ଜଃଜ୍ମାନାର୍ ଗିତ୍
1ଇସ୍ୱରାର୍ ଗିନେ ଗଟେକ୍ ଗିତ୍ କୟ୍କଃରି ତାର୍ ଗୁଣ୍ଗାନ୍ କଃରୁକ୍ ଅୟିଦ୍; ଅଃମିମଃନାର୍ ଗଟେକ୍ ଅଃଟୁଆ କୁଆଳ୍କଃତି; ଜିଉଦା ଅଃମିମଃନ୍କାର୍ ମୁକ୍ତିଦାତା; ଇସ୍ୱର୍ ଅଃମିମଃନାର୍ ଗିନେ ଗଃଟେକ୍ ଉଚ୍କଃତି, ଆର୍ ଗଃଟେକ୍ ଅଃଟୁଆ ଗଃଳ୍ ତିଆର୍ କଃରେଦ୍। 2ଇସ୍ୱରାର୍ ସଃତ୍ ମାନ୍ତା ଦଃର୍ମି ଲଃକ୍ମଃନ୍ ଜଃନ୍କଃରି ହୁରୁ ହାର୍ତି, ଇତାର୍ଗିନେ ତୁମିମଃନ୍ ଗଃଳାର୍ ଦୁଆର୍ ସଃବୁର୍ ବାଟ୍ ମେଲାକଃରା। 3ଜୁଣ୍,ଲଃକ୍ମଃନ୍ ତର୍ ଟାଣେ ବଃର୍ସା କଃର୍ତି, ତାକେ ତୁୟ୍ ହୁର୍ନ୍ବାବେ ସାନ୍ତିୟେ ରଃକ୍ସି; କାୟିତାକ୍ ବଃଲେକ୍ ସେ ତର୍ଟାଣେ ବଃର୍ସା ରଃକେଦ୍। 4ତୁମିମଃନ୍ ସଃବୁବଃଳ୍ ଇସ୍ୱରାର୍ ତଃୟ୍ ବଃର୍ସାରଃକା; କାୟିତାକ୍ ବଃଲେକ୍ ଇସ୍ୱର୍ ଜିହବା ଜୁଗ୍ଜୁଗାର୍ ସିଳ୍ ଆଚେ 5ଆରେକ୍, ଜେ ଗଃର୍ବି ରିଲାୟ୍ ଆର୍ ଉନତି ଗଃଳେ ବାସ୍କଃର୍ତା ଲକେ ତଃଳେ ହଃକାୟିଆଚେ; ସେ ତଃଳେ ହଃକାୟ୍ ମାଟିୟେ ମିସାୟିଆଚେ। 6ଗରିବ୍ମଃନ୍କାର୍ ହାଦ୍ ଆର୍ ହଃତିଦିନ୍ ଇନସ୍ତାର୍ ବିରୁଦେ ସେରି ହାଦେ ମାଡାଜାୟିଦ୍। 7ଦଃର୍ମିମଃନ୍କାର୍ ବାଟ୍ ସଃଳ୍କ୍; ତୁୟ୍ ଦଃର୍ମିମଃନ୍କାର୍ ବାଟ୍ ସଃଳ୍କ୍ କଃରିଆଚ୍ସି। 8ମଃତର୍ ଏ ଇସ୍ୱର୍, ଅଃମିମଃନ୍ ତର୍ ବାଟ୍କେ ଜାଗିଆଚୁ; ଅଃମିମଃନ୍ ଆସା ରଃକି ଆଚୁ ତୁୟ୍ ଅଃମାର୍ ଜିବନାର୍ ସଃବୁ। 9ରାତିବଃଳ୍ ମର୍ ଜିବନ୍ ତକେ ଆସା କଃରୁଲି ଆର୍ ମର୍ ବିତ୍ରାର୍ ଆତ୍ମା ସଃଙ୍ଗ୍ ତକେ କଜେଦ୍; କାୟିତାକ୍ ବଃଲେକ୍ ହୁର୍ତିବିୟେ ତର୍ ସାସନ୍ ସଃବୁ ଦଃକାଜାୟିଦ୍ ଜଃଗତ୍ବାସିମଃନ୍ ଦଃର୍ମ୍ ସିକ୍ୟା କଃର୍ତି। 10ଦୁସ୍ଟ୍ଲକେ ଦଃୟା କଃଲେକ୍ ହେଁ ସେ ଦଃର୍ମ ସିକି ନଃକେରେ; ଦଃର୍ମ ଆର୍ ନ୍ୟାୟ୍ ହୁର୍ନ୍ ଦେସେ ହେଁ ସେମଃନ୍ ଆନ୍ୟାୟ୍ କଃର୍ତି ଆର୍ ସେମଃନ୍ ଇସ୍ୱରାର୍ ଜଃଜ୍ମାନ୍କେ ନଃଦେକ୍ତି। 11ଏ ଇସ୍ୱର୍, ତର୍ ଆତ୍ ସେମଃନ୍କେ ଦଃଣ୍ଡ୍ ଦେଉଁକ୍ ଉଟିଆଚେ, ତଃବେ ହେଁ ସେମଃନ୍ ଜାଣୁ ନଃହାର୍ତି, ମଃତର୍ ଲକମଃନ୍କାର୍ ବାଟ୍ୟା ତର୍ ଲାଡ୍ ଦଃକି ଅଃଦିକ୍ ଲାଜ୍ହାଉତି; ଆର୍ ତର୍ ସଃତ୍ରୁମଃନ୍ ଜୟେ ହଡି ଜାତି। 