ବିବ୍ତିର୍ ଦିନ୍
21ତୁମିମଃନ୍ ଜଦି ସେ ବୁଲ୍ ଆଦେସ୍ ମାନାସ୍ ତଃବେ ଦେସେ ଦୁକ୍ ଆର୍ କଃତାର୍ ଅୟିଦ୍। ସଃଡେବଃଳ୍ ସେମଃନ୍ ଗିଜ୍ରି ଅଃଉତି ଆର୍ ସେମଃନ୍କାର୍ ସାସନ୍କାରି ଆର୍ ମାପୁରାର୍ ବିରୁଦେ କଃଉତି। ତାର୍ହଃଚେ ସେମଃନ୍ ମାପୁର୍ ଟାଣେ ଉହ୍କାର୍ ମାଗୁକ୍ ଅଃଗାସ୍ ବାଟ୍ ମୁଉଁକଃରି ଅଃନାଉତି। 22ସେମଃନ୍ ତାକାର୍ ଦେସାର୍ ଚାରିବାଟ୍ ଆକି ବୁଲାୟ୍ ଦଃକ୍ତି ତଃବେ ସେମଃନ୍ ଅଃବ୍କା ଦୁକ୍ ଆର୍ ଅଃନ୍ଦାର୍ ହଃକା ଦଃକ୍ତି, ଅଃନ୍ଦାର୍ ଲକମଃନ୍କେ ଦେସ୍ ଚାଡୁକ୍ ବଃଳ୍ମାଡ୍ କଃରେଦ୍। ଆରେକ୍ ସେ ଅଃନ୍ଦାର୍ ବିତ୍ରେ ରିଲା ମାନାୟ୍ ନିଜ୍କେ ସେ ଅଃନ୍ଦାରେ ହୁଣି ମୁକ୍ଳାଉଁ ନାହାରେ।


