ଜିରୁସଃଲାମ୍କେ ଆରେକ୍ ତାହୁନ୍
8ଇସ୍ୱର୍ ସଃଲ୍ମତେ ଇ କଃତା କଃଉଁଲା ସଃମୟ୍ ଆୟ୍ଲାକେ ତକେ ଉତୁର୍ ଦଃୟି ଆଚି ଆର୍ ମୁକ୍ତି ଦିନେ ତକେ ଉହ୍କାର୍ କଃରି ଆଚି; ଆର୍ ମୁୟ୍ ତକେ ରଃକ୍ୟା କଃରିନ୍ଦ୍ ଆର୍ ଦେସାର୍ ଉନ୍ତି କଃରୁକେ ଲକ୍ମଃନ୍କେ ସେମଃନାର୍ ନଃସ୍ଟ୍ ଅୟ୍ଲାର୍ ବଗ୍ କଃରୁକେ ମୁୟ୍ ତକେ ଲକ୍ମଃନାର୍ ନିୟମ୍ ହର୍ ବାଚିନ୍ଦ୍। 9ତୁମି ବନ୍ଦିମଃନ୍କେ ବାରୟ୍ଜାହା ବଃଲି, ଅଃନ୍ଦାରେ ରିଲା ଲକ୍ମଃନ୍କେ ନିଜ୍କେ ଦଃକାଉଆ ବଃଲି କଃଉସି। ସେମଃନ୍ ବାଟେ ଚଃର୍ତି ଆର୍ ଗଃଚ୍ ନାୟ୍ଲା ଉଚ୍ ଟାଣେମଃନ୍ ସେମଃନାର୍ ଚଃର୍ତା ବୁୟିଁ ଅୟ୍ଦ୍। 10ସେମଃନ୍ ବୁକେ କି ସସେ ନଃରେତି, ସେମଃନ୍କେ କଃରା କି ବେଳାର୍ ତଃରାସ୍ ନଃକାଟେ; କାୟିତାକ୍ବଃଲେକ୍ ଜେ ସେମଃନ୍କେ ଦଃୟା କଃରେଦ୍, ସେ ସେମଃନ୍କେ ଚାଲାୟ୍ ନଃୟ୍ଦ୍, ହାଜ୍ରା ହାଣି ଲଃଗେ ସେମଃନ୍କେ କାଡାୟ୍ ନଃୟ୍ଦ୍। 11ଆର୍ ମୁଁୟ୍ ନିଜାର୍ ହଃର୍ବାତ୍ ମଃନ୍କେ ଗଟେକ୍ ବାଟ୍ କଃରିନ୍ଦ୍ ଆର୍ ମର୍ ରାଜ୍ରଃସ୍ତା ସଃଳ୍କ୍ ଆର୍ ଉଚ୍ କଃରା ଜାୟ୍ଦ୍। 12ଦଃକା, ଏମଃନ୍ ଦୁରି ହୁଣି ଆସ୍ତି; ଆର୍ ଦଃକା, ଏମଃନ୍ ଉତୁର୍ ଆର୍ ପଚିମ୍ ଦିଗେ ହୁଣି ଆସ୍ତି; ଆର୍ ଏମଃନ୍ ସିନିମ୍ଦେସେ ହୁଣି ଆସ୍ତି। 13ଏ ଅଃଗାସ୍ମଃଣ୍ଡଳ୍, ଗିତ୍ କଃଉ; ଏ ହୁର୍ତିବି ଉଲାସ୍କଃର୍; ଏ ହଃର୍ବ୍ମଃନ୍, ଉଚ୍ ସଃବଦେ ଗିତ୍ କଃଉ; କାୟିତାକ୍ବଃଲେକ୍ ଇସ୍ୱର୍ ନିଜାର୍ ଲକ୍ମଃନ୍କେ ସୁସ୍ତା ଦେୟ୍ଆଚେ ଆର୍ ନିଜାର୍ ଦୁକି ଲକେ ଦଃୟା କଃରେଦ୍। 14ମଃତର୍ ସିୟନ୍ କୟ୍ଲି, ଇସ୍ୱର୍ ମକେ ହାକ୍ରେ ହଃକାୟ୍ ଆଚେ, ମାପୁର୍ ମକେ ହାସ୍ରି ଆଚେ। 15ମାୟ୍ଜି ଟକି ନିଜାର୍ ଗଃର୍ବ୍ ଜାତ୍ ହିଲାକେ ଲାଡ୍ ନଃକେରି କି ନିଜାର୍ ଦୁଦ୍ କାତା ହିଲାକେ ହାସ୍ରି ଜଃଉଁ ହାରେ? ହେଁ ଏମଃନ୍ ହାସ୍ରି ଜଃଉଁ ହାର୍ତି, ଅୟ୍ଲେକ୍ହେଁ ତୁମିକେ ହାସ୍ରି ନାହାରି। 