ପଲେସ୍ଟିୟ ବିରୁଦେ ବାବ୍ବାଣି
28ଜୁୟି ବଃର୍ସ୍ ଆହସ୍ ରଃଜା ମଃଲା, ସେ ବଃର୍ସ୍ ବାବ୍ବାଣି କୟିଲାର୍। 29ଏ ପଲେସ୍ଟିୟମଃନ୍, ତୁମିକେ ଜୁଣ୍ ଦଃଣ୍ଡ୍ ଦିଆଅୟ୍ଲି, ସେରି ଗଃଲି ବଃଲି ସଃର୍ଦା ଅଃଉଁଆ ନାୟ୍; କାୟିତାକ୍ ବଃଲେକ୍ ଗଟେକ୍ ସାହ୍ ଆରେକ୍ ଗଟେକ୍ ବଃୟଙ୍କାର୍ ବିସାଣ୍ ସାହ୍କେ ଜଃଲମ୍ ଦିଲା ହର୍ ଇରି ସଃତ୍ ଅୟ୍ଦ୍; ସେ ନଃଉଁଆ ରଃଜା ଜୟ୍ହର୍ ଅୟି ଉଡ୍ତା ସାହ୍ ହର୍ ବୟ୍ଙ୍କାର୍ ଅୟିଦ୍। 30ଆରେକ୍, ଗରିବ୍ମଃନ୍କାର୍ ହଃର୍ତୁମ୍ ଜାତ୍ ହିଲାମଃନ୍ କାଦି କାତି ଆର୍ ସେମଃନ୍କାର୍ ହିଲାମଃନ୍ କେଏ ହେଁ କାୟି ବିବ୍ତି ନଃରେୟ୍; ଆରେକ୍ କଃତାର୍କଃରି ତୁମିମଃନାର୍ ସଃବୁ ଆରୁମ୍କେ କୁଳୁପ୍ନାସ୍ କଃରିନ୍ଦ୍ ଆର୍ ତୁମାର୍ ବାକି ଜଃତେକ୍ ଉବ୍ରିରିଲା ଲକେ ସଃବ୍କେ ଅଃତ୍ୟା କଃରାଜାୟଦ୍। 31ଏ ଗଃଳାର୍ ବାଟ୍ଦୁଆର୍ ଦେସାର୍ ଲକ୍ ଆର୍ ଏ ଗଃଳାର୍ ଲଃକ୍ମଃନ୍, କାନ୍ଦା; ଏ ପଲେସ୍ଟିୟ୍ ତୁମାର୍ ସଃକ୍ତିସଃବୁ ତର୍ଲି ଗଃଲିଆଚେ; କାୟିତାକ୍ ବଃଲେକ୍ ଉତୁର୍ ଦିଗେ ହୁଣି ଦୁଆଁ ଆସୁଲି ଆରେକ୍ ନିଜାର୍ ତିର୍କଃଲା ସଃମୟେ ଦୁରିକେ ଟିଆ ନେଉଅ। 32ଆର୍ ଇ ଗସ୍ଟିର୍ ଦୁତ୍ମଃନ୍କେ କାୟି ଉତୁର୍ ଦିଆଜାୟ୍ଦ୍? ଇରି ଜେ ଇସ୍ୱର୍ ସିୟନାର୍ କୁନାଦି ତାହୁନ୍ କଃରିଆଚେ ଆର୍ ସେତି ତାର୍ ଲକ୍ମଃନ୍ ଆସ୍ର ନେତି।


