ବାବିଲ୍ ବିରୁଦେ ଇସ୍ରାଏଲାର୍ ବିରଦ୍
3ଇସ୍ୱର୍ ତୁମିମଃନାର୍ କସ୍ଟ ଆର୍ ଅଃଟୁଆ କାମ୍କେ ଦୁରିକଃରେଦ୍ ଆର୍ ତୁମିକେ ସେ ବିସାଉଁଣି ଦଃୟିଦ୍ କାୟିତାକ୍ ବଃଲେକ୍ ଆଗେ ତୁମିମଃନ୍ ଲକାର୍ ଦାସ୍ ଅୟ୍ରିଲାସ୍ ଆର୍ ଗତିକାମ୍ କଃରିରିଲାସ୍; ସେତାକ୍ ମାପୁର୍ ସେ କଃସ୍ଟ୍କେ ଦୁରି କଃରେଦ୍। 4ସେଦିନ୍ ତୁମି ବାବିଲ୍ ରଃଜାର୍ ବିରୁଦେ ଇ କଃତା କଃଉଆସ୍, ଅଃନ୍ୟାୟ୍ କାରିମଃନ୍ କଃନ୍କଃରି ସେସ୍ ଅୟ୍ଆଚ୍ତି। ସନାର୍ ଗଃଳ୍ କଃନ୍କଃରି ସେସ୍ ଅୟିଆଚେ। 5ଜେମଃନ୍ ବିନ୍ବିନ୍ ଗସ୍ଟିର୍ ଲକେ ରିସାୟ୍ ସାସନ୍କଃରି ଅଲେକାର୍ ମାର୍ଲାୟ୍, ବିନାଦସେ ଲିନ୍ଦା ଅପ୍ମାନ୍ କଃଲାୟି, 6ଇସ୍ୱର୍ ସେ ଦୁସ୍ଟ୍ ଲକମଃନ୍କାର୍ ଡାଙ୍ଗ୍କେ ଆର୍ ସାସନ୍କାରିମଃନ୍ ଦଃଣ୍ଡ୍ଦେତା ଅଃଦିକାର୍କେ ବାଙ୍ଗି ହଃକାୟ୍ଆଚେ। 7ସଃବୁ ହୁର୍ତିବି ସାନ୍ତି ଆର୍ ସୁସ୍ତା ଅୟିଆଚେ; ସେମଃନ୍ ସଃର୍ଦାୟ୍ ଅଃବେ ଗିତ୍ କଃଉଁଲାୟ୍। 8ହେଁ, ଦେବଦାରୁ ଆର୍ ଲିବାନାର୍ ଏରସ୍ ଗଃଚ୍ ସଃବୁ ତୁମାର୍ ବିସୟେ ସଃର୍ଦାକଃରି କଃଉତି, ରଃଜା ଅଃମିକେ କାଟିରିଲା; ମଃତର୍ ତାର୍ କୁଳୁପ୍ନାସ୍ ଅୟିଆଚେ, କେହେଁ ଅଃମାର୍ ବିରୁଦେ ଟିଆ ଅୟ୍ନଃକେରେ। 9ତର୍ ଆସ୍ତାବଃଳ୍ ତାର୍ସଃଙ୍ଗ୍ ବେଟ୍ଅଃଉଁକେ ହଃତାଳ୍ ତରହର ଅୟ୍ଦ୍, ସେରି ତୁମାର୍ ଗିନେ ମଃଲାଲକେ, ହୁର୍ତିବିର୍ ମୁଳିକାମଃନ୍କେ ଜାଗାୟିଦ୍, ସେରି ଗସ୍ଟିର୍ ରଃଜାମଃନ୍କେ ସେମଃନ୍କାର୍ ସିଙ୍ଗାସଣ୍ ଟାଣୁ ଉଟାୟ୍ଆଚେ। 10ସେମଃନ୍ ସଃବୁଲକ୍ ତୁମିକେ ଉତୁର୍ ଦେତି, ତୁମି ହେଁ କାୟି ଅଃମିମଃନ୍କାର୍ ହର୍ ବଃଳ୍ନୟଲା ହର୍ ଅଃଉଁଲାସ୍? ତୁମିକାୟ୍ ଅଃମିମଃନାର୍ ସଃଙ୍ଗ୍ ସଃମାନ୍ ଅଃଉଁଲାସ୍? 11ତୁମାର୍ ବଃଡ୍ହାଣ୍ ତୁମାର୍ ବାଜା ମରି ସଃବଦେ ମାୟ୍ନ୍ ହାଉଁଲାସ୍ ମଃତର୍ ଅଃବେ ହଃତାଳାର୍ ବିଚ୍ଣାୟ୍ ସୟ୍ଆଚାସ୍ ଆର୍ କିଳାମଃନ୍ ତୁମାର୍ ଚାଦର୍ ଉହ୍ରେ ଡାହିଅୟ୍ଆଚ୍ତି। 