ଉହ୍କାର୍ ଗିନେ ପାର୍ତନା
1ଏ ନିଜାର୍ ଜୁରିଆ ନଃକେଲେକ୍ ହେଁ ତୁମି ଜୁରୁଲାସ୍ ଆର୍ ଲଃକ୍ମଃନ୍ ତୁମିକେ ଟକି ନଃକେଲେକ୍ ହେଁ ତୁମି ଟକୁଲାସ୍, ତୁମି ନାସ୍ଗଃଲା ଲଃକ୍ମଃନ୍ ତୁମି ଚରିକଃରି ସେସ୍ କଃଲା ହଃଚେ ତୁମିକେ ଚର୍ତି ଆର୍ ଟକ୍ଲା ହଃଚେ ଲଃକ୍ମଃନ୍ ତୁମିକେ ଟକ୍ତି। 2ହେଁ ଇସ୍ୱର୍ ଅଃମିକେ ଦଃୟାକଃର୍, ଅଃମିମଃନ୍ ତକେ ଜାଗିଆଚୁ; ତୁୟ୍ ହଃତି ସଃକାଳ୍ ସେମଃନାର୍ ଡେଣା ହର୍ ଅଃଉ, ବିବ୍ତି ବଃଳ୍ହେଁ ଅଃମିମଃନାର୍ ମୁକ୍ତିକାରି ଅଃଉ। 3ବେଲ୍କି ସଃବଦେ ଗସ୍ଟିର୍ ଲଃକ୍ମଃନ୍ ହଃଳାୟ୍ଲାୟ୍, ତୁୟ୍ ଉଟ୍ଲାକେ ବିନ୍ ଦେସାର୍ ଲଃକ୍ମଃନ୍ ହଃଳାୟ୍ଲାୟ୍। 4ଜଃନ୍କଃରି ଜିଟ୍କା, ରୁଣ୍ଡାୟ୍ଦ୍ ସେହର୍ ତୁମିମଃନ୍ ସେନ୍ ତୁମାର୍ ଚର୍ଲାର୍ ରୁଣ୍ଡାଉଆସ୍; ଜଃନ୍କଃରି ଜିଟ୍କାମଃନ୍ ଏକ୍ସଃଙ୍ଗେ ମାଡିଜାତି ସେନ୍କଃରି ଲଃକ୍ମଃନ୍ ସେଉହ୍ରେ ଡଗାଉତି। 5ଇସ୍ୱର୍ ସଃବ୍କେ ଉଟ୍ୟା; କାୟିତାକ୍ ବଃଲେକ୍ ସେ ସଃର୍ଗେ ବାସ୍ କଃରେଦ୍; ସେ ସିନୟ୍କେ ନ୍ୟାୟ୍ବିଚାର୍ ଆର୍ ଦଃର୍ମି ହୁର୍ନ୍ କଃରିଆଚେ। 6ଆର୍ ତର୍ବଃଳ୍ ସୁସ୍ତା ଅୟ୍ଦ୍; ମୁକ୍ତିର୍, ଗିଆନାର୍, ଆର୍ ବୁଦିର୍ ଅଃଦିକ୍ ଅୟ୍ଦ୍; ଜିଅବାର୍ ବିସୟେ ଡିର୍ତାର୍ ବଃଣ୍ଡାରାର୍ କୁଚିକାଡା। 7ଦଃକା ସେମଃନାର୍ ସାନ୍ତି କଜ୍ତା ଦୁତ୍ମଃନ୍ ହଃଦାୟି କାନ୍ଦୁଲାୟ୍; ମିସାଣ୍ କଜ୍ତା କବୁର୍କାରିଆ ବେସି ରଃଦନ୍ କଃରୁଲାୟ୍। 8ରଃଜାର୍ ବାଟ୍ ସଃବୁ ନଃର୍ନୟ୍ଲାର୍, ଇଣ୍ଡ୍ତା ଲକ୍କେ ହେଁ ନାୟ୍; ସେ ନିୟମ୍ ବାଙ୍ଗିଆଚେ, ସେ ବଃସ୍ତିସଃବୁକେ ନିଚ୍କଃରିଅଚେ ମାନାୟ୍କେ ଗଃଣିତା ନଃକେରେ ସେ ମାନାୟିକେ ନଃଜାଣେ। 9ଦେସ୍ କାନ୍ଦିକାନ୍ଦି ବାଙ୍ଗିହଃଳି ଆଚେ, ଲିବାନନ୍ ଲାଜ୍ହାୟ୍ ସୁକିଗଃଲିଆଚେ, ସାରଣ୍ବଃନ୍ ମରୁବଃଟାହର୍ ଅୟିଆଚେ ଆର୍ ବାସନ୍ ଆର୍ କର୍ମିଲ୍ ହଃର୍ବାତାର୍ ହଃତାର୍ ସଃବୁ ଜାଳିଅଃଉଁଲି।


