ଯିହୁଦା ବିନ୍ୟାମୀନ୍ ନ୍ସା ଗୁଆରି ଡିଂନେ
18ଏନ୍ ଇଡ଼ିଙ୍ଗ୍ ଯିହୁଦା ଯୋଷେଫନେ ଡାଗ୍ରା ୱେଚେ ବାସଙ୍ଗ୍କେ, “ଅ ମାପ୍ରୁ, ଆନେଙ୍ଗ୍ ଇଃତୁଡ଼ା ବାଲିର୍ନେ ବିଲା । ଦୟା ଡିଙ୍ଗ୍ଚେ ନେଙ୍ଗ୍ ଆଡ଼ାତ୍ରା ରିସା ଆଡିଂଗେ । ନେଙ୍ଗ୍ ମ୍ୟାଃନ୍ଲେ, ନାଁ ଫାରୋନେ ରକମ୍ । 19ମାପ୍ରୁ ନିଜର୍ ଦାସ୍ଇଂକେ ସାଲ୍ୟାଃକୁକେ, ପେନେ ବୟାଁ ଣ୍ଡୁଲା ଆବା ଲେଃଆର୍କେ ଲେଃ ?” 20ଆତ୍ବା ନେ ମାପ୍ରୁକେ ନେବାସଙ୍ଗ୍କେ,ନେନେ ଆବା ଲେଃକେ, ମେଁ ଡକ୍ରା ରେମୁଆଁ । ବାରି ମେଁନେ ଡକ୍ରାକ୍ନେ ମୁଇଂ ଉଂଡେ ଲେଃକେ, ଆତେନ୍ ରେମୁଆଁ ଡାଆଁ । ମାତର୍ ମେଁନେ ମ୍ନା ବୟାଁ ଗୁଏଃଲେଃକେ, ମେଁ ମାତର୍ ମେଁନେ ଇୟାଙ୍ଗ୍ଡେନେ ମୁଇଂ ଆଃ ଉଂଡେ । ଆତେନ୍ସା ମେଁନେ ବାଡ଼େ ଆମେକେ ବଲ୍ ବା ମ୍ୟାଃକେ । 21ଏନ୍ଇଡ଼ିଙ୍ଗ୍ ନାଁ ଆନେକେ ନାବାସଙ୍ଗ୍କେ, “ତେଲା ଆତେନ୍ ଡାଆଁ ବୟାଁକେ ଆକ୍ଡାଗ୍ରା ରାଙ୍ଗ୍ପାଙ୍ଗ୍ଲାପା, ନେଙ୍ଗ୍ କିକେନ୍ସା ଚାଏଁ ଣ୍ଡିଂକେ ।” 22ତେଲା ନେ ମାପ୍ରୁକେ ବାସଙ୍ଗ୍ନେବଗେ, ନେନେ ଡାଆଁ ବୟାଁ ପାଙ୍ଗ୍ ଆୟା ଣ୍ଡୁ । ମେଁ ଆବାକେ ଆନ୍ତାର୍ଚେ ପାଙ୍ଗ୍ଆୟା ଣ୍ଡୁ । ଜଦି ଆବା ଆମେକେ ଆରେ ବିଏ, ତେଲା ଆବା ଦୁକ୍ ଡିଙ୍ଗ୍ଚେ ଗୁଏଃୱେଏ । 23ମାତର୍ ନାଁ ଆନେକେ ନାବାସଙ୍ଗ୍କେ, ପେ ଜଦି ପେନେ ଡାଆଁ ବୟାଁକେ ରାଙ୍ଗ୍ପେପାଙ୍ଗ୍, ପେ ଆରି ଅଃନା ଆନେଙ୍ଗ୍ ପେକେ ଣ୍ଡୁ । 24ତେନ୍ଇଡ଼ିଂ ନେ ନାନେ ଦାସ୍ ଜେ ନେମ୍ବା, ମେଁ ଡାଗ୍ରା ୱେଚେଃ ଆମେକେ ମାପ୍ରୁନେ ଆକେନ୍ ସାପା ସାମୁଆଁ ନେବାସଙ୍ଗ୍କେ । 25ଏନ୍ ଇଡ଼ିଙ୍ଗ୍ ନେ ଆବା ବାସଙ୍ଗ୍କେ, ପେଇଂ ୱେଚେ ଉଡ଼ି କାଦି ନେଃ ନ୍ସା ବିଆର୍ ରାଙ୍ଗ୍ପାଙ୍ଗ୍ଲାପା । 26ବାରି ନେ ଆବାକେ ନେବାସଙ୍ଗ୍କେ, “ନେ ନେନେ ଡାଆଁ ବୟାଁ ଣ୍ଡୁଲା ୱେ ନେୟା ଣ୍ଡୁ । ଜଦି ନେନେ ବୟାଁ ନେନେ ଏତେ ୱେ ଆୟା ଣ୍ଡୁ, ତେଲା ଆତେନ୍ ରେମୁଆଁନେ ସାର୍ମୁଁଆଃ କେ ନେୟା ଣ୍ଡୁ ।” 