ଇସ୍ୱରାର୍ ସଃୟ୍ତ୍
14ମୁଁୟ୍ ବେସିଦିନ୍ ହୁଣି ଚିମ୍ରା ଅୟିଆଚି, ମୁଁୟ୍ ତିର୍ ଅୟ୍ଆଚି, ଅଃବେ ମୁଁୟ୍ ହିଲାଜଃଲମ୍ କଃର୍ତା ମାୟିଜି ହର୍ ଡାକ୍ଚାଡିନ୍ଦ୍, ମୁଁୟ୍ ଅଃକାବଃଳ୍ ହୁଣ୍ଡାଣ୍ ଚାଡି ରିସାଅୟିନ୍ଦ୍ 15ମୁୟ୍ ହର୍ବାତ୍ ଆର୍ କୁହୁଲିମଃନ୍କେ କୁରୁପ୍ନାସ୍ କଃରିନ୍ଦ୍ ଆର୍ ସେତିରିଲା ରଃନ୍ମଃନ୍ ସୁକାୟ୍ନ୍ଦ୍; ଆର୍ ମୁୟ୍ ଗାଡ୍ନାଳ୍କେ ଟାପୁ ଆର୍ ହାଣି ବଃନ୍ଦ୍କେ ସୁକାୟ୍ନ୍ଦ୍। 16ଆର୍ କାଣାମଃନ୍କେ ସେମଃନାର୍ ନଃଜାଣ୍ଲା ବାଟ୍ଦଃୟ୍ ଆଣିନ୍ଦ୍; ଜୁୟ୍ବାଟ୍ ସେମଃନ୍ ନଃଜାଣ୍ତି, ସେ ସଃବୁ ବାଟେ ସେମଃନ୍କେ କାଡାୟ୍ନ୍ଦ୍; ମୁୟ୍ ସେମଃନାର୍ ମୁଆଟି ରାତିକେ ଉଜାଳ୍ ଆର୍ ବାଙ୍ଗ୍ଟା ସଃବୁକେ ସଃଳ୍କ୍ କଃରିନ୍ଦ୍। ଇ ସଃବୁ କାମ୍ ମୁୟ୍ କଃରିନ୍ଦ୍ ସେମଃନ୍କେ ଚାଡିନଃକେରି। 17ଜୁୟ୍ମଃନ୍ ଆତେ ଗଃଳ୍ଲା ମୁର୍ତିକେ ଆସ୍ରକଃର୍ତି ଆର୍ ଚଃଚେ ହାଜ୍ଲା ମୁର୍ତିମଃନ୍ ଅଃମାର୍ ଇସ୍ୱର୍ ବଃଲି କଃଉଁଲାୟ୍ ସେମଃନ୍ ନଃଚ୍ତି ଆର୍ ବେସି ଲାଜ୍ହାଉତି।


