ହିଜିକିଅକେ ଜିସାୟର୍ ସିକ୍ୟା
1ଇତାର୍ ହଃଚେ ହିଜିକିୟ ରଃଜା ସୁଣ୍ଲାକେ, ତାର୍ ନିଜାର୍ ବଃସ୍ତର୍ ଚିରି ବାସ୍ତା ଗୁଳ୍ୟାୟ୍ ଅୟି ମାପୁର୍ ଗଃରେ ଗଃଲା। 2ଆର୍ ସେ ରଃଜା ଗଃରାର୍ ମୁଳିକା ଇଲିୟାକିମ୍ ଆର୍ ସିବ୍ନ ଲେକୁକେ ଆର୍ ଜାଜକ୍ମଃନାର୍ ପାରାଚିନ୍ମଃନ୍କେ ବାସ୍ତା ହିନ୍ଦାୟ୍ ଆମସାର୍ ହୟିସି ଜିସାୟ୍ ବାବ୍ବାଦି ହାକ୍ ହଃଟାୟ୍ଲା। 3ତଃବେ ସେମଃନ୍ ତାକେ କୟ୍ଲାୟ୍ ହିଜିକିୟ ଇହର୍ କୟ୍ଆଚେ, ଆଜିର୍ ଦିନ୍ ଆପଦ୍ ଆର୍ ବିରଦ୍ ଆର୍ ଲାଜ୍କଃରାଉତା ଦିନ୍; କାୟିତାକ୍ ବଃଲେକ୍ ହିଲାମଃନ୍ ଜଃର୍ନ୍ ଦୁଆରେ ଆଚ୍ତି, ମଃତର୍ ଜଲମ୍ ଦେଉଁକେ ସଃକ୍ତି ନାୟ୍। 4ଅଃଉଁ ହାରେ ଜିବିତ୍ ଇସ୍ୱର୍କେ ନାୟ୍ ବଃଲୁକେ ନିଜାର୍ ମାଲିକ୍ ଅଃସୁରିଆ ରଃଜା ହଃଟାୟ୍ଲା ଲକାର୍ ସଃବୁ କଃତା ଜୁଗ୍ଜୁଗାର୍ ଇସ୍ୱର୍ ସୁଣେଦ୍ ଆର୍ ଇସ୍ୱର୍ ଜୁୟ୍କଃତା ସୁଣିଆଚେ, ସେତାକେ ବିରଦ୍ କଃରେଦ୍; ଇତାକେ ଜୁୟି ବାକିଆଚ୍ତି, ସେମଃନାର୍ ହାଁୟ୍ ତୁମି ପାର୍ତନା କଃରା।
5ଇ ହର୍ ହିଜିକିୟ ରଃଜାର୍ ଦାସ୍ମଃନ୍ ଜିସାୟ୍ ଲଃଗେ ରୁଣ୍ଡ୍ଲାୟ୍। 6ତଃବେ ଜିସାୟ୍ ସେମଃନ୍କେ କୟ୍ଲା, ତୁମିମଃନ୍ ନିଜାର୍ ସାଉକାର୍କେ ଅଃନ୍ କଃଉଆ, ଇସ୍ୱର୍ କଃଉଁଲା, ଅଃସୁରିଆ ରଃଜାର୍ ଦାସ୍ମଃନ୍ ଅଃମିକେ ଲିନ୍ଦାକଃର୍ତା ଜୁୟି କଃତା ତୁମି ସୁଣି ଆଚାସ୍, ସେରି ଡିରା ନାୟ୍। 7ଦଃକା ମୁୟ୍ ତାକେ ଗଟେକ୍ ଆତ୍ମା ଦଃୟ୍ନ୍ଦ୍, ଆର୍ ସେ କୁୟ୍ଅଲେ କଃତା ସୁଣି ନିଜାର୍ ଦେସେ ବାଉଳି ଜାୟ୍ଦ୍; ଆର୍ ମୁଁୟ୍ ତାର୍ ନିଜାର୍ ଦେସେ ତାକେ କଃଣ୍ଡାୟ୍ ମଃର୍ନେ ମାରିନ୍ଦ୍।


