ଇସ୍ୱରାର୍ ଜଃଜ୍ମାନ୍ ଆର୍ ସେସ୍ ବିଚାର୍
15ଇସ୍ୱର୍ ଅଃଗ୍ନି ସଃଙ୍ଗ୍ ଆସେଦ୍, ଆର୍ ତର୍ ରଃତ୍ ବାଉବଃତସ୍ ହର୍ ନିଜାର୍ ରିସାୟ୍ ସେ ଜାକେ ରିସା ଅୟ୍ଦ୍ ଦଃଣ୍ଡ୍ ଦଃୟ୍ଦ୍। 16ଇସ୍ୱର୍ ହୁର୍ତିବିର୍ ଜୁୟ୍ଲକେ ସେ ଦସି ଦଃକେଦ୍ ତାକେ ଜୟ୍ ଆର୍ କଃଣ୍ଡା ସଃଙ୍ଗ୍ ଦଃଣ୍ଡ୍ ଦଃୟ୍ଦ୍ ଆର୍ ଅଃନେକ୍ ଲକ୍ ମଃର୍ତି। 17ଇସ୍ୱର୍ କଃଉଁଲା ଜୁୟ୍ମଃନ୍ ଦେବି ହୁଜା କଃରୁକେ ନିଜ୍କେ ନିର୍ମୁଳ୍ କଃର୍ତି ଆର୍ ଜେମଃନ୍ ଗଟେଲକାର୍ ବଗିଚାକେ ଜାତି ଗୁସ୍ରାମାସ୍ ଆର୍ ମୁସା କାତି ସେମଃନ୍ ମିସ୍ଣେ ନଃସ୍ଟ୍ ଅଃଉତି। 18କାୟ୍ତାକ୍ ବଃଲେକ୍ ସେମଃନାର୍ କାମ୍ ଆର୍ ଜଃଜ୍ନା ଜାଣି; ସଃବୁ ଦେସାର୍ ଆର୍ ବାସାର୍ ଲକେ ମୁଁୟ୍ ରୁଣ୍ଡାଉତା ସଃମୟ୍ ଆସୁଲି ସେମଃନ୍ ଆସି ମର୍ ଜଃଜ୍ମାନ୍ ଦଃକ୍ତି। 19ଆରେକ୍ ମୁଁୟ୍ ସେମଃନାର୍ ତଃୟ୍ ଗଟେକ୍ ଚିନା ତାହୁନ୍ କଃରିନ୍ଦ୍ ସେମଃନାର୍ ବିତ୍ରେ ରଃକ୍ୟା ହାୟ୍ଲା ଲକ୍ମଃନ୍କେ ମୁଁୟ୍ ନାନା ଦେସାର୍ ଲକ୍ମଃନାର୍ ହାକ୍ ହଃଟାୟ୍ନ୍ଦ୍ ତର୍ସିସ୍, ପୁଲ, ଆର୍ ଲୁଦ, ଜୁୟ୍ମଃନ୍ ଦଃଣୁଦଃରୁ, ତୁବଲ, ଆର୍ ଜବନ୍, ଇରିମଃନ୍ ଜୁୟି ଟାପୁମଃନ୍ ମର୍ ନାଉଁହୁଟା ନଃସୁଣ୍ତି ମର୍ ଜଃଜ୍ମାନ୍ ଦଃକିନଃକେର୍ତି ସେମଃନାର୍ ହାକ୍ ହଃଟାୟ୍ନ୍ଦ୍ ସେମଃନ୍ ନାନା ଦେସାର୍ ଲକେ ମର୍ ଜଃଜ୍ମାନ୍ କଃଉତି। 20ଆରେକ୍ ଇସ୍ୱର୍ କଃଉଁଲା ଇସ୍ରାଏଲାର୍ ହିଲାମଃନ୍ ଜଃନ୍କଃରି ନିର୍ମୁଳ୍ ତାଳାୟ୍ ଇସ୍ୱରାର୍ ଗଃରେ ଦାନ୍ ଦେତି, ସେ ହର୍ ତୁମାର୍ ବାୟ୍ ସଃବୁକେ ଇସ୍ୱରାର୍ ଗିନେ ଦାନ୍ ଦେଉଁକେ ସଃବୁ ଦେସାର୍ ଲକ୍ମଃନାର ବିତ୍ରେ ସେମଃନ୍କେ ଗଡ଼ା, ରଃତ୍, ସଃଗୁଳ୍, ଉଟ୍ ଆର୍ ଦଃବୁଳ୍ତା ହସୁମଃନ୍ ଉହ୍ରେ ମର୍ ପବିତ୍ର ହଃର୍ବାତ୍ ଜିରୁସାଲେମ୍କେ ଆଣ୍ତି। 21ଆର୍ ମୁଁୟ୍ ସେମଃନାର୍ ବିତ୍ରେ ଜାଜକ୍ ଆର୍ ଲେବିୟ୍ ଅଃଉଁକେ ଲକ୍ ବାଚିନ୍ଦ୍ ଇରି ଇସ୍ୱର୍ କଃଉଁଲା। 22କାୟିତାକ୍ବଃଲେକ୍ ମୁଁୟ୍ ଜୁୟି ନଃଉଆ ଅଃଗାସ୍ମଃଣ୍ଡଳ୍ ଆର୍ ନଃଉଆ ହୁର୍ତିବି ତିଆର୍ କଃରିନ୍ଦ୍ ସେରି ଜଃନ୍କଃରି ମର୍ ମୁଁଏ ଜୁଗ୍ଜୁଗାର୍ ଅୟ୍ଦ୍, ସେନ୍କଃରି ତୁମିମଃନାର୍ ବଃଉଁସ୍ ଆର୍ ତୁମିମଃନାର୍ ନାଉ ଜୁଗ୍ଜୁଗାର୍ ଅୟ୍ଦ୍, ଇରି ଇସ୍ୱର୍ କଃଉଁଲା। 23ଆର୍ ଗଟେକ୍ ଅଃମାସ୍ରାତି ହୁଣି ଆରେ ଗଟେକ୍ କଃଉଁଣିଜନ୍ ହଃତେକ୍ ଆର୍ ଗଟେକ୍ ବିସାଉଁଣିବାର୍ ତଃୟ୍ହୁଣି ଆରେ ଗଟେକ୍ ବିସାଉଁଣି ବାର୍ ହଃତେକ୍ ଜଃଗତ୍ ମକେ ଗୁଣ୍ଗିତ୍ କଃଉଁକେ ଆସେଦ୍ ଇରି ଇସ୍ୱର୍ କଃଉଁଲା। 24ଆରେକ୍ ସେମଃନ୍ ହଃଦାୟ୍ ଜାୟ୍ ଜୁୟ୍ମଃନ୍ ମର୍ ବିରୁଦେ ଅଃଦଃର୍ମ୍ କଃରିଆଚ୍ତି, ସେ ଲକ୍ମଃନାର୍ ମଃଳ୍ ଦଃକ୍ତି; କାୟ୍ତକ୍ବଃଲେକ୍ ସେମଃନ୍କେ କାତା କିଳା କଃବେ ନଃମେରେ କି ସେମଃନ୍କେ ହଡ୍ତା ଜୟ୍ କଃବେ ନଃଲିବେ; ଆର୍ ସେମଃନ୍ ସଃବୁ ମୟ୍ଚ୍ହୁରାର୍ ଗୁର୍ନାର୍ ଜୟ୍ଗ୍।


