ଯିରୂଶାଲମନେ ଦୁକ୍ କସ୍ଟନେ ଦିନ୍
17ଅ ଯିରୂଶାଲମ ତୁଆଁ, ତଃଡ଼୍ୟାଃଚେଃ ତୁଆଁ, ପେ ମାପ୍ରୁନେ ନ୍ତିବାନ୍ ମେଁନେ ରିସା ରକମ୍ ମୁତା ରାଙ୍ଗ୍ୱେଚେଃ ଉଗ୍ପେବକେ; ପେ ବୁସାଃନେ ରକମ୍ ମ୍ନାଃ ମୁତାବାନ୍ ଉଗ୍ଚେଃ ଆତେନ୍ ଆଃଡ଼ାଃ ପେବକେ । 18ମେଁ ଆଣ୍ଡିନେ ଗଡ଼େଇଂକେ ଜନମ୍ ବିଃବକେ, ମେଁ ସାପାରେନେ ବିତ୍ରେ ଆମେକେ ଜତନ୍ ଡିଙ୍ଗ୍ ନ୍ସାଃ ଜାଡିଗ୍ ଣ୍ଡୁ; କି ମେଁ ଆଣ୍ଡିନେ ଗଡ଼େଇଂକେ ଜତନ୍ ଡିଂବକେ, ମେଁ ସାପାରେନେ ବିତ୍ରେ ମେଁନେ ନ୍ତି ସାଃଚେ ରାଙ୍ଗ୍ୱେନ୍ସାଃ ଜାଡିଗ୍ ଣ୍ଡୁ । 19ଆକେନ୍ ମ୍ବାକ୍ଲିଗ୍ ସାମୁଆଁ ନା ଆଡ଼ାତ୍ରା ଗଟେଲାଏଃକେ; ନା ନ୍ସାଃ ଜା ଅଃଏ ? ସୁନ୍ସାନ୍ ଆରି ବିନାସ୍, ବାରି ମର୍ଡ଼ି ଆରି କାଣ୍ଡା ପାଙ୍ଗ୍ଲେକେ ନିଂ ଡିରକମ୍ ଆନାକେ ସାନ୍ତି ଣ୍ଡ୍ରାଃଡିଂଏ ? 20ଜାଲ୍ଅରିଆ ଲଃଲେକ୍ନେ ଏଲା ରକମ୍ ନାଁନେ ଗଡ଼େଇଂ ଗୁଏଃଲୁଗ୍ ଲେଃଆର୍କେ, ମେଇଂ ସାପାରେ ଗାଲିନେ ମୁଣ୍ଡେ ପାକା ଲଃଲେଃଆର୍କେ; ମେଇଂ ମାପ୍ରୁନେ ରିସାରେ, ନାନେ ପର୍ମେସର୍ନେ ଦମକ୍ରେ ମେଇଂ ବର୍ତି ଡିଂଲେଃଆର୍କେ । 21ଏନ୍ସାଃ ଅ ଦୁକ୍ରେ ଲେଃକ୍ନେ ସେଲାମ୍ବୁଏଃ ଆରି ବିନା ଅଙ୍ଗୁର୍ ରସ୍ ଏଃତେ ବୁସାଃ ନାଲାଏଃକେ ଜେ, ନା ଏବେ ଆକେନ୍ ଦ୍ରିଗ୍; 22ନାନେ ମାପ୍ରୁ, ସଦାପ୍ରବୁ ଆରି ନିଜର୍ ରେମୁଆଁଇଂନେ ସାପଟ୍ ଡିଂଣ୍ଡ୍ରେ ନାନେ ପର୍ମେସର୍ ଆକେନ୍ ସାମୁଆଁ ବାସଙ୍ଗ୍ଡିଂକେ, କେଲା, ନେ ବୁସାଃକ୍ନେ ରକମ୍ ଉଗ୍ଡ୍ୟାଃ ମୁତା, ଡାଗ୍ଲା, ନେନେ ରିସା ରକମ୍ ମ୍ନାଃ ଉଗ୍ଡ୍ୟାଃ ମୁତା ନା ନ୍ତିବାନ୍ ଜଗ୍ ରାଙ୍ଗ୍ୱେନେବକେ; ନା ଆରି ଆତେନ୍ ନାଉଗ୍ ଣ୍ଡୁ; 23ବାରି, ଜାଜା ଆନାକେ କସ୍ଟ ବିଃଆର୍ଏ, ମେଇଂନେ ନ୍ତିଅରିଆ ନେ ଆତେନ୍ ନେବିଃଏ; ମେଇଂ ନାନେ ଜିବନ୍କେ ବାସଙ୍ଗ୍ବଆର୍କେ, ବ୍ରିଂ ବିଃ, ନେ ନା ଆଡ଼ାତ୍ରା ନେଅଲେଙ୍ଗ୍ଏ, ଆରି ନା ତୁବଃ ଆରି ଗାଲି ରକମ୍ ଅଲେଙ୍ଗ୍ଣ୍ଡ୍ରେ ନ୍ସାଃ ନିଜର୍ ଗୁଗ୍ଡ୍ୟା ଆଃସୁଏଃ ବିଃନାବକେ ।


