ଜିସାୟ ଆର୍ ମାତୁଆଳ୍ ବାବ୍ବାଦି
14ଇତାର୍ ଗିନେ ଏ ଜିରୁସାଲମାର୍ ଲକମଃନ୍କାର୍ ସାସନ୍କାରିମଃନ୍, ତୁମିମଃନ୍,ହୁଞ୍ଜେକ୍ ଜିଅବା କୟିଲା ବଃଚନ୍ ସୁଣା; 15ତୁମିମଃନ୍ କୟ୍ଆଚାସ୍, ଅଃମିମଃନ୍ ମଃର୍ନ୍ ସଃଙ୍ଗ୍ ନିୟମ୍ କଃରିଆଚୁ ଆର୍ ହଃତାଳ୍ ସଃଙ୍ଗ୍ ଅଃମିମଃନାର୍ ସଃନ୍ଦିଆଚେ; ଇତାର୍ଗିନେ ଦେସ୍ବାସ୍ତା ହାଣି ହର୍ କର୍ଡାର୍ ହାଣିଏ ଦେସ୍ବାସ୍ତା ବଃଳ୍ ସେରି ଅଃମିମଃନ୍କାର୍ ଚଃମେ ଆସି ନଃକେରେ; କାୟିତାକ୍ ବଃଲେକ୍ ଅଃମିମଃନ୍ ମିଚ୍ କୟ୍ଆଚୁ ଆର୍ ମିଚ୍ ତଃଳେ ଅଃମିମଃନ୍ ନିଜ୍କେ ଲୁକାୟ୍ ଆଚୁ, 16ଇତାର୍ ଗିନେ ଇସ୍ୱର୍ ଇ କଃତା କଃଉଁଲା, ଦଃକା ମୁୟି ସିୟନେ ଗଟେକ୍ କୁନାଦି ସିଳ୍ ତାହୁନ୍ କଃରିଆଚି, ଇରି ଗଟେକ୍ ପରିକ୍ୟା କଃରି ବାଚ୍ଲା ଟେଳା ଆର୍ ବେସିମଲାର୍ କନ୍ କଃରାଜାୟିଦ୍; ଜେ ବିସ୍ୱାସ୍ କଃରେଦ୍, ସେ ବେଲ୍କି ଅୟ୍ନଃକେରେ। 17ଲକମଃନ୍ କଃତିର୍ ସଃଳ୍କ୍ ଜାଣୁକେ ଉଲୁମ୍ ବେବାର୍ କଃରୁଲାୟ୍, ମୁୟି ସେହର୍ ସଃୟିତ୍ ତାହୁନ୍ କଃରୁକ୍ ନ୍ୟାୟ୍ ଆର୍ ଦଃର୍ମ୍କେ ବେବାର୍ କଃରିନ୍ଦ୍; ଆରେକ୍ ସିଳ୍ ବଃର୍ସା ମିଚ୍ଆସ୍ରକେ ନାସ୍ କଃରିନ୍ଦ୍ ଆର୍ ଲୁକ୍ତା ଟାଣ୍କେ ହାଣି ହର୍ ବାଙ୍ଗି ହଃକାୟିଦ୍।


