ଇସ୍ୱର୍ ମିସର୍କେ ଦଃଣ୍ଡ୍ ଦଃୟ୍ଦ୍
1ମିସର୍ ବିସୟେ ବାବ୍ବାଣି କୟିଲାର୍ ଇସ୍ୱର୍ ମେଗେ ଚଃଗିକଃରି ବେଗି ମିସର୍ ଦେସ୍କେ ଆସୁଲା; ଆରେକ୍, ତାର୍ ମୁଁ ଆଗେ ମିସରାର୍ ମୁର୍ତିସଃବୁ ତଃର୍ତଃର୍ତି ଆର୍ ମିସର୍ ସାସି ରିଲି, ମଃତର୍ ତାର୍ ସେ ସାସ୍ ତହ୍ଲା ମହମ୍ବତି ହର୍ ତଃର୍ଲି ଜାୟ୍ଦ୍। 2ଆରେକ୍, “ମୁୟ୍ଁ ମିସରାର୍ ଲକେ ମିସରାର୍ ଲକ୍ମଃନ୍କାର୍ ଦଃୟି ତାକାର୍ ତାକାର୍ ବିରୁଦେ ଜୁଜ୍ କଃରାୟିଦ୍; ତଃବେ ସେମଃନ୍ ହଃତିଲକ୍ ନିଜାର୍ ନିଜାର୍ ବାୟ୍ ଆର୍ ହଃତିଲକ୍ ନିଜାର୍ ନିଜାର୍ ହଃଳ୍ସା ଲକାର୍ ବିରୁଦେ ଜୁଜ୍ କଃର୍ତି; ଗଃଳ୍ ବିନ୍ ଗଃଳ୍ ବିରୁଦେ, ରାୟ୍ଜ୍ ବିରୁଦେ ରାୟ୍ଜ୍ ଜୁଜ୍ କଃର୍ତି। 3ଆର୍, ମିସରାର୍ ଲକମଃନ୍ ବୁଦି ବାଣାଅଃଉତି ଆର୍ ସେମଃନ୍ କାୟିରି କଃରୁନ୍ଦ୍ ବଃଲି ମୁର୍ତିମଃନ୍ ଆତ୍ମା, ମଃନ୍ଦ୍ ଗୁଣିଆଁମଃନ୍କେ ହଃଚାର୍ର୍ତି; ଆରେକ୍ ସେମଃନ୍ ଗୁଣିଆଁ ମଃନ୍କାର୍ କଃତାଦଃର୍ତି, ଆରେକ୍ ସେମଃନ୍ ଜାଦୁବାଲା ଆର୍ ଦିସାରିମଃନ୍କେ କଜିବୁଲ୍ତି; ମଃତର୍ ସେମଃନ୍କାର୍ ଜଃଜନା କାୟିରି ଅଃଉଁ ନଃହାରେ। 4ଆରେକ୍ ମୁୟ୍ଁ ମିସରାର୍ ଲକମଃନ୍କେ ମୁର୍କିୟା ରଃଜାର୍ ଆତେ ସଃର୍ହି ଦଃୟ୍ଦ୍ ଆର୍ ଗଟେକ୍ ଦୁସ୍ଟ୍ ରଃଜା ସେମଃନ୍କାର୍ ଉହ୍ରେ ସାସନ୍ କଃରେଦ୍,” 5ଆରେକ୍, ସଃମ୍ନ୍ଦେ ହାଣି ନଃରେୟ୍ ଆର୍ ଗାଡାର୍ ହାଣି ସୁକିଜାୟ୍ଦ୍। 6ଆରେକ୍ ଗାଡ୍ ସଃବୁ ଗଃନ୍ଦିଜାୟ୍ଦ୍; ମିସର୍ ଦେସାର୍ ଗାଡ୍ ନାଳ୍ ସାନ୍ ଅୟି ସୁକିଜାୟ୍ଦ୍; ସଃର୍ଣ୍ଡି ଆର୍ ହାଣାୟ୍ରିଲା ରଃନ୍ସଃବୁ ସୁକିଜାୟ୍ଦ୍। 7ନିଳ୍ଗାଡ୍ କଃଣ୍ଡି ହଃଦାସଃବୁୟେ ଆର୍ ସେ ଗାଡ୍ ଚଃମେ ଜାୟ୍ରି ସଃବୁ ବୁଣାଜାୟ୍ଦ୍, ସେ ସଃବୁ ଆର୍ ରଃୟ୍ ନଃକେରେ। 