ଇସ୍ୱରାର୍ ଲକେ ସାସ୍କଃତା
1ମର୍ ଲକ୍ମଃନ୍କେ ସୁସ୍ତା ଦିଆସ୍, ତୁମିମଃନାର୍ ଇସ୍ୱର୍ ଇରି କଃଉଁଲା। 2କାୟିତାକ୍ବଃଲେକ୍ ଜିରୁସାଲମେ ହୁଣି ଗଟେକ୍ ବାକିଲକ୍ ଆର୍ ରଃକ୍ୟା ହାୟ୍ଲା ଲକ୍ ସିୟନ୍ ହଃର୍ବାତେ ହୁଣି ବାରାଉତି; ସଃୟ୍ନ୍ମୁଳିକା ଇସ୍ୱର୍ ଇରି ସାଦୁନ୍ କଃରେଦ୍। ମାର୍ ଲକ୍ମଃନ୍କେ ସାସ୍ ଦିଆସ୍, ଆର୍ ତାର୍ ଜୁଜ୍ ସେସ୍ ଅୟ୍ଲି, ତାର୍ ହାହ୍ କେମା ଅୟ୍ଲି, ସେ ଇସ୍ୱରାର୍ ଆତେ ହୁଣି ନିଜାର୍ ସଃବୁ ହାହାର୍ ଗିନେ ଦୁଇ ଗୁଣ୍ ହାୟ୍ଆଚେ ବଃଲି ତାର୍ହାକ୍ ପର୍ଚାର୍ କଃରା। 3ଗଟେ ଲକାର୍ ଡାକ୍ ପର୍ଚାର୍ କଃରୁଲା, ତୁମିମଃନ୍ ମରୁବଃଟାୟ୍ ମାପୁର୍ ବାଟ୍ ତିଆର୍ କଃରା, ମରୁ ବଃଟାୟ୍ ଅଃମିମଃନାର୍ ଇସ୍ୱରାର୍ ଗିନେ ରଃଜାର୍ ବାଟ୍ ସଃଳ୍କ୍ କଃରା। 4ସଃବୁ ଦଲ୍କାକେ ଉଚ୍କଃରା ଜାୟ୍ଦ୍, ହଃତି ହର୍ବାତ୍ ଆର୍ କୁହୁଲିମଃନ୍ ନିଚା କଃରାଜାୟ୍ଦ୍ ଆର୍ ବାଙ୍ଗ୍ଟାରି ସଃଳ୍କ୍ ସକଃରା ଜାୟ୍ଦ୍, ଆର୍ କାଲ୍ଟେଲ୍ ସଃମାନ୍ କଃରା ଜାୟ୍ଦ୍। 5ଆର୍ ଇସ୍ୱରାର୍ ଜଃଜ୍ମାନ୍ ଦଃକାଜାୟ୍ଦ୍ ଆର୍ ସଃବୁ ମୟ୍ଚ୍ହୁର୍ ସେରି ଦଃକେଦ୍; କାୟିତାକ୍ ବଃଲେକ୍ ମାପୁର୍ ଟଣ୍ଡ୍ ସେରି କୟିଆଚେ। 6ଗଟେଲକାର୍ ଟଣ୍ଡ୍ କଃଉଁଲି,ପର୍ଚାର୍କଃରା, ତଃବେ ଏକ୍ଲା କୟ୍ଲା, କାୟିରି ପର୍ଚାର୍ କଃରୁଆଁ? ମୟିଚ୍ହୁର୍ ରଃନ୍ ହର୍ ଆର୍ ତାର୍ ସଃବୁ ଜଃମିର୍ ହୁଲ୍ହର୍। 7ରଃନ୍ ସୁକିଜାୟ୍ଦ୍; ହୁଲ୍ କମ୍ଞ୍ଜିଜାୟ୍ଦ୍; କାୟିତାକ୍ ବଃଲେକ୍ ତାର୍ ଉହ୍ରେ ଇସ୍ୱରାର୍ ହୁଣ୍ଡ୍ତା ହଃବନ୍ ଜାୟ୍ଦ୍ ବାୟ୍ଦ୍ରେ ଲଃକ୍ମଃନ୍ ରଃନ୍ହର୍। 8ରଃନ୍ ସୁକିଜାୟ୍ଦ୍, ହୁଲ୍ କମ୍ଞ୍ଜି ଜାୟ୍ଦ୍; ମଃତର୍ ଅଃମିମଃନାର୍ ଇସ୍ୱରାର୍ ବାକ୍ୟ ଜୁଗେ ଜୁଗେ ରଃୟ୍ଦ୍। 9ଏ ସିୟନ୍ ଚଃମେ ନିକକବୁର୍ ପର୍ଚାର୍ କଃର୍ତାଲକ୍, ତୁୟ୍ ଉଚ୍ ହଃର୍ବାତ୍କେ ଜାଆ; ଏ ଜିରୁସାଲେମ୍ ଜିରୁ ସାଲେମ୍ ଚଃମେ ନିକ କବୁର୍ ପର୍ଚାର୍କାରିଣି ତୁୟ୍ ବଃଳ୍ଦଃକାୟ୍ ଉଚ୍ସଃବଦ୍ କଃର୍, ଡିର୍ ନାୟ୍; ଜିଉଦାର୍ ବଃସ୍ତିମଃନ୍କେ କଃଉ, ଏ ଦଃକ୍, ତୁମିମଃନାର୍ ଇସ୍ୱର୍। 10ଦକା ଜୁଗ୍ଜୁଗାର୍ ଇସ୍ୱର୍ ସଃକ୍ତିକାରି ହର୍ ଆସେଦ୍ ଆର୍ ତାର୍ ବାହୁ ତାର୍ ହାଁୟ୍ ରାଜ୍କଃରେଦ୍; ତାର୍ ସଃଙ୍ଗ୍ ତାର୍ ପୁରିସ୍କାର୍ ଆଚେ ଆର୍ ତାର୍ ଆଗେ ତାର୍ ହଃଳ୍ଆଚେ। 11ସେ ମେଣ୍ଡା ଗଃଉଳିଆ ହର୍ ନିଜାର୍ ମଃନ୍ଦା ଚଃରାୟିଦ୍। ମେଣ୍ଡା ହିଲାମଃନ୍କେ ସେ ନିଜାର୍ ବାହୁ ଲଃଗେ ଗଟେ ତଃୟ୍ କଃରେଦ୍ ଆର୍ ଅଃହ୍ଣାର୍ କଳେ ସେମଃନ୍କେ ବଃୟ୍ ନଃୟିଦ୍ ଆର୍ ଦୁଦ୍ କାଳାଉତା ମାୟ୍ ଚେଳିମଃନ୍କେ ଦିରେ ଚାଲାୟ୍ଦ୍।


