ବିଚାର୍ ଆର୍ ରଃକ୍ୟା
9ଏ ସୁକି ମାୟ୍ମଃନ୍ ତୁମିମଃନ୍ ଉଟି ମର୍କଃତା ସୁଣା, ଏ ଚିନ୍ତା ନୟ୍ଲା କଃନ୍ୟାମଃନ୍ ମର୍କଃତାୟ୍ କାନ୍ଦିଆସ୍। 10ଏ ଦୁକ୍ନୟ୍ଲା ମାୟ୍ଜିମଃନ୍ ତୁମି ଅଃବେ ଆସ୍ର ନଃଉଁଲାସ୍ ମଃତର୍ ଅଙ୍ଗୁର୍ ହଃଳ୍ ଆସ୍ତାବଃର୍ସ୍ ନଃମିଳେ। ଅଙ୍ଗୁର୍ହଃଳ୍ କଳ୍ତା ଦିନ୍ ନାସେ 11ଏ ସୁକେ ରେତା ମାୟ୍ଜିମଃନ୍ ତୁମିମଃନ୍ ବିସ୍ୱାସ୍କଃରା; ଏ ଚିତା ନାୟ୍ଲାର୍ମଃନ୍ ବଃସ୍ତର୍ କାଡି ନଃଗ୍ଳା ଅଃଉଆ ଆର୍ ଅଃଟାବିଳା ବାନ୍ଦି ଅଃଉଆ। 12ସେମଃନ୍ ହଃଳ୍ ଦେତା ଅଙ୍ଗୁର୍ ହଃଦା ଆର୍ ଅଃଙ୍ଗୁର୍ ମାଳ୍ ବୁଡିଗଃଲାର୍ ଗିନେ ଉରେ ମାରି ଅଃଉଅତ୍। 13ମର୍ଲକ୍ମଃନ୍ ବୁଁୟ୍କାଟା ଆର୍ କାଟା କଃଳି ଗଃଚ୍ ଅଃଉତି; ହେଁ, ଉଲାସେ ସଃର୍ଦା ଅଃଉତା ସଃବୁ ବଃସ୍ତିର୍ ଗଃର୍ ଅୟ୍ଦ୍। 14କାୟିତାକ୍ ବଃଲେକ୍ ରଃଜାର୍ ଗଃଳ୍ ଚାଡେଳି ଅୟ୍ଦ୍ ଆର୍ ଲକ୍ବଃର୍ତିରିଲା ଗଃଳ୍ ଲକ୍ ନୟ୍ଲାର୍ ଅୟ୍ଦ୍; ଗଃର୍ ଆର୍ ସଃଇନ୍ ଜାଗ୍ତା ଦୁର୍ଗ୍ ସଃବୁ ଦିନାର୍ ଗିନେ ହାର୍ ଅୟ୍ଦ୍, ବଃନ୍ଗଃଦ ଆର୍ ହସୁମଃନ୍ ଉଲାସେ ଚଃର୍ତା ଟାଣ୍ ଅୟ୍ଦ୍। 15ସଃରାସଃରି ଉହ୍ରେ ହୁଣି ଆତ୍ମା ରଃକାୟ୍ଲେକ୍ ହଃଦା ଜଃମି କାତ୍ଜଃମି ଅୟ୍ଦ୍ ଆର୍ କାତ୍ଜଃମି ବଃନ୍ଜଃମି ବଃଲି ଗଃଣିତା ଅୟ୍ଦ୍। 16ସଃଡେବଃଳ୍ ମରୁବଃଟାୟ୍ ନିଆୟ୍ ବିଚାର୍ ଆର୍ ଦଃର୍ମ୍ ବାସ୍କଃରେଦ୍। ରୁବ୍ରୁବା ଜଃମି ଦଃର୍ମିର୍ ବଃସ୍ତି ଅୟ୍ଦ୍। 17ଆର୍ ସଃବୁଲକ୍ ଜାୟ୍ରି ନ୍ୟାୟ୍ ସେରି କଃର୍ତି ସେତି ସଃବୁବଃଳ୍ ସୁସ୍ତା ଆର୍ ବିବ୍ତି ନଃରେୟ୍। 18ଆର୍ ମର୍ଲକ୍ମଃନ୍ ସୁସ୍ତାର୍ ବଃସ୍ତି ଟାଣେ ବାସ୍କଃର୍ତି ଆର୍ ସେମଃନାର୍ ଗଃର୍ ସୁସ୍ତା ଆର୍ ବିପଦ୍ନୟିଲା ଟାଣେ ରେତି। 19ମଃତର୍ ବଃନେ କଃରାଟେଳା ବଃର୍ସା ଅୟ୍ଦ୍ ଆର୍ ଗଃଳ୍ ହୁରାହୁରି ନାସ୍ ଅୟ୍ଦ୍। 20ହାଣି ରିଲା ତଃୟ୍ ବିଆନ୍ ବୁଣୁଲାସ୍ ଆର୍ ଗରୁ ଆର୍ ଗଃଦକେ ହଃଦାୟି ହଃଟାଉଁଲାସ୍ ତୁମି, ତୁମାର୍ ବାୟ୍ଗ୍।


