ପର୍ମେସର୍ ମୋଶାକେ ୱାକେ
1ଆତେନ୍ ବେଲା ମୋଶା ମେଁନେ ମ୍ମଙ୍ଗ୍ଡ଼େ ଯିଥ୍ରୋ ମ୍ନିକ୍ନେ ମିଦିୟନ୍ନେ ପୁଜାରିନେ ମେଣ୍ଡା ତୁର୍ତ୍ୟା ଡିଂଗେ; ମେଃସୁଆ ମେଁ କଣ୍ଡାନେ ଟିପେ ମେଣ୍ଡା ସାଃଚେ ହରେବ୍ ମ୍ନିକ୍ନେ ପର୍ମେସର୍ନେ କଣ୍ଡାଅରିଆ ୱେଚାକେ । 2ଆତ୍ବା ମୁଇଂ ବୁଟାଅରିଆ ସୁଆ ଆଃଡୁଆଚେ ମାପ୍ରୁନେ ଦୁତ୍ ଆମେକେ ଦର୍ସନ୍ ବିଃକେ; ଆତ୍ତେ ମେଁ କେକେ ଜେ, ଆରି କେଲା, ବୁଟା ସୁଆ ଏଃତେ ଡୁଡୁଆଡିଂକେ, ଏଲେଡିଗ୍ ବୁଟା ନସ୍ଟ ଡିଙ୍ଗ୍ଆଡିଙ୍ଗ୍କେ ଣ୍ଡୁ । 3ତେସାଃ ମୋଶା ବାଲିର୍କେ, “ନେଙ୍ଗ୍ ଡାଗ୍ରା ୱେଚେ ଆକେନ୍ ଜାଦୁ କାମ୍ ଙ୍କେଏ, ବୁଟା ମେଃନ୍ସା ଗିଃ ଆଡିଙ୍ଗ୍କେ ।”
4ମାତର୍ ମାପ୍ରୁ ଉଡ଼ିବେଲା କେକେ, ଜେ ମେଁ କିକେ ନ୍ସା ଡାଗ୍ରା ୱେଡିଂକେ, ଆତେନ୍ ବେଲା ପର୍ମେସର୍ ବୁଟାବାନ୍ ଆମେକେ ୱାଚେ ବାସଙ୍ଗ୍କେ, “ଅ ମୋଶା, ଅ ମୋଶା ।” ଆତ୍ବା ମେଁ ବାସଙ୍ଗ୍କେ, “ଇଁଏ କେଲା, ନେଙ୍ଗ୍ ପାଙ୍ଗ୍ନ୍ଲାଏକେ ।”
5ଆତ୍ବା ମେଁ ବାସଙ୍ଗ୍କେ, “ନାଁ ଆକେନ୍ ଜାଗାଅରିଆ ଆପାଙ୍ଗ୍ଗେ, ନାଁ ଞ୍ଚବାନ୍ ପାଣ୍ଡୁଏ ତଃ; ମେଃଡାଗ୍ଲା ନାଁ ଆଣ୍ଡିଅରିଆ ତୁଆଁ ନାଲେଃକେ, ଆତେନ୍ ପବିତ୍ର ତୁବଃ ।” 6ମେଁ ଆରି ବାସଙ୍ଗ୍କେ, “ନେ ନାନେ ନ୍ତାଞ୍ଜାଃନେ ପର୍ମେସର୍, ଡାଗ୍ଲା ଅବ୍ରହାମ୍ନେ ପର୍ମେସର୍ ଆରି ଇସ୍ହାକ୍ନେ ପର୍ମେସର୍ ଆରି ଯାକୁବ୍ନେ ପର୍ମେସର୍ ।” ଆତ୍ବା ମୋଶା ସାର୍ମୁଆଃକେ ଡିଡା ବିଃକେ, ମେଃଡାଗ୍ଲା ମେଁ ପର୍ମେସର୍ନେ ଆଡ଼ାତ୍ରା କିକେନ୍ସା ବୁଟକେ ।
