ମିସର୍ନ୍ୟା ଅବ୍ରାମ
10ଆତେନ୍ ବେଲା କିଣାନ୍ ଦେସ୍ ବୟାଙ୍କାର୍ ମୁର୍ଡ଼ି ଡିଙ୍ଗ୍କେ । ତେସା ଅବ୍ରାମ ବାସା ନ୍ସା ମିସର୍ ଦେସ୍ ପାକା ୱେକେ । 11ମେଁ ଉଡ଼ିବେଲା ମିସର୍ ଦେସ୍ନେ ଡାଗ୍ରା ଡିଂକେ ଅବ୍ରାମ ନିଜର୍ ସେଲାମ୍ବୁଏଃ ସାରୀକେ ବାସଙ୍ଗ୍କେ, “ନେଙ୍ଗ୍ ମ୍ୟାନ୍ଲେକେ ନାଁ କେନ୍ସା ଜାବର୍ ସୁନ୍ଦର୍ । 12ମିସର୍ ଦେସ୍ନେ ରେମୁଆଁଇଂ ଆନାକେ କେଆର୍ଏ ବାରି ମ୍ୟାଆର୍ଏ ଜେ, ନାଁ ନେଙ୍ଗ୍ନେ ସେଲାମ୍ବୁଏଃ । ତେସା ମେଇଂ ଆନିଂ ବାଗୁଏଃ ବିଃଆର୍ଏ ବାରି ଆନାକେ ଆମ୍ବ୍ର ବଆର୍ଏ । 13ତେସା ନାଁ ରେମୁଆଁଇଂକେ ନାବାସଙ୍ଗ୍ଏ, ନାଁ ନେଙ୍ଗ୍ନେ ତନା ଡାଗ୍ଚେ ନାବାସଙ୍ଗ୍ଏ । ତେଲା ମେଇଂ ଆନେଙ୍ଗ୍ ଲିବିସ ଆର୍ଏ । ଦେକ୍ ରକମ୍ ନାଁ ନେଙ୍ଗ୍ନେ ଜିବନ୍କେ ରକ୍ୟା ନାଡିଙ୍ଗ୍ଏ ।” 14ଉଡ଼ିବେଲା ଅବ୍ରାମ ମିସର୍ ଦେସ୍ନ୍ୟା ୱେଚାକେ । ମିସର୍ ଦେସ୍ନେ ରେମୁଆଁଇଂ ମେଁନେ ସେଲାମ୍ବୁଏଃକେ ଜାବର୍ ସୁନ୍ଦ୍ରି ଲେଃକ୍ନେ କେଆର୍କେ । 15ବାରି ଫାରୋନେ ନେତାଇଂ ଆମେକେ କେଚେ ପ୍ରସଂସା ଡିଂଆର୍କେ, ଏନ୍ ଇଡ଼ିଙ୍ଗ୍ ଆତେନ୍ ସେଲାମ୍ବୁଏଃକେ ଫାରୋନେ ଡୁଆଅରିଆ ଡୁଙ୍ଗ୍ପାଙ୍ଗ୍ଆର୍କେ । 16ଫାରୋ ମାତର୍ ଅବ୍ରାମକେ ଲିବିସ ଡିଙ୍ଗ୍କେ, ବାରି ଆମେକେ ମେଣ୍ଡା, ଅରେଃ, ଗଦ, ଚାକର୍ ଚାକର୍ବୁଏଃ ବାରି ଡିଆ ଗଦ ବାରି ଉଁଟ୍ ବିଃକେ ।
17ମାତର୍ ଅବ୍ରାମନେ ସେଲାମ୍ବୁଏଃ ସାରୀ ନ୍ସା ମାପ୍ରୁ ଫାରୋ ବାରି ମେଁନେ ପରିବାର୍ ଆଡ଼ାତ୍ରା ବୟାଙ୍କାର୍ ମୁର୍ଡିବାନ୍ ଡଣ୍ଡ୍ ବିକେ । 18ତେସା ଫାରୋ ଅବ୍ରାମକେ ୱାଚେ ବାସଙ୍ଗ୍କେ, ନାଁ ମେଁ ନ୍ସା ନେଁନେ ଏଃତେ ଦେକ୍ ରକମ୍ ବେବଆର୍ ନାଡିଙ୍ଗ୍କେ ? 19ସାରୀ ନାଁନେ ସେଲାମ୍ବୁଏଃ ଡାଗ୍ଚେ ଏନ୍ ସାମୁଆଁ ଆନେକେ ମେଁ ନ୍ସା ନାବାସଙ୍ଗ୍କେ । ଆମେକେ ମେଁ ନ୍ସା ନିଜର୍ ତନା ଡାଗ୍ଚେ ନାବାସଙ୍ଗ୍କେ । ନେଙ୍ଗ୍ ଆମେକେ ନେଙ୍ଗ୍ନେ ସେଲାମ୍ବୁଏଃ ଆଡିଙ୍ଗ୍ଚେ ବିହେ ଡିଙ୍ଗ୍ନ୍ସା ଡୁଙ୍ଗ୍ମ୍ପାଂକେ । ମାତର୍ ନେଙ୍ଗ୍ ଏବେ ଆମେକେ ଆଃଆଣ୍ଡେ ବିଃଣ୍ଡିଂ । ଆମେକେ ସାଚେ ଆକ୍ବାନ୍ ଲାଗ୍ଡଲା । 20ଫାରୋ ମେଁନେ ରେମୁଆଁଇଂକେ ଅବ୍ରାମ ବିସଏରେ ଆଦେସ୍ ବିଃକେ, ଆରି ମେଁଇଂ ସାପା ଦନ୍ ସମ୍ପତି ଏଃତେ ଆମେଇଂକେ ଆରି ମେଁନେ ସେଲାମ୍ବୁଏଃକେ ବେ ବିଃଆର୍କେ ।


