ଇସ୍ୱର୍ ରଃକ୍ୟା କଃରୁକେ ସଃୟ୍ତ୍
1ମଃତର୍ ହେଁ ଜାକୁବ, ଜେ ତକେ ଉବ୍ଜାଣ୍କଃଲା, ହେଁ ଇସ୍ରାଏଲ୍ ଜେ ତକେ ଗଃଳ୍ଲା, ସେ ଇସ୍ୱର୍ ଅଃବେ ଇ କଃତା କଃଉଁଲା; ଡିର୍ନାୟ୍, କାୟିତାକ୍ ବଃଲେକ୍ ମୁଁୟ୍ ତକେ ମୁକ୍ତ୍ କଃରି ଆଚି; ମୁଁୟ୍ ତକେ ନାଉ ଦଃରି ତକେ କୁଦି ଆଚି, ତୁୟ୍ ମର୍। 2ତୁୟ୍ ଜାଣାୟି ଅୟ୍ଜାତାବଃଳ୍ ମୁଁୟ୍ ତର୍ ସଃଙ୍ଗ୍ ଅୟିନ୍ଦ୍ ଗାଡ୍ ଜଳି ଅୟ୍ଗଃଲେକ୍, ସେରିମଃନ୍ ତକେ ବୁଡାୟ୍ ନଃକେରେ; ତୁୟ୍ ଜୟ୍ବିତ୍ରେ ଅୟ୍ଜାତାବଃଳ୍ ହଡି ନଃକେରେ, କି ଜୟ୍ଦାଗ୍ ନଃହାୟ୍। 3କାୟିତାକ୍ ବଃଲେକ୍ ଇସ୍ୱର୍ ତର୍ ଇସ୍ୱର୍ ମୁଁୟ୍, ଇସ୍ରାଏଲାର୍ ଦଃର୍ମି ଇସ୍ୱର୍, ତର୍ ମୁକ୍ତିକାରି; ମୁଁୟ୍ ତର୍ ମୁକ୍ତିର୍ ମୁଲ୍ହର୍ ମିସର୍ ଆର୍ ତର୍ ହାଁୟ୍ କୁସ୍ ଆର୍ ସିବା ଦେସ୍ ଦଃୟ୍ଆଚି। 4ତୁୟ୍ ମର୍ ଆକାୟ୍ ବେସି ମଲ୍ ଆର୍ ମାୟିନ୍କାରି ଅୟ୍ଆଚ୍ସି ଆର୍ ମୁଁୟ୍ ତକେ ଲାଡ୍ କଃରିଆଚି; ଇତାକେ ମୁଁୟ୍ ତର୍ ବାଦୁଲେ ମାନାୟ୍ମଃନ୍କେ ଆର୍ ତର୍ ଜିବନାର୍ ବାଦୁଲେ ଗସ୍ଟି ମଃନ୍କେ ଦଃୟ୍ନ୍ଦ୍। 5ଡିର୍ନାୟ୍ ; କାୟିତାକ୍ ବଃଲେକ୍ ମୁଁୟ୍ ତର୍ ସଃଙ୍ଗ୍ ଆଚି; ମୁଁୟ୍ ଉଦ୍ତି ଦିଗେ ହୁଣି ତର୍ ବଃଉଁସ୍କେ ଆଣିନ୍ଦ୍ ଆର୍ ପଚିମ୍ଦିଗେ ହୁଣି ତୁମିକେ ରୁଣ୍ଡାୟ୍ନ୍ଦ୍। 6ମୁୟ୍ ଉତୁର୍ଦିଗେ ହୁଣି କୟ୍ନ୍ଦ୍, ଚାଡି ଦିଆସ୍ ଆର୍ ଦକିଣ୍ଦିଗେ ହୁଣି କୟ୍ନ୍ଦ୍, ତେବାୟ୍ ରଃକାନାୟ୍; ମର୍ ହିଲାମଃନ୍କେ ଦୁରି ହୁଣି ମର୍ ଜିଇ ମଃନ୍କେ ହୁର୍ତିବି ସେସ୍ ଟାଣେ ହୁଣି ଆଣି ଦିଆ। 7ମର୍ ନାଉଁୟେ ଡାକ୍ହୁଟା ଆର୍ ମୁଁୟ୍ ଜାକେ ମର୍ ଜଃଜ୍ମାନ୍ ଗିନେ ତିଆର୍ କଃରିଆଚି; ଇ ହର୍ ହଃତି ଲକେ ଆଣା; ମୁଁୟ୍ ତାକେ ହାଜିଆଚି; ହେଁ ମୁଁୟ୍ ତାକେ ତିଆର୍ କଃରିଆଚି।


