ରଃଜାକେ ଜିସାୟର୍ କବୁର୍
21ଇତାର୍ ହଃଚେ ଆମସାର୍ ହୟିସି ଜିସାୟ ହିଜିକିଅ ହାକ୍ କୟ୍ ହଃଟାୟ୍ଲା, ଜୁଗ୍ଜୁଗାର୍ ଇସ୍ୱର୍ ଇସ୍ରାଏଲାର୍ ଇସ୍ୱର୍ ଇ କଃତା କଃଉଁଲା, ତୁୟ୍ ଅଃସୁରିଆର୍ ରଃଜା ସନ୍ହେରିବ୍ ବିରୁଦେ ମକେ ପାର୍ତନା କଃଲାକେ, 22ଇସ୍ୱର୍ ତାର୍ ବିରୁଦେ ଇ କଃତା କୟ୍ଆଚେ; ସିୟନାର୍ ବାଳତ୍ଟକି ତକେ ନିଚ୍ ଦଃକିଆଚେ ଆର୍ ତକେ ଲାଜ୍ କଃରାଜାୟ୍ ଆଚେ; ଜିରୁସାଲେମ୍ ବାଳ୍ତ୍ଟକି ତର୍ବାଟ୍ୟା ମୁଣ୍ଡ୍ ଆଲାୟ୍ଆଚେ। 23ତୁୟ୍ କାକେ ଲିନ୍ଦା କଃରି ଆଚ୍ସି? ତୁମି କାର୍ ବିରୁଦେ ନିଜାର୍ କଃତା ଉଟାୟ୍ ଆଚାସ୍ ଆର୍ ନିଜାର୍ ଆକି ଉହ୍ରେ ଉଟାୟ୍ ଆଚାସ୍? ଇସ୍ରାଏଲାର୍ ଦଃର୍ମି ବିରୁଦେ ସେରି। 24ତୁମି ନିଜାର୍ ଦାସ୍ମଃନାର୍ ଗିନେ ନିଜାର୍ ହଅ କେଏ ହାକ୍ରେ ହଃକାୟ୍ ଆଚାସ୍ ଆର୍ କୟ୍ଆଚାସ୍, ଲିବାନନାର୍ ବିତ୍ରେ ଆୟ୍ଲେ ଆଚି; ଆର୍ ମୁୟ୍ ସେତିର୍ ଉଚ୍ ଏରସ୍ ଗଃଚ୍ ଆର୍ ସେତିର୍ ନିକ୍ ଦେବଦାରୁ ଗଃଚ୍ମଃନ୍ କାଟି ହଃକାୟ୍ନ୍ଦ୍। ଆର୍ ତାର୍ ଦୁରିରିଲା ଉଚ୍ଟାଣେ ଆର୍ ତାରହଃଳ୍ ଦଃର୍ଲା ବାଳ୍ମଃନ୍ ବଃନ୍ ହାସ୍ଲାୟ୍ନ୍ଦ୍। 25ଅଃମି ମାଟିକଃଣି ହାଣି କାୟ୍ଆଚୁ, ଆର୍ ମୁୟ୍ ନିଜାର୍ ହାଦ୍ ତଃଳାର୍ ମିସର୍ ଦେସାର୍ ଗାଡ୍ ସୁଆୟ୍ନ୍ଦ୍।
26କଃନ୍କଃରି ଅଃମି ଅଃନେକ୍ ଦିନେହୁଣି ଇରି ତିର୍ କଃରିଆଚୁ, ଇରି କାୟି ତୁମି ସୁଣି ନଃକେରାସ୍? ତୁମିଜେ ଚାରିହାକ୍ କଃତି ମାର୍ଲା ଗଃଳ୍ମଃନ୍ ନାସ୍କଃରି ସେରିମଃନ୍ କଃଉଆର୍ ଗାଦାକଃରାସ୍ ଇରି ଅଃବେ ଅଃମି ହୁରୁଣ୍ କଃରିଆଚୁ। 27ଇତାକେ ସେତି ବାସ୍ କଃରୁମଃନ୍କେ ବେସି ସଃକ୍ତି ନୟ୍ଲି, ସେମଃନ୍ ହଃଦାର୍ ରଃନ୍ ନଃଉଁଆ ଆକର୍ଲା ରଃନ୍, ଗଃର୍ ଉହ୍ରାର୍ ଆରେକ୍ ନଃହାକ୍ଲା ତାସ୍ ହର୍ 28ମଃତର୍ ତୁମାର୍ ବଃସ୍ତାର୍ ଆର୍ ହଃଦାୟି ଜାତାର୍ ଆର୍ ବିତ୍ରେ ଆସ୍ତାର୍ ଆର୍ ଅଃମାର୍ ବିରୁଦେ ରିସା ଅଃଉତାର୍ ଅଃମି ଜାଣୁ। 29ତୁମି ଅଃମାର୍ ବିରୁଦେ ରିସା କଃରାୟ୍ ଆଚାସ୍ ଆର୍ ତୁମାର୍ ଗଃର୍ବ୍କଃତା ମର୍ କାନେ ଆସିଆଚେ, ଇତାର୍ ଗିନେ ତୁମାର୍ ନାସାୟ୍ ନିଜାର୍ ଆକଡ଼ି ତୁମାର୍ ଅଟିଏ ନିଜାର ବାକୁର୍ ଲାମାଇନ୍ଦ୍ ଆର୍ ତୁମି ଜୁୟ୍ବାଟେ ଆୟ୍ଲାସ୍, ସେ ବାଟେ ତୁମିକେ ବାଉଳାୟ୍ ଦଃୟ୍ନ୍ଦ୍।
