ଗଟେକ୍ ଦଃର୍ମି ରଃଜା
1ଦଃକା ଗଟେକ୍ ରଃଜା ନ୍ୟାୟ୍ ହଃର୍କାରେ ସାସନ୍ କଃରେଦ୍ ଆର୍ ଅଃଦିକାରିମଃନ୍ ନ୍ୟାୟେ ସାସନ୍ କଃର୍ତି। 2ହଃତି ମାନାୟ୍ ବଃତାସେ ଆସ୍ର ନେଉଁକେ, ମରୁ ବଃଟାୟ୍ ହୁଣି ହାଣି ହାଉତି, ବଃଡ୍ ହଃର୍ବାତାର୍ ତଃହ୍ଲା ବୁୟ୍ଁ ବଃଡ୍ ଟେଳାର୍ ସିତ୍ଳି ହର୍ ଅୟ୍ଦ୍। 3ଆର୍ ଦଃକ୍ତା ଲକାର୍ ଆକି ଜଃଉଁଣିଆ ଅୟ୍ନଃକେରେ, ସୁଣ୍ତା ଲକାର୍ କାନ୍ ଦିଆନ୍ ଦଃୟ୍ଦ୍। 4ଆର୍ ନିର୍ବୁଦିଆର୍ ମୁଣ୍ଡେ ଗିଆନ୍ ଆସେଦ୍ ଆର୍ ତତ୍ଲା ମଃନାର୍ ଜିବ୍ ନିକକଃରି କଃତା କୟ୍ଦ୍। 5ଅଃବୁଜ୍ୟା ଲକ୍ ମାୟ୍ନ୍କାରି ଲକ୍ ବଃଲି ଆର୍ ହଃନ୍ଦିକାଡୁ ମାୟ୍ନ୍କାରି ନୟ୍। 6କାୟିତାକ୍ ବଃଲେକ୍ ମୁର୍କିଆ ବେବାର୍ କଃରୁକେ ଆର୍ ତାର୍ ମଃନ୍ ମଃନ୍ଦ୍ କାମେ ଲାଗି ରଃୟିଦ୍ ସେ ଅଃଦଃର୍ମି କଃରେଦ୍ ମାପୁର୍ ବିସୟେ ବୁଲ୍ ବିଚାର୍ ଚାରିବାଟ୍ କଃରେଦ୍ ସେ ବୁକେ କାଦିଚାଡେଦ୍ ଆରେକ୍ ସସେ ସେ ହାଣି ଚାଡେଦ୍। 7ଆର୍ ଅଃକାର୍ ଲକାର୍ ଉପାୟ୍ ସଃବୁ ମଃନ୍ଦ୍। ସେ ନିର୍ମାୟା ଲକେ ବଃଲେକ୍ ଟିକ୍କଃତା କଃଉତା ବଃଳ୍ ଇନସ୍ତା ଲକେ ମିଚ୍ କୟ୍କଃରି ନାସ୍କଃରୁକେ କଃରାପ୍ ଚିନ୍ତା କଃରେଦ୍। 8ମଃତର୍ ମାୟ୍ନ୍କାରି ଲକ୍ ସଃତ୍ ନୟ୍ଲା କାମ୍ ନଃକେରେ ଜୁୟ୍ରି ସଃତ୍ ସେରି ସେ ଅଃଟୁଆ କଃରି ଦଃରିରଃକେଦ୍।