7ଆତ୍ବା ମାପ୍ରୁ ବାସଙ୍ଗ୍କେ, “ନେ ମିସର୍ ଦେସ୍ଅରିଆ ଲେକ୍ନେ ନେନେ ରେମୁଆଁଇଂନେ କସ୍ଟ କେନ୍ଲାଏକେ ବାରି ସାସନ୍ ଡିଂଣ୍ଡ୍ରେନେବାନ୍ ମେଇଂନେ ଅଃନେ ଅଁନ୍ଲାଏକେ; ନେ ମେଇଂନେ କସ୍ଟ ମ୍ୟାଃନ୍ଲାଏକେ । 8ଆତେନ୍ସା ମିସ୍ରିୟ ରେମୁଆଁଇଂନେ ନ୍ତିବାନ୍ ଆମେଇଂକେ ରକ୍ୟା ଆଃଡିଂନ୍ସା, ବାରି ଆତେନ୍ ଦେସ୍ବାନ୍ ନିମାଣ୍ଡା ଆରି ଅସାର୍ ମୁଇଂ ଦେସ୍କେ; ଡାଗ୍ଲା, କିଣାନିୟ ଆରି ହିତ୍ତୀୟ ଆରି ଇମୋରୀୟ ଆରି ପରିଷୀୟ ଆରି ହିବ୍ବୀୟ ଆରି ଯିବୂଷୀୟଇଂ ମୁଃଡ଼ି ଜାଗାଅରିଆ ଡିଗ୍ ଲେଃଆର୍ଏ, ଆତେନ୍ ତ୍ରାଃଡ଼ିଆ ଆରି ଞ୍ଜୁଙ୍ଗ୍ ତାର୍ନେ ଦେସ୍ନିଆ ଆମେଇଂକେ ୱାଡୁଙ୍ଗ୍ୱେନ୍ସା ନେଜାର୍କେ । 9ଆତେନ୍ସା କେଲାପା, ଇସ୍ରାଏଲ୍ ଗଡ଼େଇଂନେ ଅଃନେ ନେ ଅଁନେଲାଏକେ; ବାରି ମିସ୍ରିୟ ରେମୁଆଁଇଂ ମେଙ୍ଗ୍ ଆଡ଼ାତ୍ରା ଆଣ୍ଡିନେ କରାପ୍ କାମ୍ ଡିଂମ୍ୟାଃଆର୍କେ, ଆତେନ୍ ନେ ନେକେକେ । 10ତେସା ଏବେ ପାଙ୍ଗ୍ଲାପା, ନେ ଆପେକେ ଫାରୋ ଡାଗ୍ରା ନେବେଏ, ପେ ମିସର୍ବାନ୍ ନେ ରେମୁଆଁ ଇସ୍ରାଏଲ୍ନେ ଗଡ଼େଇଂକେ ଆଃତାର୍ଚେ ଡୁଙ୍ଗ୍ପେପାଙ୍ଗ୍ଏ ।”
11ଆତ୍ବା ମୋଶା ପର୍ମେସର୍କେ ବାଲିର୍କେ, “ନେଙ୍ଗ୍ ଜାଚେଃ, ଫାରୋ ଡାଗ୍ରା ୱେଚେ ମିସର୍ ଦେସ୍ବାନ୍ ଇସ୍ରାଏଲ୍ନେ ଗଡ଼େଇଂକେ ଆଃତାର୍ ଡୁଂମ୍ପାଙ୍ଗ୍ଏ ?”
