ଇସ୍ରାଏଲାର୍ ମୁର୍ତି ହୁଜା
1ଦଃର୍ମିଲକ୍ ନଃସ୍ଟ ଅୟ୍ଆଚ୍ତି ସେ ବିସୟେ କେଏ ମଃନ୍ଦେଉଁ ନଃଚୁଲାୟ୍; ଆର୍ ବକ୍ତ ଲକେ ନିଆ ଜଃଉଁଲି, ଦଃର୍ମିମଃନ୍କେ ଆସୁଲା ବିବ୍ତିୟେ ହୁଣି ନିଆଜଃଉଁଲି, ଇରି କେଏ ବାବି ନଃକେରୁଲାୟ୍। 2ସେ ସଃସ୍ତାୟ୍ ହୁରେଦ୍ ସଃଳ୍କେ ଜାତାଲକ୍ ନିଜାର୍ ନିଜାର୍ ସଃଉତା ଟାଣେ ବିସାଉତି। 3ଏ ଦିସାରିର୍ ହୟିସିମଃନ୍, ଦାରି ଆର୍ ବେସୁଆର୍ ବଃଉଁସ୍,ତୁମିମଃନ୍ ଲଃଗେ ଆସା। 4ତୁମିମଃନ୍ କାକେ ଗେଙ୍ଗ୍ରାଉଁଲାସ୍? ତୁମିମଃନ୍ କୁୟ୍ବାଟ୍ ମୁଁକେ ମେଲାୟ୍ ଜିବ୍ ବାର୍ କଃରୁଲାସ୍? ତୁମିମଃନ୍ ଅଃଦଃର୍ମାର୍ ହିଲାମଃନ୍ ସଃତେ ନାୟ୍ଲାର୍ ବଃଉଁସ୍ ନଃୟ୍? 5ତୁମିମଃନ୍ ଆଲନ୍ ଗଃଚ୍ମନ୍ ଆର୍ ହଃତି କଃଚା ହଃତ୍ରିଆ ଗଃଚ୍ ତଃଳେ ମଃନ୍କଃଲା ହର୍ ଜୟେ କି ନିଜ୍କେ ତାହାତ୍ କଃରି ନଃକେରାସ୍; ତୁମିମଃନ୍ ନାନା ଆଟାଳେ ହଃର୍ବାତ୍ମଃନାର୍ ହାରେ ହିଲାମଃନ୍କେ କି ହୁଜା ନଃକେରାସ୍? 6ଆଟାଳାର୍ ମିଞ୍ଜାଣ୍ ଟେଳାୟ୍ ତୁମାର୍ ବାଗ୍, ସେରିମଃନ୍ ତୁମାର୍ ଅଃଦିକାର୍; ଆର୍ ସେମଃନାର୍ ଗିନେ ତୁମିମଃନ୍ ମଃଦ୍ ବଗ୍ ଡାଳି ରିଆସ୍, ବଗ୍ ଦେଉଁଲାସ୍। ଇତାର୍ଗିନେ କି ମୁୟ୍ ସଃର୍ଦା ଅୟ୍ନ୍ଦ୍? 7ଉଚ୍ହଃର୍ବାତେ ତୁମି ନିଜାର୍ ସଃଉତା ଟାଣ୍ କଃରିଆଚାସ୍; ସେ ଟାଣେ ହେଁ ତୁମିମଃନ୍ ହୁଜା ଦେଉଁକେ ଜଃଉଁଲାସ୍। 