ଇସ୍ରାଏଲ୍ ସିକୁନାହାର୍ଲି
18ଏ ବଃୟ୍ରାମଃନ୍, ସୁଣା ଏ କାଣାମଃନ୍ ସୁଣା, ତୁମିମଃନ୍ ଦଃକୁକେ ମୁଁ ବୁଲାଆ। 19ମର୍ ଦାସ୍କେ ଚାଡି ଆର୍ କେଏ କାଣା ଆଚେ? କି ମର୍ ହଃଟାୟ୍ଲା କବୁର୍କାରିଆ କେଏ? ମର୍ସଃଙ୍ଗ୍ ମିସି ରିଲା ଲକ୍ହର୍ କାଣା ଆର୍ ଇସ୍ୱର୍ ମାପୁରାର୍ ଦାସ୍ ହର୍ କାଣା କେଏ? 20ତୁମି ଅଃନେକ୍ ବିସୟ୍ ଦଃକୁଲାସ୍, ମଃତର୍ ମଃନ୍ ନଃଦେଉଁଲାସ୍ ତାର୍ କାନ୍ ମେଲାଆଚେ, ମଃତର୍ ସେ ନଃସୁଣୁଲା। 21ଇସ୍ୱର୍ ନିଜାର୍ ଦଃର୍ମି ଗିନେ ବିଦିକେ ବଃଡ୍ ଆର୍ ମାୟ୍ନ୍ କଃରୁକେ ମଃନ୍କଃଲା। 22ମଃତର୍ ଇ ଲଃକ୍ମଃନ୍ ନିଜେ ଚରି ଅୟି ଦଃରାହଃଳି ଆଚ୍ତି; ସେ ସଃବୁଲକ୍ କାଲେ ହାନ୍ଦାୟ୍ ହଃଳିଆଚ୍ତି ଆର୍ ଜଃୟ୍ଲେ ଆଚ୍ତି, ମୁକ୍ତି କଃରୁକେ କେଏ ନାୟ୍; ସେମଃନ୍ ଚରି ଅୟ୍ଆଚ୍ତି ବାଉଳାୟ୍ଦିଆ ବଃଲି କଃଉଁକେ କେଏ ନାୟ୍। 23ଇ କଃତାୟ୍ ଜେ କାନ୍ଦଃୟ୍ଦ୍ ଆର୍ ସୁଣି ଆସୁଲା କାଳାର୍ ଗିନେ ମଃନ୍ଦଃୟ୍ଦ୍, ତୁମାର୍ ବିତ୍ରେ ଅଃନ୍କା ଲକ୍ କେଏ ଆଚେ? 24ଚର୍ମଃନାର୍ ଆଚେ କେଏ ଇସ୍ରାଏଲ୍ ମଃନ୍କେ ଦିଲା? ସେ ଇସ୍ୱର୍ ସେ ନିଜେ ଅଃମି ଜାର୍ ବିରୁଦେ ହାହ୍ କଃଲୁ; ଅଃମି ସେ ଇଚା କଃଲା ହଃର୍କାରେ ରେଉଁନଃଚ୍ଲୁ ଆର୍ ସିକୁ ନଃଚ୍ଲୁ ସେ ସିକ୍ୟା ଦିଲା। 25ଇତାକେ ସେ ତାର୍ଉହ୍ରେ ନିଜାର୍ ରିସା ଆର୍ ଜୁଜ୍ଡାଳ୍ଲା; ସେତାକେ ଚାରିବାଟ୍ ଜୟ୍ଲାଗିଗଃଲି, ମଃତର୍ ସେ ଜାଣୁ ନାହାର୍ଲା; ଆର୍ ଜୟ୍ ତାକେ ହଡାୟ୍ଲି, ଅୟିଲେକ୍ ହେଁ ସେମଃନ୍ ନଃଦିଲା।


