ନିସ୍ତାର୍ ପାଣ୍ଡୁଏ
1ଆତ୍ବା ମିସର୍ ଦେସ୍ନିଆ ମାପ୍ରୁ ମୋଶା ଆରି ହାରୋଣକେ ବାସଙ୍ଗ୍କେ, 2“ଆକେନ୍ ଆର୍କେ ପେନି ମେନ୍ ଆର୍କେ ବାରି ମେମୁଆଁନେ ପର୍ତୁମ୍ ଆର୍କେ ଡିଂଏ । 3ପେ ଇସ୍ରାଏଲ୍ନେ ସାପା ମଣ୍ଡଲିକେ ଆକେନ୍ ସାମୁଆଁ ବାସଙ୍ଗ୍ପା, ଆକେନ୍ ଆର୍କେନେ ଗୁଆ ଦିନା ପେନି ସାପା ରେମୁଆଁ ନ୍ତାକେଲାନେ ଡୁଆ ଇସାବ୍ରେ ସାପା ଡୁଆଣ୍ଡ୍ରେ ଆତ୍ଲା ମୁଇଂ ମୁଇଂ ଉଂମେଣ୍ଡା ଡୁଙ୍ଗ୍ପେୱେଏ । 4ବାରି, ମୁଇଂ ଉଂମେଣ୍ଡା ଡୁଂୱେ ନ୍ସା ଜଦି ଜାଣ୍ଡେନେ କୁଟୁମ୍ ଗଣ୍ଡାଃଏ, ତେଲା ମେଁ ଆରି ମେଁନି ଡୁଆଡାଗ୍ରାଣ୍ଡ୍ରେ ଆତ୍ଲା, ପ୍ରାନିଇଂନେ ଇସାବ୍କିତାବ୍ ଇସାବ୍ରେ ମୁଇଂ ଉଂମେଣ୍ଡା ରାଙ୍ଗ୍ୱେଆର୍ଏ; ପେ ସାପାରେନେ ଆତ୍ଲା ଚଙ୍ଗ୍ନେ ବପୁ ଅନୁସାରେ ଉଂମେଣ୍ଡା ଉଃଡ଼ି ଡିଂଏ, ଆତେନ୍ ଇସାବ୍ ପେଡିଂଏ । 5ପେ ମେଣ୍ଡା ରାସି ଆରି ଗିମିଃ ରାସି ବିତ୍ରେ ଡିୟାମିଃ ରାଙ୍ଗ୍ପେୱେଏ; ଆତେନ୍ କାନା ଚଟା ଡିଂ ଆଲେଣ୍ଡୁ, ବାରି ମୁଇଂ ମୁଆଁନେ ପାଃଡ଼ିମି ଡିଂଲେଃଏ; 6ଆତେନ୍ ଆର୍କେନେ ଗଅଁ ଦିନା ଜାକ ଆମେକେ ଡାପେବଏ; ଏନ୍ଇଡ଼ିଂ ଇସ୍ରାଏଲ୍ ମଣ୍ଡଲିନେ ସାପା ରେମୁଆଁ ଲମ୍ଡିଗ୍ କେଲା ଆତେନ୍ ଉଂମିକେ ପେବାଗୁଏଃଏ । 7ବାରି ରେମୁଆଁଇଂ ମେଁନି ମ୍ମ୍ୟାଁ ରାଂୱେଚେ ଆଣ୍ଡି ଆଣ୍ଡିନେ ଡୁଆଣ୍ଡ୍ରେ ଗିମିଃଚି ଚଙ୍ଗ୍ଆର୍ଏ, ଆତେନ୍ ଡୁଆନେ ଦୁଆର୍ବନ୍ଦ୍ ମ୍ୱାର୍ ପାକା ବାରି ଦର୍ବନ୍ଦ୍ ଆଡ଼ାତ୍ରା ଆତେନ୍ ପେଲାଗାଏ । 8ବାରି ଆତେନ୍ ମିଡିଗ୍ବ ମେଁନେ ଚିଲି ପେଚଂଏ; ସୁଆନିଆ ବାଲଃ ସିର୍ଚେ ଖମୀର ଆମିସୁକ୍ନେ ରୁଟି ବାରି ବିସେଃ ଆମାଃ ଏତେ ଆତେନ୍ ପେଚଂଏ । 