12ଆତ୍ବା ମେଁ ବାସଙ୍ଗ୍କେ, “ନେ ଡିଲାଡିଗ୍ ନା ଏତେ ନେଲେଃଏ; ଆରି ନେ ଜେ ଆନାକେ ନେବେକେ, ଆତ୍ବା ମୁଇଂ ଚିନ୍ ନାମ୍ୟାଃଏ, ନା ମିସର୍ବାନ୍ ରେମୁଆଁଇଂକେ ଆଃତାର୍ ଡୁଙ୍ଗ୍ପାଙ୍ଗ୍କ୍ନେ ଇଡ଼ିଙ୍ଗ୍ ପେ ଆକେନ୍ କଣ୍ଡାଅରିଆ ପର୍ମେସର୍କେ ସେବା ପେଡିଙ୍ଗ୍ଏ ।”
13ଆଥ୍ବା ମୋଶା ପର୍ମେସର୍କେ ବାଲିର୍କେ, “କେଲା, ନେଙ୍ଗ୍ ଉଃଡ଼ିବେଲା ଇସ୍ରାଏଲନେ ଗଡ଼େଇଂନେ ଡାଗ୍ରା ୱେଚେ ଆମେଇଂକେ ମ୍ୱାସଙ୍ଗ୍ଏ, କି ପେନେ ନ୍ତାଞ୍ଜାଇଂନେ ପର୍ମେସର୍ ଆନେଙ୍ଗ୍କେ ପେ ଡାଗ୍ରା ବେବକେ; ବାରି ମେଇଂ ସାଲ୍ୟାକୁଆର୍ଏ, ମେଁନେ ମ୍ନି ମେଃନି ? ଆତେନ୍ ବେଲା ନେଙ୍ଗ୍ ମେଃ ଉତର୍ ମ୍ୱିଏ ?”
14ଆତ୍ବା ପର୍ମେସର୍ ମୋଶାକେ ବାଲିର୍କେ, “ନେଙ୍ଗ୍ ଜେ ନ୍ଲାଏକେ, ମେଁ ନ୍ଲାଏକେ,” ବାରି ମେଁ ବାଲିର୍କେ, “ପେ ଇସ୍ରାଏଲ୍ ଗଡ଼େଇଂକେ ପେବାସଙ୍ଗ୍ଏ, ନେଙ୍ଗ୍ ନ୍ଲାଏଃକେ, ପେ ଡାଗ୍ରା ଆନେଙ୍ଗ୍ ବେବକେ ।” 15ପର୍ମେସର୍ ମୋଶାକେ ବାରି ବାସଙ୍ଗ୍କେ, “ନା ଇସ୍ରାଏଲ୍ ଗଡ଼େଇଂକେ ଆକେନ୍ ସାମୁଆଁ ନାବାସଙ୍ଗ୍ଏ, ପେନି ନ୍ତାଞ୍ଜାଇଂନେ ପର୍ମେସର୍, ଡାଗ୍ଲା ଅବ୍ରହାମ୍ନେ ପର୍ମେସର୍ ଅବ୍ରାମ ଆରି ଇସ୍ହାକ୍ନେ ପର୍ମେସର୍ ଆରି ଯାକୁବ୍ନେ ପର୍ମେସର୍ ଜା କି ମାପ୍ରୁ ନିଜେ, ମେଁ ପେ ଡାଗ୍ରା ଆନେଙ୍ଗ୍କେ ବେବକେ; ନେନେ ଆକେନ୍ ମ୍ନି ଜୁଗ୍ ଜୁଗ୍ ଜାକ ଲେଃଏ, ବାରି ରେମୁଆଁଇଂ ଜୁଗ୍ ଜୁଗ୍ ନ୍ସା ମନେ ବଆର୍ଏ । 16ପେ ୱେଚେ ଇସ୍ରାଏଲ ବଂସନେ ମ୍ନାରେକେ ମୁଇଂତୁଗ୍ ରାସିଂଚେ ଆକେନ୍ ସାମୁଆଁ ବାସଙ୍ଗ୍ପା, ପେନେ ନ୍ତାଞ୍ଜାଇଂନେ ପର୍ମେସର୍, ବା, ଅବ୍ରହାମ ବାରି ଇସ୍ହାକ୍ ବାରି ଯାକୁବ୍ନେ ପର୍ମେସର୍ ମାପ୍ରୁ ଆନେଙ୍ଗ୍କେ ଦର୍ସନ୍ ବିଚେ ବାସଙ୍ଗ୍ବକେ, ନେ ପେନି ବାରି ମିସର୍ନିଆ ପେ ଆଡ଼ାତ୍ରା ମେଃ ମେଃନି ଡିଂବଆର୍କେ, ଆତେନ୍ ସାପା ନେ କେନେଲାଏକେ । 