ଆତ୍ମା ଗରବ୍
13ପେଇଂନେ ବିତ୍ରେ ଜାଣ୍ଡେ ଜାଣ୍ଡେ ଆଂକାର୍ ଡିଂଚେ ବାସଂଆର୍ଏ, “ନେ ଏଃକେ ଲେଃ ଞ୍ଜଡ଼େ ଅମ୍କ ଇନି ନେଃୱେ ଆତ୍ଡାଗ୍ରା ମେମୁଆଁ ନେଃଲେ ଆରି ବେପାର୍ବାଟ୍ ଡିଂଚେ ମାଲେ ଡାବୁ ନେଃଆର୍ଜେ” 14ଡାଗ୍ଲା ଞ୍ଜଡ଼େ ନା ଜିବନ୍ରେ ମେଁନେ ଗଟେଏ ଆତେନ୍ ପେମ୍ୟାକେ । ପେନେ ଜିବନ୍ ତାଉଲଃ ସୁଗୁଆ ପ୍ରେକ୍ ଆଃ ତ୍ନାଚେ ପ୍ରେକ୍ ଆଃ ଆତ୍ନା ଣ୍ଡୁ ଦେତ୍ରକମ୍ ପେଇଂନେ ଜିବନ୍ ରକମ୍ । 15ତେସା ପେନେ ବାସଙ୍ଗ୍ନେ ଦର୍କାର୍ “ମାପ୍ରୁନେ ଇକ୍ଚା ଡିଙ୍ଗ୍ଲା ନେ ମ୍ବ୍ରଲେଃଚେ ଏନ୍ ନେଃଡିଂ ଆରି ଆତେନ୍ ନେଃଡିଂ ।” 16ଡାଗ୍ଲା ଏବେ ପେଇଂ ଆଂକାର୍ ଡିଂଚେ ଆତ୍ମା ଗର୍ବ ଡିଙ୍ଗ୍ ପେଡିଙ୍ଗ୍କେ । ଆତ୍ମା ଗର୍ବ ଦଦ୍ୟା ଡିଙ୍ଗ୍ଏ ।
17ମନେ ବପା ମୁଡ଼ି ରେମୁଆଁ ମେଃଡିଗ୍ ସତ୍କାମ୍ ଡିଂନେ ଟିକ୍ ଡାଗ୍ଚେ ମ୍ୟାଃଚେ ଡିଗ୍ ଆତେନ୍ ଆଡିଂଣ୍ଡୁ ମେଁ ପାପ୍ ଡିଂଏ ।