8ଆର୍ କାହାଟ୍ ଆର୍ ଦୁଆର୍ବଃନ୍ଦ୍ ହଃଚ୍ବାଟ୍ ମୁର୍ତି ତାହୁନ୍କଃରି ଆଚାସ୍; କାୟିତାକ୍ ବଃଲେକ୍ ତୁମି ମକେ ଚାଡି ବିନ୍ ତାକେ ନିଜ୍କେ ନଃଗ୍ଳା ଅୟି ଉହ୍ରେ ଜାୟି ଆଚାସ୍; ତୁମି ନିଜାର୍ ସଃଉତା ଟାଣ୍ ଅଃସାର୍ କଃରି ସେମଃନାର୍ ସଃଙ୍ଗ୍ ନିୟମ୍ କଃରି ଆଚାସ୍; ତୁମି କୁୟ୍ତି ସେମଃନାର୍ ସଃଉତାର୍ ଟାଣ୍ ଦଃକୁଲାସ୍, ସେରି ବଃଲ୍ ହାୟ୍ଆଚାସ୍। 9ଆର୍ ତୁମି ଚିକଣ୍ ଦଃରି ରଃଜା ହାକ୍ ଜାୟ୍ ଆଚାସ୍ ଆର୍ ଇତାର୍ ବାସ୍ନା ଜିନିସ୍ ଜଃବର୍ କଃରି ଆଚାସ୍, ଆର୍ ତୁମି ଦୁର୍ ଦେସ୍କେ ନିଜାର୍ ଦୁତ୍ ହଃଟାୟ୍ ଆଚାସ୍ ଆର୍ ହଃତାଳ୍ ହଃତେକ୍ ନିଜ୍କେ ତଃଳେ ହଃକାୟ୍ ଆଚାସ୍। 10ତୁମି ନିଜାର୍ ରଃସ୍ତା ବେସି ଦୁରି ଗିନେ ତାକି ରିଲାସ୍, ଅୟିଲେକ୍ ହେଁ ଆସ୍ର ନାୟ୍ ବଃଲି କୟ୍ ନଃକେଲାସ୍; ତୁମାର୍ ଜଃଗ୍ରାତ୍ ଅୟ୍ଲି ବଃଲି ଜାଣ୍ଲାସ୍, ଇତାକେ ତୁମି ତାକି ନଃକେଲାସ୍। 11ଆର୍ କାର୍ ହାଁୟ୍ ତୁମି ଅଃନ୍କା ଡିରି ଜାୟ୍ଆଚାସ୍ ଜେ, ତୁମି ମିଚ୍ କଃଉଁଲାସ୍ ଆର୍ ମକେ ଏତାୟ୍ ନଃକେଲାସ୍, କି ନିଜାର୍ ମଃନ୍ ନଃଦିଲାସ୍? ମୁୟ୍ କାୟି ବେସିଦିନ୍ ହଃତେକ୍ ଚିମ୍ରା ଅୟି ନଃରେୟ୍, ତଃବେ ତୁମି ମକେ ଡିରି ନଃକେରୁଲାସ୍? 12ମୁଁୟ୍ ତୁମାର୍ ଦଃର୍ମି ବିସୟ୍ କୟ୍ନ୍ଦ୍; ଆର୍ ତୁମାର୍ କାମ୍ମଃନ୍ ତୁମାର୍ ଉହ୍କାରେ ନାସେ। 13ତୁମି ଜୁୟ୍ମଃନ୍ ରୁଣ୍ଡାୟ୍ଆଚାସ୍, ତୁମି କାନ୍ଦ୍ତା ବଃଳ୍ ସେମଃନ୍ ରଃକ୍ୟା କଃର୍ତି; ମଃତର୍ ହଃବନ୍ ସେମଃନ୍କେ ଉଡାୟ୍ନଃୟ୍ଦ୍, ଗଟେକ୍ ହୁଣ୍ଡାଣେ ସେମଃନ୍କେ ନଃୟ୍ ଜାୟ୍ଦ୍; ମଃତର୍ ଜୁୟ୍ଲକ୍ ମର୍ ସଃରଣ୍ ହଃଳେଦ୍, ସେ ଦେସ୍ ଅଃଦିକାର୍ ହାୟ୍ଦ୍ ମର୍ ପବିତ୍ର ହଃର୍ବାତେ ଅଃଦିକାରି ଅୟିଦ୍।


