ବାବିଲେ ହୁଣି ମୁକ୍ତି
1କାୟିତାକ୍ ବଃଲେକ୍ ଇସ୍ୱର୍ ଜାକୁବର୍ ଉହ୍ରେ ଦଃୟା କଃରେଦ୍, ଆରେକ୍, ଇସ୍ରାଏଲାର୍ ଲକମଃନ୍କେ ଆରେକ୍ ବାଚେଦ୍ ଆର୍ ସେମଃନ୍କେ ସେମଃନ୍କାର୍ ଦେସେ ତାହୁନ୍ କଃରେଦ୍, ତଃବେ ବିଦେସି ଲକ୍ ସେମଃନ୍କାର୍ ସଃଙ୍ଗ୍ ମିସିଜାତି, ସେମଃନ୍ ଜାକୁବର୍ ବଃଉଁସ୍କେ ଇଚାକଃର୍ତି। 2ଆରେକ୍ ବିନ୍ବିନ୍ ଗସ୍ଟିର୍ ଲଃକ୍ମଃନ୍ ଇସ୍ରାଏଲାର୍ ଲକମଃନ୍କେ ନଃୟ୍ ସେମଃନ୍କାର୍ ନିଜାର୍ ଦେସେ ବାସାକଃରାଉତି; ଆରେକ୍ ଇସ୍ରାଏଲାର୍ ବଃଉଁସ୍ ମାପୁର୍ ଦେସେ ସେମଃନ୍କେ ଦାସ୍ଦାସି କଃରି ରଃକ୍ତି; ଆରେକ୍ ଇସ୍ରାଏଲ୍କେ ଜୁଣ୍ଲକ୍ମଃନ୍ ବନ୍ଦି କଃରିରିଲାୟ୍, ସେମଃନ୍କେ ଆରେକ୍ ବନ୍ଦିକଃରି ନେତି ଆର୍ ସେମଃନ୍ ସାସନ୍ କଃର୍ତି।