27ଏନ୍ଇଡ଼ିଙ୍ଗ୍ ନେ ଆବା ଆନେକେ ବାସଙ୍ଗ୍କେ, “ପେ ମ୍ୟାଃ ପେଲେଃଗେ, ନେଙ୍ଗ୍ନେ ସେଲାମ୍ବୁଏଃ ରାହେଲବାନ୍ ମାତର୍ ମ୍ୱାକ୍ଲିଗ୍ ଉଂ ଜନମ୍ ଡିଙ୍ଗ୍ଲେଃଗେ । 28ମୁଇଂ ଉଂ ନେଙ୍ଗ୍ବାନ୍ ସ୍ଲ ଲାଗ୍ଡଗେ । ଆତେନ୍ ଦିନ୍ବାନ୍ ନେଙ୍ଗ୍ ଆମେକେ ନ୍ନାକେକେ ଣ୍ଡୁ । ନେଙ୍ଗ୍ ବିସ୍ବାସ୍ ଣ୍ଡିଙ୍ଗ୍ଏ, ମେଁ ଡିଲାଡିଗ୍ କଣ୍ଡା ପସୁଇଂନେ ବାନ୍ ଚିନ୍ ଚତୁର୍ ଡିଂଚେ ଗୁଏଃଲେଏ । 29ଜଦି ପେ ନେଙ୍ଗ୍ନେ ଉଂ ନେଙ୍ଗ୍ବାନ୍ ସ୍ଲ ରାଙ୍ଗ୍ପେୱେଏ । ବାରି ଜଦି ମେଁନେ ମେଃଡିଗ୍ ଡିଙ୍ଗ୍ଏ, ତେଲା ନେଙ୍ଗ୍ ଦୁକ୍ରେ ଗୁଏ ଉଁୱେଏ । 30ଏବେ ଚିନ୍ତା ଡିଙ୍ଗ୍, ମେଃନେ ଡିଙ୍ଗ୍ଏ । ଅଃନା ନେନେ ଡାଆଁ ବୟାଁ ଆଲେଃଣ୍ଡୁ, ତେଲା ଆକେନ୍ ଙ୍ଗିରେ ମାଲେଃନେ କେଚେ ମେଁ ଅଃତେନ୍ବେଲା ଗୁଏଃୱେଏ । ତେଲା ଆତେନ୍ ଗଡ଼େଅ ନେ ଆବାନେ ଅମୁଲ୍ୟ ସମ୍ପତି । 31ନେ ଆବା ମୁଇଂ ଦୁକ୍ କସ୍ଟରେ ମ୍ବ୍ରନେ ଡକ୍ରା ରେମୁଆଁ, ମେଁ ଉଡ଼ିବେଲା କେଏ, ବିନ୍ୟାମୀନ୍ ନେ ଏତେ ଣ୍ଡୁ । ବାରି ଆକାନ୍ ନେନେ ଦସ୍ ଡିଙ୍ଗ୍ଏ । ନେନ୍ସା ମେଁ ଦୁକ୍ ରେମୁଆଁ ରକମ୍ ଗୁଏଃୱେଏ । 32ନେଙ୍ଗ୍ ଆକାନ୍ ବୟାଁ ନ୍ସା ଦାଇ ଡିଂ ନ୍ଲେଃକେ । ନେଙ୍ଗ୍ ନେନେ ଆବାକେ ବାଲିର୍ ମ୍ୱକେ, ଜଦି ନେଙ୍ଗ୍ ବିନ୍ୟାମୀନକେ ସଙ୍ଗେ ରାଙ୍ଗ୍ନାୱେ, ତେଲା ମେଁ ଆନେଙ୍ଗ୍ ଜିବନ୍ ସାରା ଦସି ଆଡିଙ୍ଗ୍ଏ । 33ତେସା ନେଙ୍ଗ୍ ଆନାକେ ଗୁଆରି ଡିଙ୍ଗ୍ଣ୍ଡିଂକେ, ମାପ୍ରୁନେ ଡାଗ୍ରା ଆକେନ୍ ଙ୍ଗିରେନେ ବାଦୁଲ୍ ନାନେ ଦାସ୍ ନିଂ ନାନେ ଦାସ୍ ଡିଂନ୍ଲେଃଏ, ମାତର୍ ଆକେନ୍ ଙ୍ଗିରେକେ ବୟାଁଇଂ ଏଃତେ ବେବିଃ । 34ଜଦି ବିନ୍ୟାମୀନ୍ ନେଙ୍ଗ୍ ଏତେ ଆଲେଃ ଣ୍ଡୁ, ତେଲା ନେଙ୍ଗ୍ ଆବାନେ ଡାଗ୍ରା ଡିରକମ୍ ୱେ ଇଁୟାଏ ? ବାରି ଆବାନେ ମୁଃଡ଼ି ବିପଦ୍ ଗଟେଏ, ଆତେନ୍ ଡିରକମ୍ ନିଂ କିକେ ଇଁୟାଏ ?”


