ଯିରୂଶାଲମ ଆଡ଼ାତ୍ରା ଇସ୍ପର୍ନେ ସାନ୍ତି
1ଅ ଦର୍ମ ପ୍ଲାଃ ଅଲେଙ୍ଗ୍ ରେମୁଆଁ, ଅ ମାପ୍ରୁକେ ତୁତୁର୍ଣ୍ଡ୍ରେ, ପେ ନେନେ ସାମୁଆଁ ଦ୍ରିଗ୍ପା: ପେ ଆଣ୍ଡିନେ ବ୍ରିବାନ୍ ଗୁଆଃ ପେଲାଏଃକେ ଆରି ମୁଃଡ଼ି କୁରୁନେ ଲେଃୱେଲେଃକ୍ନେବାନ୍ ଗଃ ପେଲାଏଃକେ, ତେନ୍ ଆଡ଼ାତ୍ରା ଦିଆନ୍ ବିଃପା । 2ପେନେ ଆବା ଅବ୍ରହାମ୍ ଆଡ଼ାତ୍ରା ଆରି ପେନେ ଜନମ୍ ବିଃଣ୍ଡ୍ରେ ସାରା ଆଡ଼ାତ୍ରା କେଲା; ମେଃଡାଗ୍ଲା ମେଁ ମୁଇଂଜା ଲେଃନେ ବେଲା ନେ ଆମେକେ ନେୱାକେ ଆରି ନେ ଆସିର୍ବାଦ୍ ଡିଂଚେଃ ଆମେକେ ଜାବର୍ ବଂସ ନେରାଃଡିଂକେ । 3ମେଃଡାଗ୍ଲା ମାପ୍ରୁ ସିୟୋନକେ ସାନ୍ତି ଆଃଡିଂବକେ; ମେଁ ମେଁନେ ନସ୍ଟ ଡିଂଲାଏଃକ୍ନେ ଜାଗା ସାପାକେ ସାନ୍ତି ଆଃଡିଂବକେ; ମେଁ ମେଁନେ କଣ୍ଡାକେ ଏଦନ ରକମ୍ ଆରି ମେଁନେ ବାଲିଲଃ ଏରିଆକେ ମାପ୍ରୁନେ ଡୁଗ୍ଡି ରକମ୍ ଆଃଡିଂବକେ; ମ୍ଲେଃଡ଼୍ୟାଃ ଆରି ସାର୍ଦା, ଦନ୍ୟବାଦ୍ ଆରି ଅସ୍ମାର୍ ସବ୍ଦ ତେନ୍ ବିତ୍ରେ ଡିଂଏ । 4ଅ ନେନେ ରେମୁଆଁଇଂ, ନେନେ ସାମୁଆଁଅରିଆ ମନ୍ ବିଃପା; ଅ ନେନେ ଦେସ୍ନେ ରେମୁଆଁଇଂ, ନେ ସାମୁଆଁଅରିଆ ନ୍ଲୁଗ୍ ଦ୍ରିଗ୍ପା: ମେଃଡାଗ୍ଲା ନେବାନ୍ ମୁଇଂ ନିଅମ୍ ତାର୍ଏ ଆରି ନେ ଦେସ୍ ଦେସ୍ନେ ରେମୁଆଁନେ ତାର୍କିଗ୍ ନ୍ସାଃ ନେନେ ବିଚାର୍ ତିଆର୍ ନେରାଃଡିଂଏ । 5ନେନେ ଦର୍ମ ଡାଗ୍ରା ପାଂଡିଂକେ, ନେନେ ପରିତ୍ରାନ୍ ତାର୍ଲାଏଃକେ ଆରି ନେନେ ନ୍ତି ଦେସ୍ ଦେସ୍ନେ ରେମୁଆଁନେ ବିଚାର୍ ଡିଂଏ; ମଜେ କେଣ୍ଡିଆଃନେ କଣ୍ଡାଇଂ ଆନେକେ ଉର୍ଚେଃ ଲେଃଆର୍ଏ ଆରି ନେନ ନ୍ତିଅରିଆ ମେଃଡିଗ୍ ଜିନିସ୍ଅରିଆ ଆସା ବଆର୍ଏ । 