12ଏ ଲୁସିପର୍ ସଃକାଳାର୍ ତାରା! ତୁୟ୍ କଃନ୍କଃରି ସଃର୍ଗେ ହୁଣି ତଃଳେ ଅଦୁର୍ଲିସ୍ ସଃବୁ ଗସ୍ଟି ତର୍ ତଃଳେ ରିଲାୟ୍ 13ଆରେକ୍, ତୁୟ୍ ମଃନେମଃନେ କଃଉତି ରିଲିସ୍, ତୁୟ୍ ଇସ୍ୱର୍ ହର୍ ସଃର୍ଗେ ଉଟ୍ସି ତୁୟ୍ ଇସ୍ୱରାର୍ ତାରାମଃନ୍କାର୍ ଉହ୍ରେ ନିଜାର୍ ସିଙ୍ଗାସଣ୍ କଃର୍ସି; ଉତୁର୍ ଦିଗାର୍ ମରୁବଃଟାର୍ ପବିତ୍ର ସମାଗମ୍ ହର୍ବାତ୍ ଉହ୍ରେ ବଃସ୍ସି; 14ତୁୟ୍ ସଃବ୍କେ ଉଟ୍ୟା ଉଚା ଜଃଗାୟ୍ ଉହୁର୍କେ ଉଟ୍ସି। ଆର୍ ଇସ୍ୱରାର୍ ହର୍ ସଃମାନ୍ ସଃକ୍ତିକାରି ଅଃଉସି। 15ମଃତର୍ ତୁୟ୍ ହଃତାଳ୍କେ, ଡେଙ୍ଗ୍ କାଲାର୍ ସଃନ୍ଦିକେ ହଃକାୟ୍ ଅଃଉସି। 16ଜୁଣ୍ଲକମଃନ୍ ତୁମିକେ ଦଃକ୍ତି, ସେମଃନ୍ ବଃଲ୍କଃରି ଚିନ୍ତାକଃରି ତର୍ ବିସୟେ ବିଚାର୍କଃରି କଃଉତି, ଜେ ହୁର୍ତିବିକେ କମ୍ପାୟ୍ଲା, ଜେ ରାୟିଜ୍ମଃନ୍କେ ତଃର୍ହଃର୍ କଃଲା; 17ଜେ ଜଃଗତ୍କେ ମରୁବୁୟିଁ କଃଲା ଆର୍ ସେତିର୍ ଗଃଳ୍ ସଃବୁକେ କୁଳୁପ୍ନାସ୍ କଃଲା; ଜେ ନିଜାର୍ ବନ୍ଦିମଃନ୍କେ ସେମଃନ୍କାର୍ ଗଃର୍କେ ଜଃଉଁକେ ଚାଡିନଃଦିଲା, ସେ କାୟି ଇମାନାୟ୍? 18ଗସ୍ଟିମଃନାର୍ ରଃଜାମଃନ୍, ସେମଃନ୍କାର୍ ସଃବୁ ଲକ୍ ହେଁ, ଜଃଜ୍ମାନ୍ ସଂଙ୍ଗ୍ ନିଜାର୍ନିଜାର୍ ଗଃରେ ସୟ୍ଆଚ୍ତି। 19ତର୍ ମଃସୁଣ୍ ନାୟ୍ ତୁୟ୍ ଲଳାକେ ନାୟିଲାର୍ ଗଃଚାର୍ ସୁକ୍ଲା କଃନ୍ଦାହର୍,କଃଣ୍ଡାସଃଙ୍ଗ୍ ମାରି କାଲ୍ ବିତ୍ରେ ମଃଳ୍ଗାଦାୟ୍ ହଃକାୟ୍ଲାର୍ ନିଜାର୍ ମଃସୁଣେ ହୁଣି ବିନେ ହଃଳିଆଚ୍ସି। ତୁୟି ହାଦେ ମାଡ୍ତା ମଃଳ୍ହର୍। 20ତୁମିମଃନ୍କେ ବିନ୍ ରଃଜାମଃନାର୍ ସଃଙ୍ଗ୍ ତହି ନଃକେର୍ତି, କାୟିତାକ୍ ବଃଲେକ୍ ନିଜାର୍ ଦେସ୍କେ କୁଳୁପ୍ନାସ୍ କଃରିଆଚାସ୍, ତୁମି ନିଜାର୍ ଲକ୍ମଃନ୍କେ ମଃର୍ନେ ମାରିଆଚାସ୍, କଃରାପ୍କାମ୍ କଃର୍ତାଲକାର୍ ବଃଉଁସ୍ କଃବେ ସାସନ୍ କରୁନାହାରେ। 21ତାକାର୍ ହିଲାମଃନ୍ ବାରାୟ୍ ଜେହର୍ ହୁର୍ତିବିକେ ଅଃଦିକାର୍ ନଃକେରେ, ଆର୍ ଜଗତ୍କେ ଆର୍ ଗଃଳ୍ମଃନ୍କେ ହୁରୁଣ୍ ନଃଉଅତ୍, ଇତାର୍ଗିନେ ତୁମିମଃନ୍ ସେମଃନ୍କେ ମଃର୍ନେ ମାରା କାୟତାକ୍ବଃଲେକ୍ ସେମଃନ୍କାର୍ ଦାଦି ବାବୁମଃନ୍କାର୍ ଅଃନ୍ୟାୟ୍ କଃର୍ତା ଲକେ ଅଃତ୍ୟା କଃର୍ତା ଟାଣ୍ ବାଚା।