12ମାପୁର୍, ତୁୟ୍ ଅଃମିମଃନ୍କାର୍ ଗିନେ ସାନ୍ତି ତାହୁନ୍ କଃରିଆଚ୍ସି; କାୟିତାକ୍ ବଃଲେକ୍ ତୁୟ୍ ଅଃମିମଃନ୍କାର୍ ସଃବୁ କାମ୍ ହୁରୁଣ୍ କଃରିଆଚ୍ସି। 13ଏ ଇସ୍ୱର୍, ଅଃମାର୍ ମାପୁର୍, ତକେ ଚାଡି ବିନ୍ ମାପୁର୍ମଃନ୍କେ ଅଃମିମଃନ୍ ସେବା କଃରିରିଲୁ ଆର୍ ବିନ୍ ମାପ୍ରୁମଃନ୍ ଅଃମିମଃନ୍କାର୍ ଉହ୍ରେ ରାୟିଜ୍ କଃରିରିଲିସ୍, ମଃତର୍ ଅଃମିମଃନ୍ ତର୍ ନାଉଁକେ ଏତାଉନ୍ଦ୍ ଆର୍ ଗୁଣ୍ଗିତ୍ ଗାଉନ୍ଦ୍। 14ସେମଃନ୍ ମଃଲାଲକ୍, ସେମଃନ୍ ଜିବନ୍ ଆରେକ୍ ନଃହାଉତି; ସେମଃନ୍ କଃବେହେଁ ଉଟି ନଃକେର୍ତି; ଇତାର୍ଗିନେ ତୁୟ୍ ସେମଃନ୍କାର୍ କାମ୍କେ ବିଚାର୍ କଃରି ମାରିଆଚାସ୍ ଆର୍ ସେମଃନ୍କେ ମଃନେ ନଃହେଳ୍ତି। 15ତୁୟ୍ ଇ ଦେସାର୍ ଲକ୍କେ ବୁତେକ୍ କଃରି ଆଚ୍ସି, ଏ ମାପୁର୍, ତୁୟ୍ ଇ ଦେସାର୍ ଲକ୍କେ ବୁତେକ୍ କଃରି ଆଚ୍ସି; ତୁୟ୍ ଜଃଜ୍ମାନ୍ ଅୟି ଆଚ୍ସି; ତୁୟ୍ ଦେସାର୍ ସଃନ୍ଦି ସଃବୁକେ ଡେଙ୍ଗ୍ କଃରିଆଚ୍ସି। 16ଏ ଇସ୍ୱର୍, ବିପଦ୍ ବଃଳ୍ ସେମଃନ୍ ତକେ ପାର୍ତନା କଃରିଆଚ୍ତି; ଜଃଡେବଃଳ୍ ତୁୟ୍ ସେମଃନ୍କେ ଦଃଣ୍ଡ୍ ଦିଲିସ୍, ସେମଃନ୍ ତକେ ପାର୍ତନାୟ୍ କୁଦ୍ଲାୟ୍। 17ଆଙ୍ଗେରିଲା ମାୟ୍ଜି ହିଲା ଜଃଲମ୍ କଃଲାବଃଳ୍ ଜଃନ୍କଃରି ଦୁକାକେ କାନ୍ଦେଦ୍, ଏ ମାପୁର୍ ସେହର୍ ଅଃମିମଃନ୍ ଦୁକାକେ କାନ୍ଦିଆଚୁ। 18ଅଃମିମଃନ୍ ଆଙ୍ଗେରିଲା ଦୁକା ହାୟ୍ଆଚୁ, ଅଃମି ମଃତର୍ ଦୁକାହାୟ୍ ବାଉକେ ଜଃଲମ୍ ଦେଉଁଲୁ; ଅଃମିମଃନ୍ ଦେସାର୍ ରଃକ୍ୟାର୍ ଗିନେ କାୟିରି କଃରି ନଃକେରୁ; କି ଜଃଗତ୍ବାସିମଃନ୍ ଜଃଲମ୍ ଅୟ୍ନଃକେର୍ତି। 19ତୁମାର୍ ମଃଲାଲକ୍ ଜିବନ୍ ହାଉତି; ମଃଲା ମଃଳ୍ମଃନ୍ ଆରେକ୍ ହଡୁକେ ଆରୁମ୍ କଃର୍ତି; ଏ ଦୁଳିୟେ ବାସା କଃଲାର୍ମଃନ୍ ଉଟା, ସଃର୍ଦାକଃରା, କାୟିତାକ୍ ବଃଲେକ୍ ତୁମିମଃନ୍ ରଃନେ ହଃଳ୍ଲା ସଃକାଳାର୍ ଅସ୍ ହାଣିହଃର୍ ଆର୍ ବୁୟିଁ ମଃଲା ଲକ୍ମଃନ୍କେ ବୁୟେଁ ହୁଣି ବାର୍ କଃରେଦ୍।