30ସେତାକେ ଏ ହିଜିକିଅ ତକେ ଇ ଚିନା ଅୟ୍ଦ୍; ତୁମିମଃନ୍ ହଃର୍ତୁବଃର୍ସ୍ ନିଜେ କଃଲା ତାସ୍ କାହାସ୍; ହଃଚାର୍ ବଃର୍ସ୍ ସେତି ଆକର୍ଲାର୍ ତାସ୍ କାହାସ୍ ଆର୍ ତିନି ବଃର୍ସେ ବିଆନ୍ ବୁଣି ତାସ୍ କାଟାସ୍ ଅଙ୍ଗୁର୍ବାଳ୍କଃରି ସେତିର୍ ହଃଳ୍ କାହାସ୍। 31ଆର୍ ଜିଉଦି ବଃଉଁସେ ରଃକ୍ୟା ହାୟ୍ଲା ବାକିରି ଲଃକ୍ମଃନ୍ ଆରେକ୍ ତଃଳେ ଚେର୍ ମାଡ୍ତି ଆର୍ ଉହ୍ରେ ହଃଳ୍ହଃଳ୍ତି। 32କାୟିତାକ୍ବଃଲେକ୍ ଜିରୁସାଲମେ ହୁଣି ଗଟେକ୍ ବାକିଲକ୍ ଆର୍ ରଃକ୍ୟା ହାୟ୍ଲା ଲକ୍ ସିୟନ୍ ହଃର୍ବାତେ ହୁଣି ବାରାଉତି; ସଃୟ୍ନ୍ମୁଳିକା ଇସ୍ୱର୍ ଇରି ସାଦୁନ୍ କଃରେଦ୍। 33ଇତାକେ ସାସନ୍କାରି ଅଃସୁରିଆ ବିସୟେ ଇ କଃତା କଃଉଁଲା, ସେ ଇ ଗଃଳ୍କେ ନାସେ, କି ସେତି କାଣ୍ଡ୍ ନଃମାରେ, କି ସେ ମୁଆଟିକେ ଜାପଣ୍ ଦଃରି ନାସେ, କି ତାର୍ ବିରୁଦେ ଚାରିହାକ୍ ନଃବେଳେ। 34ଜିଅବା କଃଉଁଲା, ସେ ଜୁୟ୍ବାଟେ ଆୟ୍ଲା, ସେ ବାଟେ ବାଉଡ଼ି ଜାୟ୍ଦ୍ ଆର୍ ଇ ଗଃଳ୍କେ ନାସେ। 35କାୟିତାକ୍ ବଃଲେକ୍ ମୁୟ୍ ନିଜାର୍ ଗିନେ ଆର୍ ମର୍ ଦାସ୍ ଦାଉଦାର୍ ଗିନେ ଇ ଗଃଳ୍ ରଃକ୍ୟା କଃରୁକେ ତାର୍ବାଟ୍ ଅୟ୍ନ୍ଦ୍।
36ଇସ୍ୱର୍ ମାପୁରାର୍ ଦୁତ୍ ବାରୟ୍ ଅସୁରିୟମଃନାର୍ ଚାଉଁଣିଏ ଏକ୍ ଲକ୍ୟ ଅସେ ହାଞ୍ଚ୍ଅଃଜାର୍ ଲକ୍କେ ଅଃତ୍ୟା କଃଲା ଆର୍ ଲଃକ୍ମଃନ୍ ବେସି ସଃକାଳ୍ ଉଟ୍ଲାକେ ଦଃକା ସଃବୁ ମଃରିରିଲାୟ୍। 37ତଃବେ ଅଃସୁରିଆର୍ ରଃଜା ସନେରିବ୍ ବାରୟ୍ ଗଃଲା ଆର୍ ବାଉଡ଼ି ଜାୟ୍ ନିନିବିଏ ବାସ୍କଃଲା। 38ଇତାର୍ ହଃଚେ ସେ ନିଜାର୍ ନିସ୍ରକ୍ ନାଉଁଆର୍ ଦେଉତାର୍ ଗଃରେ ହୁଜା କଃର୍ତାବଃଳ୍ ଅଦ୍ରମଲେକ୍ ଆର୍ ସରେସର୍ ନାଉଁଆର୍ ତାର୍ ଜଳେକ୍ ହୟିସି ତାକେ କଃଣ୍ଡାୟ୍ ଅଃତ୍ୟା କଃଲାୟି। ତଃବେ ସେମଃନ୍ ଆରାରଟ୍ ଦେସ୍କେ ହଃଳାୟ୍ଲାୟ୍। ଆର୍ ତାର୍ ହୟିସି ଏସହର୍ଦନ୍ ତାର୍ ହଃଦେ ରାଜୁତି କଃଲା।


