ଗଟେକ୍ ମାୟିନ୍ ଗିତ୍
10ଏ ସଃମ୍ନ୍ଦେ ଜାତା ଲକ୍ ଆର୍ ସଃମୁନ୍ଦ୍ ବିତ୍ରେ ରିଲା ସଃବୁ ଲକ୍, ଏ ଟାପୁମଃନ୍ ଆର୍ ସେତି ବାସ୍କଃରୁମଃନ୍, ତୁମି ସଃବୁ ଲକ୍ ମାପୁର୍ ଇସ୍ୱରାର୍ ମାୟିନ୍ ଗିତ୍ ଆର୍ ହୁର୍ତିବି ସେସେ ହୁଣି ତାର୍ ଗୁଣ୍ଗିତ୍ କଃଉଆ। 11ସଃନ୍ଦିୟେ ଆର୍ ସେତିର୍ ଗଃଳ୍ମଃନ୍, କେଦାରାର୍ ବଃସ୍ତିମଃନ୍ ଗାଉଁମଃନ୍ ନିଜାର୍ ସଃବଦ୍ ବେସି କଃରତ୍; ସେଲା ବଃସ୍ତିୟେ ବାସ୍କଃରୁମଃନ୍ ଗିତ୍ କଃଉଅତ୍ ହର୍ବାତ୍ ଟିହେହୁଣି ବଃଡେ ସଃର୍ଦାୟ୍ ସଃବଦ୍ କଃରତ୍। 12ସେମଃନ୍ ଇସ୍ୱର୍କେ ଜଃଜ୍ମାନ୍ କଃରତ୍ ଆର୍ ଟାପୁମଃନ୍ ତଃୟ୍ ତାର୍ ଗୁଣ୍ କଃଉଅତ୍। 13ଇସ୍ୱର୍ ବିର ହର୍ ଆସେଦ୍; ସେ ଜଦା ହର୍ ସେ ଜୁଜ୍କଃରୁକେ ଜଃଗ୍ରାତ୍ ଆଚେ; ସେ ଉଚ୍ ସଃବଦ୍ କଃରେଦ୍, ହେଁ ସେ ମହା ସଃବଦ୍ କଃରେଦ୍; ସେ ନିଜାର୍ ସଃତ୍ରୁମଃନାର୍ ବିରୁଦେ ବିର ହାଣ୍ ଦଃକାୟିଦ୍।


