ଜିରୁସାଲମାର୍ ଦଃସା
1ଚିରେ, ଅରିୟେଲ୍, ଏ ମିୟେଲ୍, ଦାଉଦାର୍ ଚାନି ଚାୟ୍ଲା ଗଃଳ୍ ବଃର୍ସକେ ବଃର୍ସ୍ ମିସାଉଆ; ଅଃବେ ହଃର୍ବ୍ମଃନ୍ ହାଳିହଃର୍କାରେ ଆସ। 2ତଃବେ ମୁୟି ଅରିଏଲ୍କେ ଦୁକ୍ ଦଃୟିନ୍ଦ୍;ତଃବେ ଗଃଳ୍ ଦୁକ୍ ଆର୍ କାନ୍ଦୁଣେ ହୁର୍ଣ୍ଣ୍ ଅୟିଦ୍, ସେରି ମର୍ ଗିନେ ହୁଜାଦେତା ଟାଣ୍ହର୍ ହର୍ ଅୟିଦ୍। 3ଆରେକ୍ ମୁୟି ତର୍ ବିରୁଦେ ଚାରିଦିଗେ କୁଳିଆ ତାହୁନ୍ କଃରିନ୍ଦ୍ ଆର୍ ଗଃଳ୍କେ ବନ୍ଦି କଃରି ତର୍ ଚାରିବାଟ୍ ଗୁଳିଆୟିଦ୍ ଆର୍ ତର୍ ବିରୁଦେ ସଃବୁ ବାଟ୍ ବଃନ୍ଦ୍ କଃର୍ତା ମେଳ୍ମୁଣ୍ଡା ତିଆର୍ କଃରିନ୍ଦ୍। 4ତଃବେ ତୁମି ତଃଳେହଃଳାସ୍ ଆର୍ ବୁୟେଁ ହୁଣି କଃତା କଃଉଆସ୍ ଆର୍ ଦୁଳିୟେ ହୁଣି ତର୍ ସଃହୁର୍ ହାତୁଳ୍ ଅୟିଦ୍ ଆର୍ ସେରି ବୁତ୍ କୟ୍ଲା ହର୍ ଅୟିଦ୍; ତର୍ ସଃର୍ ଦୁଳି ଉହ୍ରେ ଟାଣୁ ପୁସ୍ ପୁସ୍ ସଃବଦ୍ ଅୟିଦ୍। 5ତୁମାର୍ ସଃତ୍ରୁମଃନ୍ ସଃହୁର୍ ଦୁଳି ହର୍ ଅଲେକାର୍ ଅଃଉତି ଆର୍ ମୁର୍କିୟା ଲକ୍ମଃନ୍କାର୍ ବିଳ୍ ଉଡି ଜାତା ଅସ୍ହାଣି ହର୍ ଅୟିଦ୍; ଗଟେମାଡେ ତଃତ୍କାଣ୍ ଇରି ଗଃଟେଦ୍। 6ସଃବୁଟାଣୁ ଉଟ୍ୟା ସଃକ୍ତିକାରି ମାପୁର୍, ମେଗ୍ ଗଃର୍ଜାଣ୍, ବୁଁୟିକମ୍ପ୍, ବଃୟଙ୍କାର୍ ସଃବଦ୍, ଚୁରାଗାଲିବାଉ, ବଃର୍ସା ଆର୍ ଗିଳିଆଣ୍ତା ଅଃଗ୍ନି ସଃଙ୍ଗ୍ ଆସେଦ୍ ଆର୍ ତାକେ କୁଳୁପ୍ନାସ୍ କଃରେଦ୍। 7ଆରେକ୍, ସଃବୁଗଃସ୍ଟିର୍ ଲକ୍ ଆସି ଅରିୟେଲ୍ ବିରୁଦେ ଜୁଜ୍ କଃର୍ତି, ବଃଲେକ୍ ଜୁଣ୍ ଲଃକ୍ମଃନ୍ ତାର୍ ବିରୁଦେ ଜୁଜ୍ କଃରି ସଃୟିନ୍ମଃନାର୍ ଅଃଟୁଆ ଗଃଳ୍ ବିରୁଦେ ଜୁଜ୍କଃରି ନାସ୍ କଃର୍ତି ଦଃଣ୍ଡ୍ ଦେତି ସେରି ରାତିର୍ ଚଃହୁନ୍ ଦଃକ୍ଲା ହର୍ ଅୟିଦ୍। 8ଆରେକ୍, ଜଃନ୍କଃରି ବୁକେରିଲା ଲକ୍ ଚଃହ୍ନେ କାଉଁଲେ ବଃଲି ଦଃକେଦ୍ ମଃତର୍ ନିଦ୍ ବାଙ୍ଗ୍ଲେକ୍, ସେରି ଚୁଚା ହଲ୍ୟା ଅୟିରଃୟିଦ୍; ସସେରିଲାଲକ୍ ହାଣି କାଉଁଲେ ବଃଲି ଚଃହ୍ନେ ଦଃକେଦ୍ ମଃତର୍ ନିଦ୍ ବାଙ୍ଗ୍ଲେକ୍ ସେରି ଚୁଚାହଲ୍ୟା ଅୟିରଃୟିଦ୍ ଆର୍ ସେ ସସେ ହଃକା ରଃୟିଦ୍, ସେହର୍ ସିୟନ୍ ହର୍ବାତ୍ ବିରୁଦେ ଜୁଜ୍କଃର୍ତା ସଃବୁ ଗସ୍ଟିର୍ ଲକ୍ ସେହର୍ ଅଃଉତି।