17ବାରି ନେ ଆପେକେ ମିସର୍ନେ କସ୍ଟବାନ୍ ରକ୍ଷା ଆଡିଂଚେ କିଣାନିୟଇଂନେ ବାରି ହିତ୍ତୀୟଇଂନେ ବାରି ଇମୋରୀୟଇଂନେ ବାରି ପରିଷୀୟଇଂନେ ବାରି ହିବ୍ବୀୟଇଂନେ ବାରି ଯିବୂଷୀୟଇଂନେ ତ୍ରାଃଡ଼ିଆ ଆରି ଞ୍ଜୁଙ୍ଗ୍ ତାର୍ନେ ଦେସ୍ନିଆ ରାଙ୍ଗ୍ନେୱେଏ ଡାଗ୍ଚେ ବାସଙ୍ଗ୍ନେବକେ ।”
18ଆତ୍ବା ମେଇଂ ନାନେ ଆଦେସ୍ ଦ୍ରିଗ୍ଆର୍ଏ; ଆତ୍ବା ପେ ବାରି ଇସ୍ରାଏଲ୍ ବଂସନେ ମ୍ନାରେଇଂ ମିସର୍ନେ ରାଜା ଡାଗ୍ରା ୱେଚେ ଆକେନ୍ ସାମୁଆଁ ପେବାସଙ୍ଗ୍ଏ, ଏବ୍ରୀୟ ରେମୁଆଁଇଂନେ ପର୍ମେସର୍ ମାପ୍ରୁ ନେ ଏତେ କୁଡ଼େଃ ଲାଏକେ; ଆତେନ୍ସା ସାର୍ଲ ନେଡିଙ୍ଗ୍କେ, ନେନେ ପର୍ମେସର୍ ମାପ୍ରୁ ଆଡ଼ାତ୍ରା ବଲି ଚଡ଼େନେସା ଏବେ ଆନେକେ ଜିର୍ସିନେ ଗାଲି କଣ୍ଡା ଆଡ଼ା ଆଡ଼ା ୱେନ୍ସା ଆଦେସ୍ ବିଲା । 19ମାତର୍ ନେ ମ୍ୟାଃନେଲାଏକେ, ମିସର୍ନେ ରାଜା ଆପେକେ ୱେନ୍ସା ଆଦେସ୍ ଆବି ଣ୍ଡୁ, ବପୁନେ ନ୍ତି ପାଙ୍ଗ୍ଲା ଡିଗ୍ ଆବି ଣ୍ଡୁ । 20ଆତ୍ବା ନେ ନ୍ତି ଟେକେଚେ ଦେସ୍ଅରିଆ ସାପା କାବାଡିଂକ୍ନେ କାମ୍ ନେରାସୁଏଏ; ଆତ୍ବା ମିସର୍ ଦେସ୍କେ କଷ୍ଟ ବିଃକ୍ନେ ଇଡ଼ିଂ ମେଁ ଆପେକେ ୱେନ୍ସା ବିଏ ।
21ବାରି ନେ ମିସ୍ରିୟ ରେମୁଆଁଇଂନେ ସେନୁଗ୍ ଆକେନ୍ ରେମୁଆଁଇଂକେ ଦୟା ନେରାଃସୁଏଃଏ, ଆତ୍ବା ପେ ୱେକେଲା ସରାନ୍ତି ପେୱେ ଣ୍ଡୁ; 22ମାତର୍ ସାପା ସେଲାମ୍ବୁଏଃ ମେଁନେ ଡାଗ୍ରାଡୁଆଣ୍ଡ୍ରେ ବାରି ମେଁନେ ଆଣ୍ଡାଣ୍ଡେ ସେଲାମ୍ବୁଏଃ ଡାଗ୍ରାବାନ୍ ରୁପା ଆରି ସୁନା ଆରି ପାଟାଇ ସାଲ୍ୟାଚେ ଡୁଂୱେଏ; ବାରି ଆତେନ୍ ପେନି ଗଗିସିଆଇଂକେ ପେରାସଃଏ । ଦେକ୍ରକମ୍ ପେ ମିସ୍ରିୟ ରେମୁଆଁଇଂନେ ଜିନିସ୍ଆଣ୍ଡେଙ୍ଗ୍ ରାଃ ଡୁଙ୍ଗ୍ପେଡଏ ।


