ଇଦମ୍ ଆର୍ ଆରବ୍ ବିସୟେ ବାବ୍ବାଣି
11ଇଦମ୍ ବିସୟେ ଆସ୍ତାଦିନେ ବାବ୍ବାଣି କୟିଲାର୍। ଗଟ୍ଲକ୍ ସେରିଆ ତଃୟ୍ହୁଣି ମକେ କୁଦି କୟ୍ଲା, ଜାଗୁଆଳି କଃତିରାତି ଅୟ୍ଲି? ଜାଗୁଆଳି କଃତିରାତି ଅୟ୍ଲି? 12ଜାଗୁଆଳି କୟ୍ଲା, “ସଃକାଳ୍ ଆସୁଲି ଆର୍ ରାତି ହେଁ ଆସୁଲି; ତୁମିମଃନ୍ ଜଦି ହଃଚାରାସ୍ ତଃବେ ହଃଚାରା; ତୁମିମଃନ୍ ବାଉଳି ଆସା।”
13ଆରବ୍ ବିସୟେ ଇସ୍ୱରାର୍ କବୁର୍, ଏ ଦଦାନିୟ୍ ଜାତାଦଃଳ୍, ତୁମିମଃନ୍ ଆରବ୍ ବନ୍ ବିତ୍ରେ ରାତିକଃଟାଉଆସ୍। 14ଜୁୟି ଲକ୍ ସସେ ରିଲା ସେମଃନ୍ ତାର୍ ହାକ୍ ହାଣି ଆଣ୍ଲାୟି ତେମା ରାୟ୍ଜାର୍ ଲକ୍ କାଦି ନଃୟ୍ ହଃଳାୟ୍ ଜାତା ଲକେ ହାଣି ନଃୟ୍ ଦିଲାୟ୍ 15କାୟିତାକ୍ ବଃଲେକ୍ ସେମଃନ୍, କଃଣ୍ଡାଦାରେ ହୁଣି, ଦଃଣୁକାଣ୍ଡେ ହୁଣି, ଗଟେବଃର୍ସ୍ ରୟ୍ କଃସ୍ଟ ଦେତା ଜୁଜେ ହୁଣି ରଃକ୍ୟା ହାଉଁକେ ହଃଳାୟ୍ଲାୟ୍। 16ଜୁୟିତାର୍ ଗିନେ ମାପୁର୍ ମକେ କୟ୍ଆଚେ, “ଗତିଲକାର୍ ବଃର୍ସ୍ ହର୍ ଗଟେବଃର୍ସ୍ ବିତ୍ରେ କେଦରାର୍ ସଃବୁବଃଳ୍ ବାଙ୍ଗିଜାୟିଦ୍; 17ଆର୍ କେଦର୍ ବଂଉଁସାର୍ ବିରମଃନ୍ ବିତ୍ରେ ଉଣାଲକ୍ ଦଃଣୁ ଦଃରି ଜୁଜ୍ କଃର୍ତା ଲକ୍ ଉବ୍ରି ରେତି। ଇସ୍ରାଏଲାର୍ ଇସ୍ୱର୍ ଇରି କୟ୍ ଆଚେ।


