ଜିରୁସାଲମାର୍ ମାୟ୍ଜିମଃନ୍କେ ଚେତାୟ୍ ଦେତାର୍
16ଆରେକ୍ ମାପୁର୍ କୟ୍ଲା, ସିୟନାର୍ ଅଃକାରିଆଣି ଅଃଉତି ଆର୍ ନିଜାର୍ ନିଜାର୍ ଟଟିକେ ଲାମାଉଁତି ଆର୍ ଦିରା ହାଦେ ଇଣ୍ଡ୍ତି ଆର୍ ଇଣ୍ଡ୍ତାବଃଳ୍ ସେମଃନ୍କାର୍ ହାଦାର୍ ହାଉଁଞ୍ଜି ଜୁମ୍ଜୁମ୍ ସଃବଦ୍ ଅୟିଦ୍। 17ଇତାର୍ଗିନେ ମାପୁର୍ ସିୟନାର୍ ଜିସିମଃନ୍କାର୍ କଃହାଳେ ଗାଉ କଃରେଦ୍ ଆର୍ ମାପୁର୍ ସେମଃନ୍କାର୍ ମୁଣ୍ଡ୍ କୁରାୟ୍ ଚାଡି ଦଃୟ୍ଦ୍। 18ସେଦିନ୍ ମାପୁର୍, ସେ ମାୟ୍ଜିମଃନ୍କାର୍ ଗଃର୍ବ କଃର୍ତିରିଲାର୍ ଜିନିସ୍ମଃନ୍କେ ସେମଃନ୍କାର୍ ଟାଣୁ ଚାଡାୟ୍ ନଃୟିଦ୍। ସେ ସେମଃନ୍କାର୍ ହାଦାର୍ ଜାହି, ଆର୍ ସେମଃନ୍କାର୍ ଗଃଳାର୍ ମାଳି ଚାଡାୟ୍ ନଃୟିଦ୍। 19ଆରେକ୍ କାନାର୍ ମୁଦ୍ରା, ସଃକା ଆର୍ କଃନ୍ଦାର୍ ତୁଆଲ୍;ଚାଡାୟ୍ ନଃୟିଦ୍; 20ମୁଣ୍ଡାର୍ସଃଜ୍ ଆର୍ ଗଡ୍ବଃଳା, ଅଃଟାବାନ୍ଦୁଣ୍, ବାସ୍ନା ଚିକଣ୍ କାଚ୍ ଆର୍ କାନାର୍ ମୁଦ୍ରା; 21ହାଜେର୍ ଆର୍ ନାସାୟ୍ ହିନ୍ଦ୍ତା ଜୁତି; 22ହଃର୍ବ୍ ବଃଳ୍ ବଃସ୍ତର୍ ଉହ୍ରେ ହିନ୍ଦ୍ତା ବଃସ୍ତର୍, ନିତିହିନ୍ଦା ବଃସ୍ତର୍, ସାଲ୍ ଆର୍ ଡାବୁ ସଃଙ୍ଗାଉତା ମଣା; 23ଦଃର୍ହାଣ୍, ମଃସ୍ଣି ବଃସ୍ତର୍, ମୁଣ୍ଡେବାନ୍ଦା ଆର୍ ଅଡ୍ଣା କାଡିହଃକାୟିଦ୍। 24ସେ ମାୟ୍ଜିମଃନାର୍ ସୁନ୍ଦୁର୍ ବାସ୍ନା ବାଦୁଲେ କଃରାପ୍ ଗଃନ୍ଦ୍ ହୁଜ୍, ଅଃଟାବାନ୍ଦୁଣ୍ ବାଦୁଲେ ଡର୍, ସୁନ୍ଦୁର୍ ବାଳ୍ ବାଦୁଲେ ମୁଣ୍ଡ୍ ଟଃଙ୍ଗ୍ରା ଅୟିଦ୍ ଆର୍ ଡାହିଅଃଉତା ବଃସ୍ତର୍ ବାଦୁଲେ ବାସ୍ତା ବଃସ୍ତର୍; ସୁନ୍ଦୁର୍ ବାଦୁଲେ ହଡା ଗାଉ ଦଃୟିଦ୍। 25ତୁମାର୍ ଅଃଣ୍ଡ୍ରାମଃନ୍ କଃଣ୍ଡାୟ୍ ମାଡ୍କାତି ବଃସ୍ତିର୍ ବଃଳ୍କାରିମଃନ୍ ଜୁଜେ ମଃର୍ତି। 26ସିୟନାର୍ ଗଃଳ୍ସଃବୁ କାନ୍ଦେଦ୍, ଆର୍ ଉଲ୍ଗାଟ୍ଅୟ୍ ନିରାସ୍ ଅୟି ବୁୟେଁ ବଃସେଦ୍।
1ସେଦିନ୍ ସାତ୍ଗଟ୍ ମାୟ୍ଜି ଗଟେକ୍ ଅଃଣ୍ଡ୍ରାକ୍ ଦଃରି କଃଉତି, ଅଃମିମଃନ୍ ଅଃମାର୍ ନିଜାର୍ ଅଃର୍ନ୍ କାଉନ୍ଦ୍ ଆର୍ ନିଜାର୍ ବଃସ୍ତର୍ ହିଦୁନ୍ଦ୍; ତୁୟ୍ ଜଦି ଅଃମିମଃନ୍କେ ବିବାକଃର୍ସି; ଅଃମିକ୍ ଅଃବ୍କା ତର୍ ନାଉଁୟେ ଡାକ୍ହୁଟାଉସି ଆର୍ ଲାଜେ ହୁଣି ରଃକ୍ୟା କଃର୍ସି।


