ଆନ୍ଥୀୟଖିଆନ୍ନିଆ ପିତ୍ରକେ ପାଉଲ୍ କୁଡ଼େନେ
11ପିତର୍ ଆଣ୍ଟିୟୋଖ ପାଙ୍ଗ୍ଲେଃ କେଲା ନେଙ୍ଗ୍ ରେମୁଆଁଇଂ ଡାଗ୍ରା ଆମେକେ ନୁଆଁ ମ୍ୱଗେ ମେଃଡାଗ୍ଲା ମେଁ ସତ୍ ବାବ୍ରେ ଦଦ୍ୟା କାମ୍ ଡିଙ୍ଗ୍ଡିଙ୍ଗେ । 12ଜାକୁବ୍ ବାନ୍ ପ୍ରେରିତ୍ ଉଡ଼ିରୁଆ ରେମୁଆଁ ଆତ୍ଅରିଆ ପାଙ୍ଗ୍ନେ ସେନୁଗ୍ ପିତର୍ ଅଣଜିଉଦି ବୟାଁ ବାରି ତନାଇଂ ଏତେ ଉଗ୍ଚଙ୍ଗ୍ ପେଡିଙ୍ଗ୍ଗେ । ମାତର୍ ଆତେନ୍ ରେମୁଆଁଇଂ ପାଙ୍ଗ୍ନେ ଇଡ଼ିଙ୍ଗ୍ ମେଁ ଆତ୍ବା ଚୁପ୍ ଡିଙ୍ଗ୍କେ । ମେଁଇଂ ଏତେ ମେଁ ବାରି ଚଙ୍ଗ୍ଉଗ୍କେ, ମେଃଡାଗ୍ଲା ଅଣଜିଉଦିଇଂ ପବିତ୍ର ଡିଙ୍ଗ୍ନେ ଦର୍କାର୍ ଡାଗ୍ଚେ ଜାଣ୍ଡେଇଂ ବାସଙ୍ଗ୍ଡିଙ୍ଗ୍ଗେ ମେଁ ଆମେଇଂକେ ବୁଟ ଡିଙ୍ଗ୍ଗେ । 13ବିନ୍ ଜିଉଦିଇଂ ପିତର୍ ଏତେ କୁଡ଼େଚେ ବକୁଆ ରେମୁଆଁଇଂ ରକମ୍ ବାଃଲିର୍ବାଃତା ଡିଙ୍ଗ୍ବଗେ, ଦେକ୍ରକମ୍ କି ବର୍ଣ୍ଣବା ଡିଗ୍ ମେଇଂନେ କୁଟ୍ ସାମୁଆଁନ୍ନିଆ ମାନେଃକେ । 14ନେଙ୍ଗ୍ ଉଃଡ଼ିବେଲା ଙ୍କେକେ ଜେ ନିମାଣ୍ଡାସାମୁଆଁନେ ସତ୍ ଇସାବ୍ରେ ମେଇଂ ଦରମ୍ ବେବଆର୍ ଆସୁଏ ଆଡିଙ୍ଗ୍ଆର୍କେ ଣ୍ଡୁ ନେଙ୍ଗ୍ ମେଇଂନେ ସାମ୍ନାରେ ପିତର୍କେ ବାସଙ୍ଗ୍ମ୍ୱଗେ “ଜଦି ପେ ଜିଉଦି ଡିଙ୍ଗ୍ଚେ ଅଣଜିଉଦି ରେମୁଆଁଇଂ ରକମ୍ ଜିବନ୍ କାଟେ ପେଡିଙ୍ଗ୍କେ ତେଲା ଜିଉଦି ରେମୁଆଁଇଂ ରକମ୍ ଜିବନ୍ କାଟେନ୍ସା ପେ ଅଣଜିଉଦି ରେମୁଆଁଇଂକେ ଡିଡିରକମ୍ ଜବର୍ଜସ୍ତି ଡିଙ୍ଗ୍ପେୟାଏ ?”