6ପେ କିତଙ୍ଗ୍ଇନି ଆଡ଼ାତ୍ରା କେଲାପା ଆରି ଆଲ ଲାଏଃକ୍ନେ ମଚ୍ପୁର୍କେ କେଲାପା; ମେଃଡାଗ୍ଲା କିତଙ୍ଗ୍ଇନି ମାଃସ ରକମ୍ ବୁଃଡ଼ି ୱେଏ ଆରି ମଞ୍ଚ୍ପୁର୍ନେ ତୁବଃ ଗଣ୍ଡାଃ ଗଣ୍ଡାଃ ୱେଚେଃ ଜିରେ ୱେଏ, ବାରି ଆତ୍ ବାସାଣ୍ଡ୍ରେ ଣ୍ଡ୍ରୁଏ ରକମ୍ ଗୁଏଃଆର୍ଏ; ମାତର୍ ନେନେ ଉଦାର୍ ମାଡାନେ କାଲ୍ ଜାକ ଲେଃଏ ଆରି ନେନେ ଦର୍ମ ଆବଃ ଣ୍ଡୁ । 7ଅ ଦରମ୍ ଜ୍ଞାନି ରେମୁଆଁଇଂ, ପେନେ ମନ୍ଅରିଆ ନେନେ ନିଅମ୍ ଲାଏଃକେ, ପେ ନେନେ ସାମୁଆଁ ଦ୍ରିଗ୍ପା; ପେ ରେମୁଆଁନେ ଅପମାନ୍କେ ଆବ୍ଟଗେପା, କି ମେଇଂନେ ନିନ୍ଦା ନ୍ସାଃ ମନ୍ ଗାବ୍ରା ଆଡିଂଗେପା । 8ମେଃଡାଗ୍ଲା ତେୱାଁ ଆମେଇଂକେ ସକାପାଟାଇ ରକମ୍ ଚଙ୍ଗ୍ବିଃଏ ଆରି ବୁବଃଉଂ ଆମେଇଂକେ ଉଗ୍ବଃ ରକମ୍ ଚଙ୍ଗ୍ବିଃଏ; ମାତର୍ ନେନେ ଦର୍ମ ମାଡାନେ କାଲ୍ ଜାକ ଲେଃଏ ଆରି ନେନେ ଉଦାର୍ ଜୁଗ୍ ଜୁଗ୍ ଜାକ ଲେଃଏ । 9ଅ ମାପ୍ରୁ ତଃଡ଼୍ୟାଃ ଆନେକେ ସାଇଜ ଡିଙ୍ଗ୍,ଆରି ବପୁ ବିଃଲା ଡିରକମ୍ ଅଃସେ, ବାୱିର୍ ଜୁଗ୍ନେ ଙ୍ଗିର୍ବୁଏଃ ରିତିନିତିନେ ବେଲା, ଦେତ୍ରକମ୍ ଉର୍ । ଜା ରାହବକେ ଗନ୍ଦା ଗନ୍ଦା ଆଃଡିଂଚେ ଗୁଆଃକେ, ଆରି କେଣ୍ଡିଆଃ ବିତ୍ରେ ଲାଏଃକ୍ନେ ଜନ୍ତୁକେ ବାଗୁଏଃକେ, ମେଁ କି ନା ଣ୍ଡୁ ? 10ଜା କେଣ୍ଡିଆଃକେ, ସ୍ରିଡ଼୍ୟାଃ ସାପାକେ ଆଃନ୍ସୁଆର୍କେ, ଜା ଉଦାର୍ ବାଲାଏଃକେ ମେଇଂ ପୁଆଃ ନ୍ସାଃ କେଣ୍ଡିଆଃନେ ସ୍ରି ଜାଗାକେ ଗାଲି ଆଃଡିଂକେ, ମେଁ କି ନା ଣ୍ଡୁ ? 