ଦନ୍ୟବାଦ୍ ପାର୍ତ୍ନା
3ଅଃମିମଃନ୍ ତୁମିମଃନାର୍ ହାଁୟ୍ ପାର୍ତ୍ନା କଃରି ଅଃମାର୍ ମାପୁର୍ ଜିସୁ କ୍ରିସ୍ଟାର୍ ଉବାସି ଇସ୍ୱର୍କେ ସଃବୁବଃଳ୍ ଦନ୍ୟବାଦ୍ ଦେଉଁଲୁ । 4କ୍ରିସ୍ଟଜିସୁର୍ ତଃୟ୍ ତୁମିମଃନାର୍ ବିସ୍ୱାସ୍ ଆର୍ ସଃର୍ଗେ ତୁମିମଃନ୍କାର୍ ହାୟ୍ଁ ସଃଙ୍ଗାୟ୍ଲା ବଃର୍ସା ର୍ଗିନେ ସଃବୁ ସାଦୁମଃନ୍କେ ତୁମିମଃନାର୍ ଲାଡ୍ ସୁଣି ଆଚୁ । 5ସେ ବଃର୍ସାର୍ କଃତା ତୁମିମଃନ୍ ନିକ କବୁରାର୍ ସଃତ୍ କଃତାୟ୍ ହୁର୍ବେ ସୁଣିଆଚାସ୍ । ସେରି ତୁମାର୍ ଗିନେ ସଃର୍ଗେ ସଃଙ୍ଗାୟ୍ ଅୟିଆଚେ । 6ଜୁୟି ନିକ କବୁର୍ ତୁମିମଃନ୍ ହଃର୍ତୁ ସୁଣି ସଃତ୍ କଃଲାସ୍ ଆରେକ୍, ସେରି ଜଃନ୍କଃରି ସଃବୁ ଅଃବେ ଜଃଗତେ ଉର୍ଜି ଅଃଉଁଲି, ଆର୍ ଆସିର୍ବାଦ୍ ଆଣିଆଚେ ତୁମିମଃନ୍କେ ଜୁୟି ଦିନ୍ ସେରି ସୁଣି ସଃତ୍କଃରି ଇସ୍ୱରାର୍ ଦଃୟାର୍ ବୁଦି ହାୟ୍ଲାସ୍, ସେଦିନ୍ହୁଣି ତୁମିମଃନାର୍ ବିତ୍ରେ ହେଁ ସେରକମ୍ ଅୟି ଆସୁଲି । 7ଅଃମିମଃନାର୍ ସଃଙ୍ଗ୍ ରେତା ଲାଡାର୍ ସେବାକାରି ଏପାପ୍ରାର୍ ତଃୟ୍ ଇସ୍ୱରାର୍ ଆସିର୍ବାଦାର୍ ବିସୟ୍ ଜାଣିଆଚାସ୍ ଅଃମାର୍ ବାଦୁଲେ ଜେ କି କ୍ରିସ୍ଟର୍ ବିସ୍ୱାସି ହାୟ୍ଟି କଃରୁ । 8ସେ ହେଁ ପବିତ୍ର ଆତ୍ମା ଦିଲାର୍ ତୁମିମଃନାର୍ ଲାଡ୍ କଃତା ଅଃମିମଃନ୍କେ ଜାଣାୟି ଆଚେ ।
9ଇତାର୍ ଗିନେ ତୁମିମଃନାର୍ ବିସୟେ ସୁଣ୍ଲା ବଃଳ୍ହୁଣି ସଃବୁବଃଳ୍ ତୁମାର୍ ଗିନେ ପାର୍ତ୍ନା କଃରୁଲୁ । ପବିତ୍ର ଆତ୍ମା ଦିଲା ସଃବୁ ଗିଆନ୍ ଆର୍ ବୁଜ୍ତା ସଃକ୍ତି ସଃଙ୍ଗ୍ ଇସ୍ୱରାର୍ ଇଚା ହୁର୍ନ୍ ବାବେ ଜଃନ୍କଃରି ତୁମିମଃନ୍ ଜାଣୁ ହାରାସ୍ ଇତାର୍ ଗିନେ ତୁମାର୍ ହାୟ୍ଁ ପାର୍ତ୍ନା କଃରୁଲେ । 10ତଃନ୍ଅଲେ ତୁମିମଃନ୍ ମାପୁରାର୍ ଇଚା ହଃର୍କାରେ ଜିବନ୍ କାଟୁ ହାରାସ୍ ଆର୍ ତାର୍ ସଃର୍ଦାର୍ କାମ୍ କଃରୁ ହାରାସ୍ । ତୁମିମଃନ୍ ସଃବୁ ରଃକମାର୍ ନିକ କାମ୍ କଃରୁ ହାରାସ୍ । ଆର୍ ଇସ୍ୱରାର୍ ବିସୟେ ତୁମାର୍ ଗିଆନ୍ ବାଡେଦ୍ । 11ଆର୍ ସଃବୁ ବିସୟେ ସାସ୍ବାନ୍ଦ୍ତାର୍ ଆର୍ ଦିର୍ସୁସ୍ତାୟ୍ ଅଃଉଁକେ ତାର୍ ଜଃଜ୍ମାନ୍ ସଃକ୍ତି ହଃର୍କାରେ ସଃକ୍ତି ଅଃଉଆ । 12ଆରେକ୍ ଜୁୟି ଉବା ଉଜାଳେ ଦଃର୍ମିମଃନାର୍ ଅଃଦିକାରାର୍ ବାଟା ହାଉଁକେ ତୁମିମଃନ୍କେ ଜୟଃଗ୍ କଃରିଆଚେ, ଇତାର୍ ଗିନେ ସଃର୍ଦାର୍ ସଃଙ୍ଗ୍ ତାକେ ଦନ୍ୟବାଦ୍ କଃରା । 13ସେ ଅଃମିମଃନ୍କେ ଅଃନ୍ଦାରାର୍ ଅଃଦିକାରେ ହୁଣି ରଃକ୍ୟା କଃରି ଅଃହ୍ଣାର୍ ଲାଡାର୍ ହୟ୍ସିର୍ ବିବ୍ତି ନାୟ୍ଲାର୍ ରାଇଜ୍ ବିତ୍ରେ ଆଣିଆଚେ । 14ଜିସୁର୍ ଗିନେ ଅଃମିମଃନ୍ ମୁକ୍ଳି ଆଚୁ ତାର୍ ଅଃର୍ତ୍ ଅଃଉଁଲି ହାହ୍ କେମା ହାୟ୍ଁ ଆଚୁ ।