16ଦଃକା, ମୁଁୟ୍ ନିଜାର୍ ଆତେ ତୁମାର୍ ରୁହ୍ ଲେକି ଆଚି; ତୁମିକେ କଃବେ ହାସ୍ରି ନଃଜାୟ୍। 17ତୁମାର୍ ହିଲାମଃନ୍ ବେଗି ଆସୁଲାୟ୍, ତୁମିକେ ନଃସ୍ଟ କଃଲା ଲଃକ୍ମଃନ୍ ତୁମାର୍ ତଃୟ୍ହୁଣି ବାରୟ୍ଜାତି। 18ତୁମି ଆକିମେଲାୟ୍ ଚାରିଦିଗେ ଦଃକା ଏ ସଃବୁଲକ୍ମଃନ୍ ଏକ୍ଜୁଟ୍ ଅୟି ତୁମାର୍ ହାକ୍ ଆସୁଲାୟ୍, ଇସ୍ୱର୍ କଃଉଁଲା ମୁଁୟ୍ ଜିବିତ୍ ଇସ୍ୱର୍ ତୁମାର୍ ସାଜ୍ ସିଙ୍ଗାର୍ ହର୍ ଇରି ସବୁ ସାଜ୍ବାଜ୍ ଅଃଉଆସ୍, ଆର୍ କଃନ୍ୟାର୍ ଅଃଟାବାନ୍ଦୁଣ୍ ହର୍ ସେରି ହିନ୍ଦାସ୍। 19କାୟିତାକ୍ବଃଲେକ୍ ବାୟ୍ଦ୍ରେ ତୁମି ନାସ୍ ଅୟ୍ଲାର୍ ଆର୍ ସୁୟିନ୍ ଅୟ୍ଲା ଦେସେ ବାସା କଃର୍ତା ଲକାର୍ ହାଁୟ୍ ସାନ୍ ଅୟିଦ୍, ତୁମିକେ ନଃସ୍ଟି କଃଲା ଲଃକ୍ମଃନ୍ ଦୁରି ଅଃଉତି। 20ତୁମାର୍ ବଃନ୍ବାସ୍ ଅୟ୍ଲା ହିଲାମଃନ୍ ଆରେକ୍ ଏକ୍ଅଃଉତି, ମର୍ଗିନେ ଇ ଟାଣ୍ ବେସି ଅକେଟ୍, ସେତାକେ ମକେ ଗଟେକ୍ ଟାଣ୍ ଦିଆ, ମୁଁୟ୍ ବାସ୍କଃରିନ୍ଦ୍। 21ସଃଡେବଃଳ୍ ତୁମିମଃନ୍ କଃଉଆସ୍ ମର୍ ହିଲାମଃନ୍ ବଃନ୍ବାସ୍ ଅୟ୍ଆଚ୍ତି, ମୁୟ୍ ଏକ୍ଲା ବଃନ୍ବାସ୍ ଅୟି ଏଣେ ତେଣେ ବୁଲୁଲେ, ମର୍ ଇ ସଃବୁ ଲକେ କେଏ ଜଃଲମ୍ ଦେୟ୍ଆଚେ? ଆର୍ ସେମଃନକେ କେଏ ହସ୍ଲା ଆଚେ? ଦଃକା ମୁଁୟ୍ ଏକ୍ଲା ହଃକା ରିଲେ; ଏମଃନ୍ କୁୟ୍ତି ରିଲାୟ୍? 22ଇସ୍ୱର୍ ଇ କଃତା କଃଉଁଲା ଦଃକ୍, ମୁଁୟ୍ ବିନ୍ ଦେସାର୍ ଲକ୍ମଃନାର୍ ଉହ୍ରେ ଆତ୍ ଉଟାୟ୍ନ୍ଦ୍ ଆର୍ ଗସ୍ଟିମଃନାର୍ ହାକ୍ ନିଜାର୍ ଜଃଜା ଟେକିନ୍ଦ୍; ତଃବେ ସେମଃନ୍ ତୁମାର୍ ହଅ ହିଲାକେ କଳେ ଆଣ୍ତି ଆର୍ ତୁମାର୍ ଜିଇ ମଃନ୍କେ ସେମଃନାର୍ କଃନ୍ଦେ ବଳାୟ୍ ଅଃଉତି। 23ଆର୍ ରଃଜାମଃନ୍ ତୁମିକେ ହସ୍ତା ବାପା ଆର୍ ସେମଃନାର୍ ରାଣିମଃନ୍ ତୁମାର୍ ହସ୍ତା ମାତା ଅଃଉତି; ସେମଃନ୍ ବୁୟେଁ ମୁଁ କଃରି ଜୁଆର୍ କଃର୍ତି ଆର୍ ତୁମାର୍ ହାଦାର୍ ଦୁଳି ଚାଟ୍ତି; ତଃବେ ମୁଁୟ୍ ଜେ ଇସ୍ୱର୍ ଆର୍ ମର୍ ଜାଗ୍ତା ଲଃକ୍ମଃନ୍ ଲାଜ୍ନଃହାଉତି, ଇରି ତୁମି ଜାଣାସ୍। 