁମ୍ଇଂ ଏତେ ପିତର୍କେ ଉର୍ଲେ ଆର୍ଗେ । 25ପିତର୍ ବିତ୍ରେ ଗାନେ ବେଲା କର୍ଣ୍ଣୀଲିୟ ଆମେକେ ଅବାଚେ ମେଁ ଞ୍ଚ ବୁନ୍ଦେ ଲଃଚେ ସାର୍ଲକେ । 26ମାତର୍ ପିତର୍ ଆମେକେ ଆଃତଡ଼ିଆଚେ ବାସଙ୍ଗ୍କେ, “ତଃଡ଼ିଆ ନେଙ୍ଗ୍ ଡିଗ୍ ନା ରକମ୍ ମୁଇଂ ରେମୁଆଁ ।” 27ପିତର କର୍ଣ୍ଣେଲିଅ ଏତେ ବାଲିର୍ ବାତା ଡିଙ୍ଗ୍ ବେଲା ଡୁଆ ବିତ୍ରେ ଗାଆର୍କେ ଆରି ଆତ୍ଅରିଆ ଗୁଲେ ରେମୁଆଁ ରିସିଙ୍ଗ୍ ଲେଃନେ କେଆର୍କେ । 28ମେଁ ଆମେଇଂକେ ବାସଙ୍ଗ୍କେ “ପେ ମ୍ୟାଃପେଲେକେ ଜେ ମୁଡ଼ି ଜିଉଦି ଡିଗ୍ ବିନ୍ରେ ଏତେ କୁଡ଼େନେ ଆରି ବିନ୍ ଜାତିନେ ରେମୁଆଁଇଂନେ ଡୁଆ ୱେନେ ଜିଉଦି ରେମୁଆଁଇଂନେ ନିଅମ୍ନ୍ନିଆ ବିରଦ୍ । ମାତର୍ ମୁଡ଼ି ରେମୁଆଁ ଡିଗ୍ ଅପବିତ୍ର ଆରି ଅସୁଚି ମାବାସଙ୍ଗ୍ ନ୍ସା ଇସ୍ପର୍ ଆନେଙ୍ଗ୍କେ ଆସୁଏଃ ବିଃବକେ । 29ତେସା ପେ ଅନାବେଲା ଆନେଙ୍ଗ୍କେ ପେୱାକେ ନେଙ୍ଗ୍ ମେଃଡିଗ୍ ଆପତି ମାଡିଙ୍ଗ୍ଚେ ମ୍ପାଙ୍ଗ୍କେ । ଆନେଙ୍ଗ୍ ଏବେ ବାସଙ୍ଗ୍ପା ପେ ମେଁସା ଆନେଙ୍ଗ୍କେ ୱାପେବଗେ ?”
30କର୍ଣ୍ଣୀଲିୟ ବାସଙ୍ଗ୍କେ “ନେଙ୍ଗ୍ ଟିକ୍ ଅଁସି ଦିନା ସେନୁଗ୍ ନେଙ୍ଗ୍ ଡୁଆ ସ୍ମି ତିନ୍ଟା ବେଲା ପାର୍ତନା ଡିଙ୍ଗ୍ଣ୍ଡିଙ୍ଗ୍ଗେ । ଆତେନ୍ ବେଲା ଉଲୁସ୍ତେ ମୁଇଂ କିତଂ ଦୁତ୍ ତାର୍କିଗ୍କ୍ନେ ସକା ସଃଲେକ୍ନେ ମୁଇଂ ରେମୁଆଁ ନେଙ୍ଗ୍ ସେନୁଗ୍ ତୁଆଁଚେ ବାସଙ୍ଗ୍କେ; 31‘କର୍ଣ୍ଣୀଲିୟ ! ଇସ୍ପର୍ ନାନେ ପାର୍ତନା ଅଁଲେକେ ଆରି ନା ଅର୍କିତ୍ ରେମୁଆଁଇଂକେ ବିଃନାବକ୍ନେ ଦାନ୍ଡିଗ୍ ମନେ ବକେ । 32ତେସା ଯାପ୍ପନ୍ନିଆ ରେମୁଆଁ ବେଚେ ପିତର ମ୍ନିରେ ସ୍ନାମୁଁଆଃ ଶିମୋନକେ ଆକ୍ଅରିଆ ୱାପା । ମେଁ ମ୍ନା କେଣ୍ଡିଆ ଆଃଡ଼ାଃ ଚାମାର୍ ଶିମୋନନେ ଡୁଆନ୍ନିଆ ଲେଃଡିଂକେ ।’ 33ତେସା ନେଙ୍ଗ୍ ଆନାକେ ଜିଆ ଜିଆ ୱାନ୍ସା ମ୍ୱେକେ । ବଲ୍ ଡିଙ୍ଗ୍ଗେ ନା ଆକ୍ଅରିଆ ନାପାଙ୍ଗ୍କେ । ମାପ୍ରୁ ଆନାକେ ମେଃନେ ବାସଙ୍ଗ୍ ନ୍ସା ଆଦେସ୍ ବିବକେ ଆତେନ୍ ଦ୍ରିଗ୍ନ୍ସା ନେ ସାପାରେ ଆକ୍ଅରିଆ ଇସ୍ପର୍ନେ ସେନୁଗ୍ ଉର୍ଚେ ନେଲେକେ ।”