11ବାରି, ମାପ୍ରୁନେ ମୁକ୍ତି ବାଲେକ୍ନେ ରେମୁଆଁଇଂ ଆଣ୍ଡେ ପାଙ୍ଗ୍ଆର୍ଏ ଆରି ସାର୍ଦା ଅସ୍ମାର୍ ସାର୍ ସାର୍ଚେଃ ସିୟୋନ ଡାଗ୍ରା ପିଙ୍ଗ୍ଚାଃଆର୍ଏ; କାଲାଆଃ ଲେଃନେ ସାର୍ଦା ଆରି ଆଲାଦ୍ ବାଆର୍ଏ, ବାରି ଦୁକ୍ ଆରି ଅଃନେ ସ୍ଲ ଲାଗ୍ଡଏ । 12ଜା ଆନାକେ ସାନ୍ତି ବିଃଏ, ମେଁ ନେଙ୍ଗ୍ ଆଃ, ନେ ଆଃ; ଗୁଏଃନେ ଅଦିକାର୍ ରେମୁଆଁକେ ଆରି ଜେ ଚେଃମୁଆଁ ରକମ୍ ଆଃଡିଂଡିଂଏ, ଦେକ୍ରକମ୍ ରେମୁଆଁନେ ଗଡ଼େଅକେ ବୁଟନାଡିଂକେ, 13ବାରି କିତଙ୍ଗ୍ଇନି ଅସାର୍ ଆଃଡିଂଣ୍ଡ୍ରେ ଆରି ମଚ୍ପୁର୍ନେ ପାଣ୍ଡୁସନ୍ ଆଃରେଣ୍ଡ୍ରେ ନା ଆଃରେଣ୍ଡ୍ରେ ସଦାପ୍ରବୁକେ ଆବଃନାବକେ ଆରି ବିରଦିକେ ବିନାସ୍ ଆଃଡିଂନ୍ସାଃ ତିଆର୍ ଡିଂନେବେଲା ମେଁନେ ରିସା ନ୍ସାଃ ପ୍ରାଃସ୍ମି କାଲାଆଃ ବୁଟନାଡିଂକେ ଜେ ନା, ନା ଣ୍ଡୁଲା ଆରି ଜା ? ଆରି, ଆତେନ୍ ବିନାସ୍ ଆଃଡିଙ୍ଗ୍ନେ ରେମୁଆଁନେ ରିସା ଆଣ୍ଡିକାଃ ? 14ବନ୍ଦି ରେମୁଆଁ ଦାପ୍ରେ ମୁକ୍ତି ଡିଂଏ; ବାରି, ବାରି ମେଇଂ ଅଃନା ଆଗୁଏଃ ଣ୍ଡୁ, ବାରି ମେଇଂନେ କାଦି ଅଃନା ଅବାବ୍ ଆଡିଂ ଣ୍ଡୁ । 15ମେଃଡାଗ୍ଲା ଲଉଡ଼ିନେ ସାପା ଗର୍ଜେନେ ନ୍ସାଃ ଜା କେଣ୍ଡିଆଃକେ ତେରେପେତେ ଆଃଡିଂଏ, ନେ ଆତେନ୍ ମାପ୍ରୁ ନାନେ ପର୍ମେସର୍ ନେଲାଏଃକେ; ମେଁନେ ମ୍ନି ସନ୍ୟାଦିପତି ସଦାପ୍ରବୁ । 16ବାରି, କିତଙ୍ଗ୍ଇନି ଅସାର୍ ଆଡିଙ୍ଗ୍ ମ୍ୱକେ, ମଚ୍ପୁର୍ନେ ପାଣ୍ଡୁସନ୍ ଆଃରେନେ ଆରି ପେ ନେନେ ରେମୁଆଁ, ଆକେନ୍ ସିୟୋନକେ ବାସଙ୍ଗ୍ ନ୍ସାଃ ନିଂ ନା ତୁମୁଁଆଃଅରିଆ ନିଜର୍ ସାମୁଆଁ ନେବକେ ଆରି ନିଜର୍ ନ୍ତିନେ ନ୍ଲୁଡ଼୍ୟାଃଅରିଆ ଆନାକେ ଡିଡାନେବକେ ।