9ପେ ଆତେନ୍ ଚିଲିକେ କାଚା ଣ୍ଡୁଲା ଣ୍ଡିଆନିଆ ଆନ୍ସିଂଚେ ପେଚଙ୍ଗ୍ ଣ୍ଡୁ, ମାତର୍ ସୁଆନିଆ ମେଁନି ବାଆଃ ବାରି ଞ୍ଚ, ଗାଗ୍ଡ଼େ ବିତ୍ରେନେ ସାପା ଚିଲି ସିର୍ଚେ ପେଚଙ୍ଗ୍ଏ । 10ବାରି ଞ୍ଜିର୍ ଜାକ ଆତେନ୍ ପେବ ଣ୍ଡୁ; ଜଦି ଞ୍ଜିର୍ ଜାକ ମେଃଡିଗ୍ ପେବଏ, ତେଲା ଆମେକେ ସୁଆନିଆ ଆଃଗି ପେବିଏ । 11ଦେକ୍ରକମ୍ ପେ ଆମେକେ ଜିଆ ଜିଆ ପେଚଂଏ, ବା ନ୍ସାନିଆ ଗାଗ୍ଚେ ଞ୍ଚନିଆ ପାଣ୍ଡୟ୍ ତାଙ୍ଗ୍ଚେ ନ୍ତିନିଆ ଡୁଡୁ ସାଚେ ଜିଆ ଆମେକେ ପେଚଂଏ; ଆକେନ୍ ମାପ୍ରୁନେ ନିସ୍ତାର୍ ପାଣ୍ଡୁଏଃ ।
12ମେଃଡାଗ୍ଲା ନେ ଏ ମିଡିଗ୍ ମିସର୍ ଦେସ୍ ବିଚେ ନେୱେଏ ବାରି ମିସର୍ ଦେସ୍ନେ ରେମୁଆଁ ବାରି ପସୁନେ ସର୍ତେ ପର୍ତୁମ୍ ଜନମ୍ ଡିଂକ୍ନେ ଗଡ଼େଅକେ ନେବାଗୁଏଃଏ; ବାରି ମିସର୍ନେ ସାପା ଦେବତାନେ ବିଚାର୍ ଡିଂଚେ ଡଣ୍ଡ୍ ନେବିଏ; ନେ ମାପ୍ରୁ । 13ଆତେନ୍ସା ପେ ଆଣ୍ଡି ଆଣ୍ଡିନେ ଡୁଆନିଆ ପେଲେଏ, ଆତେନ୍ ଡୁଆନିଆ ଆତେନ୍ ମ୍ମ୍ୟାଁ ଚିନ୍ ରକମ୍ ଡିଂଚେ ଲେଃଏ; ଆରି ନେ ମିସର୍ ଦେସ୍କେ ଡଣ୍ଡ୍ ବିଃନେ ବେଲା ଆତେନ୍ ମ୍ମ୍ୟାଁକେ କେଲା, ଆପେକେ ଆନ୍ତାର୍ଚେ ଆରି ବିନ୍ଅରିଆ ୱେଏ, ବିନାସ୍ ଆଃଡିଂନେ ମାଃସ ମୁଇଂ ମିସର୍ ଆଡ଼ାତ୍ରା ଡିଂଏ, ଆପେକେ ମାଡ୍ ଆଡିଙ୍ଗ୍ ଣ୍ଡୁ । 14ଆରି ଆତେନ୍ ଦିନା ପେନି ମନେ ତ୍ଲାଗ୍ନେ ଦିନା ଡିଂଏ, ବାରି ପେ ଆତେନ୍ ଦିନାକେ ମାପ୍ରୁନେ ପାଣ୍ଡୁଏଃ ରକମ୍ ପେପାଲେଏ; ପେନି କୁଲ୍ ଲେଃନେ ଜାକ କାଲାଆଃ ନ୍ସା ଆକେନ୍ ପାଣ୍ଡୁଏଃ ପେପାଲେଏ ।


