ଇସ୍ରାଏଲ୍ ଇସ୍ୱରାର୍ ସାକି
8ଆକି ରଃୟ୍ କାଣା ଆର୍ କାନ୍ ରଃୟ୍ ବଃୟ୍ରା ଇ ହର୍ ଲକେ ବାର୍କଃରି ଆଣା। 9ସଃବୁ ଦେସାର୍ ଲଃକ୍ମଃନ୍ ଗଟେତଃୟ୍ ଅଃଉଅତ୍ ଆର୍ ଗୁସ୍ଟିମଃନ୍ ରୁଣ୍ଡତ୍; ସେମଃନାର୍ ବିତ୍ରେ କେଏ ଇରି କଃଉଁହାରେ ଆର୍ ହୁର୍ବାର୍ ବିସୟ୍ମଃନ୍ ଅଃମିକେ ଦଃକାଉଁ ହାରେ? ସେମଃନ୍ ନିର୍ଦସି ଅଃଉଁକେ ନିଜାର୍ ନିଜାର୍ ସାକିମଃନ୍କେ ଆଣତ୍; ନୟ୍ଲେକ୍ ଇରି ସଃତ୍ବଃଲି କଃଉଅତ୍। 10ଇସ୍ୱର୍ କଃଉଁଲା, ତୁମିମଃନ୍ ଜଃନ୍କଃରି ଜାଣି ମର୍ ତଃୟ୍ ସଃତ୍ କଃରାସ୍, ଆର୍ ମୁଁୟ୍ ସେହଃକା ବଃଲି ବୁଜାସ୍ ଇତାର୍ ଗିନେ ତୁମିମଃନ୍ ମର୍ ସାକି ଆର୍ ମର୍ କୁଦ୍ଲା ଦାସ୍; ମର୍ ହୁର୍ବେ କୁୟି ଇସ୍ୱର୍ ତିଆର୍ ଅୟ୍ନଃକେରେ କି ମର୍ ହଃଚେ ହେଁ ନୟ୍। 11ମୁଁୟ୍ ମୁଁୟ୍ହଃକା ଜୁଗଜୁଗାର୍ ଇସ୍ୱର୍ ମକେ ଚାଡି ଆର୍ କେଏ ମୁକ୍ତି କାରି ନାୟ୍। 12ମୁଁୟ୍ ଦଃକାୟ୍ ଦଃୟ୍ଆଚି ମୁଁ ମୁକ୍ତି କଃରି ଆଚି ଆର୍ ମୁଁୟ୍ ଦଃକାୟ୍ଆଚି, ଆର୍ ତୁମାର୍ବିତ୍ରେ କୁୟି ବିଦେସି ଦେଉତା ନଃରିଲି; ଇତାକେ ଇସ୍ୱର୍ କଃଉଁଲା, ତୁମିମଃନ୍ ମର୍ ସାକି ଆର୍ ମୁଁୟ୍ ତୁମାର୍ ଇସ୍ୱର୍। 13ଦିନାର୍ ଆରୁମ୍ ଆଗ୍ତୁ ମୁଁୟ୍ ସେ ମର୍ ଆତେହୁଣି ରଃକ୍ୟା କାରି କେଏ ନାୟ୍; ମୁଁୟ୍ କାମ୍ କଃରିନ୍ଦ୍, ଆର୍ କେଏ ତାକେ ବିନ୍କଃରେଦ୍।


