ଜଃଜ୍ମାନାର୍ ଗିତ୍
1ଏ ଇସ୍ୱର୍ ତୁୟ୍ ମର୍ ସଃତାର୍ ଇସ୍ୱର୍; ମୁୟଁ ତର୍ ଜଃଜ୍ମାନ୍ କଃରିନ୍ଦ୍, ମୁୟଁ ତର୍ ନାଉଁଏ ସଃର୍ଦା କଃରିନ୍ଦ୍; କାୟିତାକ୍ ବଃଲେକ୍ ତୁୟ୍ କାବାଅଃଉତା ଜଃଜନା କଃରି ଆଚ୍ସି, ତୁୟ୍ ସେକାଳେ ଜାୟ୍ରି କୟ୍ ରିଲିସ୍, ସେରି ଜଃବାଉ ସଃତ୍ ଅୟିଆଚେ। 2ତୁମି ଗଃଳ୍କେ ଗଟେକ୍ କାତ୍ଗାଦା କଃରିଆଚ୍ସି କଃତିବେଳ୍ଲା ଗଃଳ୍କେ ତୁୟ୍ କୁଳୁପ୍ ନାସ୍ କଃରିଆଚ୍ସି; ବିଦେସିମଃନାର୍ ମେଳ୍କେ ବଃସ୍ଳାୟ୍ ନଃସ୍ଟ୍ କଃରିଆଚ୍ସି, ସେରି ଆର୍ କଃବେହେଁ ତିଆର୍ ଅୟ୍ନଃକେରେ। 3ଇତାର୍ଗିନେ ସଃକ୍ତି ଗସ୍ଟିମଃନ୍ ଆର୍ ମୁର୍କିୟା ଗସ୍ଟି ତୁମାର୍ ଜଃଜ୍ମାନ୍ କଃର୍ତି। 4ଇନସ୍ତା ଆର୍ ଦରିଦ୍ର ଲକାର୍ ଆସ୍ର, ଇନସ୍ତାଲକାର୍ ବିବ୍ତିବଃଳ୍ ଅଃଟୁଆ ଆସ୍ର, ମୁର୍କିୟା ଲକାର୍ ହୁଣ୍ଡ୍ତା ହଃବନ୍, ବାଉହାଣି ହର୍, ମେଳ୍ମୁଣ୍ଡା ଲାଗ୍ତାବଃଳ୍ ଟେବାଉତା ଆସ୍ରଟାଣ୍ ଅୟ୍ଦେ, କଃରା ଟେବାଉତା ସିତ୍ଳି ଅୟିଆଚେ। 5ସୁକ୍ଲାଦେସାର୍ କଃରାର୍ ତଃହାତ୍କେ ଦୁରି କଃଲାହର୍, ବିଦେସିମଃନାର୍ ଉରାଟୁକେ ଦୁରି କଃର୍ସି; ମେଗେ ଚାୟ୍ ଜଃନ୍କଃରି ଗରମ୍କେ ସିତୁଳ୍ କଃରେଦ୍, ମୁର୍କିୟା ଲକମଃନ୍କାର୍ ଗିତ୍କେ ବଃନ୍ଦ୍ କଃରାଜାୟ୍ଦ୍।


