ବାବିଲେ ହୁଣି ମୁକ୍ତି
14ତୁମିମଃନାର୍ ମୁକ୍ତିକାରି, ଇସ୍ରାଏଲାର୍ ଦଃର୍ମି ଇସ୍ୱର୍ ଇ କଃତା କଃଉଁଲା, ମୁଁୟ୍ ତୁମିମଃନାର୍ ଗିନେ ବାବିଲ୍କେ ଲକ୍ ହଃଟାୟ୍ଆଚି ଆର୍ ମୁଁୟ୍ ସେମଃନ୍କେ ବଃନ୍ବାସି ହର୍ ଆଣିନ୍ଦ୍; କଲଦିୟ ମଃନ୍କେ ସେମଃନ୍ କାନ୍ଦାୟ୍ କାନ୍ଦାୟ୍ ଆଣ୍ଲାୟି। 15ମୁଁୟ୍ ଜୁଗ୍ଜୁଗାର୍ ତୁମାର୍ ଦଃର୍ମି ଇସ୍ୱର୍, ଇସ୍ରାଏଲାର୍ ଉବ୍ଜାଣ୍କାରି, ତୁମିମଃନାର୍ ରଃଜା ମୁଁୟ୍। 16ଜେ ସଃମୁନ୍ଦ୍ ବିତ୍ରେ ବାଟ୍କଃର୍ତା ଇସ୍ୱର୍। 17ଜେ ରଃତ୍ ଆର୍ ଗଳା, ସଃୟ୍ନ୍ ଆର୍ ବିରମଃନ୍କେ ବାର୍କଃରି ଆଣେଦ୍; ସେମଃନ୍ ମିସିକଃରି ସଃଉତି ଆର୍ ନୁଟ୍ତି ନି, ସେମଃନ୍ ଲୁକ୍ଲାର୍ ଆର୍ କୁପି ସଃଳିତା ହର୍ ଲିବିଜାତି; ସେ ଇସ୍ୱର୍ ଇ କଃତା କଃଉଁଲା। 18ତୁମିମଃନ୍ ଆଗାର୍ କଃତା ଏତାଉଆ ନାୟ୍, କି ହଃର୍ନା ବିସୟ୍ମଃନ୍ ବାବାନାୟ୍। 19ଦଃକା ମୁଁୟ୍ ଗଟେକ୍ ନଃଉଆ କାମ୍କଃରିନ୍ଦ୍; ସେରି ଅଃବେ ଗଃଜା ଅୟ୍ଦ୍; ତୁମିମଃନ୍କି ସେରି ନଃଜାଣାସ୍? ଆରେକ୍ ମୁଁୟ୍ ମରୁହଃଦାୟ୍ ରଃସ୍ତା ଆର୍ ଲକ୍ ନଃରିଲା ଜଃଗାୟ୍ ଗାଡ୍ ନାଳ୍ କଃରିନ୍ଦ୍। 20ବଃନାର୍ ଜିବ୍ଜଃତୁ, କଗ୍ମଃନ୍, ଚେଳେମଃନ୍ ମର୍ ଜଃଜ୍ମାନ୍ କଃର୍ତି; କାୟିତାକ୍ ବଃଲେକ୍ ମର୍ ବାଚ୍ଲା ଲକ୍ମଃନାର୍ ହାୟ୍ଁ ସୁରୁକେ ସୁକ୍ଲାବଃଟାୟ୍ ହାଣି ଆର୍ ଟଃଙ୍ଗ୍ରା ବଃଟାୟ୍ ଗାଡ୍ ଦଃୟିନ୍ଦ୍। 21ସେ ଲକ୍ମଃନ୍କେ ମୁଁୟ୍ ନିଜାର୍ ଜଃଜ୍ମାନାର୍ ଗୁଣ୍ ଗିତ୍ କଃଉଁକେ ତିଆର୍ କଃରିଆଚି।