8କେଉଟ୍ମଃନ୍ କାନ୍ଦ୍ତି ଆର୍ ଜେମଃନ୍ ନିଳିଗାଡେ ବଃଳ୍ସି କାଟା ହଃକାୟ୍ ମାଚ୍ ଦଃର୍ତିରିଲାୟ୍ ସେମଃନ୍ ଦୁକ୍ କଃରି କାନ୍ଦ୍ତି, ଆରେକ୍, ଜେମଃନ୍ ହାଣିୟେ ଜାଲ୍ ହଃକାଉତିରିଲାୟ୍, ସେମଃନ୍ ନିରାସ୍ ଅଃଉତି। 9ଆରେକ୍ ଜେମଃନ୍ ଦବ୍ଳା ବଃସ୍ତର୍ ବଃନାଉତି ଆର୍ ବଃସ୍ତର୍ ବୁଣ୍ତି ରିଲାୟ୍, ସେମଃନ୍ ସେ କାମାର୍ ହାଉଣାର୍ ଗିନେ ଗତିକାମ୍ କଃର୍ତା ଲଃକ୍ମଃନ୍ ସଃବୁ ମଃନେ ଦୁକ୍କଃର୍ତି। 10ଆରେକ୍ ତାର୍ ମୁଣ୍ଡା ବାଙ୍ଗାଜାୟ୍ କଃଣ୍ଡ୍କଃଣ୍ଡ୍ ଅୟ୍ଦ୍ ବୁତି ହାଉଁକେ କାମ୍କଃର୍ତାଲକ୍ ଦୁକ୍ କଃର୍ତି। 11ସିୟନାର୍ ମୁଳିକାମଃନ୍ ସଃତ୍କଃରି ବକୁଆ ରିଲାୟ୍; ପାର ରଃଜାର୍ ଜଃଜନା ସିକାଉମଃନ୍ କଃରାପ୍ ବୁଦିମଃନ୍ ଦେତିରିଲାୟ୍; ତୁମିମଃନ୍ କଃନ୍କଃରି ପାରକେ କଃଉଁଲାସ୍, ଅଃମି ଗିଆନିମଃନ୍କାର୍ ହଃୟ୍ସି, ହୁର୍ବାର୍ ରଃଜାମଃନାର୍ ହିଲା? 12ତଃବେ ତୁମାର୍ ଗିଆନି ଲକମଃନ୍ କୁୟ୍ତି ଆଚ୍ତି? ସେମଃନ୍ ଅଃବେ ତୁମିମଃନ୍କେ ଜାଣାଅତ୍ ଆର୍ ସଃୟିନ୍ମଃନ୍କାର୍ ଅଃଦିକାରି ଇସ୍ୱର୍ ମିସର୍ ବିସୟେ କାୟି ଜଃଜ୍ନା କଃରିଆଚେ, ସେରି ସେମଃନ୍ ଜାଣତ୍। 13ସୟନାର୍ ସାସନ୍କାରି ବକୁଆ ଅୟ୍ଆଚ୍ତି, ନପରାର୍ ମୁଳିକାମଃନ୍ ବୁଦିବାଣା ଅୟ୍ଆଚ୍ତି; ଜୁଣ୍ମଃନ୍ ମିସରାର୍ ଗସ୍ଟିମଃନାର୍ କନାର୍ ସିଳ୍ ହର୍, ସେମଃନ୍ ମିସର୍କେ ବିପ୍ତି ବାଟ୍ ଜଃଉଁକ୍ ଦେଉଁଲାୟ୍। 14ଇସ୍ୱର୍ ମିସର୍ ବିତ୍ରେ ଗଳ୍ମାଳ୍ ଆତ୍ମା ମିସାୟ୍ଆଚେ; ଆରେକ୍ ଜଃନ୍କଃରି ମାତ୍ଲା ମାନାୟ୍ ନିଜାର୍ ଉକାଳ୍ଲା ତଃୟ୍ ସୟ୍ ଡୁଳି ଚଃଟ୍କି ଅୟ୍ଲା ହର୍ ହଃତିକାମେ ବିପତି ଗଃଟାୟ୍ ଆଚେ 15ଆରେକ୍, ମୁଣ୍ଡ୍ କି ଲେଞ୍ଜ୍, କି ତାଳ୍ କଃନ୍ଦା କି ହାଣିୟେ ରେତା ରଃନ୍ ଜୁଣ୍ରି କଃରୁହାରେ, ଇହର୍ କାୟ୍କାମ୍ ମିସର୍ ହାଁୟି କଃରାଜଃଉଁ ନଃହାରେ।