24ବିର ତଃୟ୍ହୁଣି କାୟି ଚର୍ଲା ଦଃନ୍ ନେଉଁକେ ଅୟ୍ଦ୍? କି ନ୍ୟାୟେ କଃୟ୍ଦି ଲକେ କି ମୁକ୍ତି କଃରା ଅୟ୍ଦ୍। 25ମଃତର୍ ଇସ୍ୱର୍ ଇ କଃତା କଃଉଁଲା, ବିରର୍ ଆର୍ ବନ୍ଦି ଅୟ୍ଲା ଲକ୍ହଃକା ଚରି ଅଃଉତି ଆର୍ ବୟ୍ଙ୍କାର୍ ଲକାର୍ ଚର୍ଲା ଦଃନ୍ ପେରିଆସେଦ୍, ତୁମାର୍ ବିରଦ୍କାରି ସଃଙ୍ଗ୍ ମୁଁୟ୍ ବିରଦ୍ କଃରିନ୍ଦ୍ ଆର୍ ତୁମାର୍ ହିଲାମଃନ୍କେ ମୁଁୟ୍ ରଃକ୍ୟା କଃରିନ୍ଦ୍। 26ଆରେକ୍ ମୁଁୟ୍ ତୁମାର୍ କଃସ୍ଟ ଦେତା ଲକେ ସେମଃନାର୍ ନିଜାର୍ ମାସ୍ କାଳାୟ୍ନ୍ଦ୍ ସୁଆଦ୍ ଅଙ୍ଗୁର୍ ରଃସ୍ ସୁରି ମାତ୍ଲା ହର୍ ସେମଃନାର୍ ବଃନିଏ ମାତ୍ତି; ତଃବେ ମୁଁୟ୍ ଜେ ଇସ୍ୱର୍ ତୁମାର୍ ମୁକ୍ତିକାରି, ଜାକୁବର୍ ବଃଳ୍କାରି ଇରି ସଃବୁ ଜଃଗତ୍ ଜାଣେଦ୍।
1ଇସ୍ୱର୍ ଇକଃତା କଃଉଁଲା, ମୁଁୟ୍ ଜୁୟି ଲେକାହଃତାରେ ତୁମାର୍ ଆୟ୍ଦିକେ ଚାଡିଆଚି, ତାର୍ ସେ ଚାଡ୍ହଃତାର୍ କଃୟ୍? କି ଅଃମାର୍ ବେପାରିମଃନାର୍ ବେପାର୍ କଃର୍ତାତଃୟ୍ ତୁମିକେ ବିକିଆଚି? ଦଃକା ତୁମି ନିଜାର୍ ଅଃଦଃର୍ମ୍ ଗିନେ ବିକ୍ରି ଅୟ୍ରିଲାସ୍ ଆର୍ ତୁମିମଃନାର୍ ଦସାର୍ଗିନେ ତୁମାର୍ ଆୟ୍ଦିକେ ଚାଡିରିଲେ। 2ମୁଁୟ୍ ଆସ୍ଲାବଃଳ୍ କାୟ୍ତାକେ କେହେଁ ନଃରିଲାସ୍? ମୁଁୟ୍ କୁଦ୍ଲାବଃଳ୍ କାୟ୍ତାକେ କେଏ ଉତୁର୍ ଦେଉଁକେ ନଃରିଲାସ୍? ମର୍ ଆତ୍ କାୟି ଚଟ୍ ଅୟିଆଚେ ଜେ ସେରି ମୁକ୍ତି କଃରୁ ନାହାରେ? କି ମୁକ୍ତି କଃରୁକେ ମର୍ ସାସ୍ନାୟ୍? ଦଃକା ମୁଁୟ୍ ସଃମ୍ନ୍ଦ୍କେ ସୁକାୟ୍ନ୍ଦ୍, ମୁଁୟ୍ ଗାଡ୍ମଃନ୍କେ ହଃଦା କଃରିନ୍ଦ୍; ସେତି ରିଲା ମାଚ୍ ହାଣି ନଃହାୟ୍ ସସେ ମଃରି ଗଃନ୍ଦେଦ୍। 3ଅଃଗାସ୍ ମଃଣ୍ଡଳ୍କେ ଅଃନ୍ଦାର୍ କଃରିନ୍ଦ୍ ଚଟ୍ ବଃସ୍ତର୍ ସଃବୁ ଡାହିନ୍ଦ୍।


